Home ଜିଲ୍ଲା ପରିକ୍ରମା ଧାମନଗର ବଜାରରେ କିନ୍ନରଙ୍କ ଦାଦାଗିରି, ପୁଲିସ ଦ୍ୱାରା ଅଟକ

ଧାମନଗର ବଜାରରେ କିନ୍ନରଙ୍କ ଦାଦାଗିରି, ପୁଲିସ ଦ୍ୱାରା ଅଟକ

19

ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଅଂଚଳରେ ଚୋରୀ, ଦୁଷ୍କର୍ମ, ଚୋରା ମଦ ଓ ବେଆଇନି ଗୋରୁ ଚାଲାଣ ନେଇ ବିଭିନ୍ନ ସ୍ଥାନ ରେ ଧାମନଗର ନିନ୍ଦିତ ହେଉଥିବା ବେଳେ ଏବେ କିନ୍ନର ମାନେ ଆସି ଆତଙ୍କ ସୃଷ୍ଟି କରୁଛନ୍ତି।ସୂଚନା ଥାଉକି ଧାମନଗର ଅଂଚଳ ରେ କିଛିଦିନ ହେବ କିନ୍ନର ମାନେ ଆସି ଦୋକାନ ମାନଙ୍କ ରେ ଜୋର ଜବରଦସ୍ତ ଟଙ୍କା ମାଗୁଥିବା ବେଳେ ଯେଉ ମାନେ ଟଙ୍କା ନଦେଉଛନ୍ତି ସେମାନଙ୍କୁ ଗାଳିଗୁଲଜ କରି ଦୋକାନରୁ ଜିନିଷ ବାହାର କୁ ପକାଇ ଦେଇଛନ୍ତି । ସୂଚନା ଥାଉକି ଆଜି ଏପରି ଏକ ଘଟଣା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।ଘଟଣା ରୁ ପ୍ରକାଶ ଯେ ମଙ୍ଗଳବାର ଦିନ ୧୧ ଟା ସମୟରେ ଧାମନଗର ଟ୍ରେକର ଷ୍ଟାଣ୍ଡ ନିକଟରେ ସନ୍ତୋଷ ବେହେରା ଏକ ଭେରାଇଟି ଷ୍ଟୋର କରିଛନ୍ତି। ଏହି ସମୟ ରେ ଭଦ୍ରକ ରୁ ଆସିଥିବା ରୋହିଣୀ ପ୍ରଧାନ ନାମକ ଜଣେ କିନ୍ନର ସନ୍ତୋଷ କୁ ଟଙ୍କା ମାଗିଥିଲେ । ସନ୍ତୋଷ କହିଲା ଟିକିଏ ଛାଡିକି ଆସ ମାତ୍ର ସେ ରାଗିଯାଇ ଦୋକାନୀ କୁ ଗାଳିଗୁଲଜ ସହ ବିଭିନ୍ନ ଧମକ ଦେଇ ତାଙ୍କ ଦୋକାନ ରୁ ବିଭିନ୍ନ ସାମଗ୍ରୀ ବାହାରକୁ ପକାଇ ଦେଇଥିଲେ। ଏ ନେଇ ସନ୍ତୋଷ ଧାମନଗର ଥାନା କୁ ଫୋନ କରିବାପରେ ଘଟଣା ସ୍ଥଳରେ ପୋଲିସ ପହଂଚି ଘଟଣା ଘଟାଇଥିବା କିନର କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.