Home ଜିଲ୍ଲା ପରିକ୍ରମା ଧାମନଗର ପଂଚାୟତ ସମିତିରେ ସପ୍ତମ ସାଧାରଣ ପରିଷଦ ବୈଠକରେ ଯୋଗ ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଧାମନଗର ପଂଚାୟତ ସମିତିରେ ସପ୍ତମ ସାଧାରଣ ପରିଷଦ ବୈଠକରେ ଯୋଗ ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ

5

ଭଦ୍ରକ, ୨୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଯେପରି ରାଜ୍ୟ ରେ ଏକ ନମ୍ବର ହେବ ସେ ନେଇ ସମସ୍ତେ ମିଳି ମିଶି କାମ କରିବା ଦରକାର। ଧାମନଗର ବ୍ଲକ ରେ ନିକଟରେ ୧୦୪୨ ଟି ପ୍ରକଳ୍ପ ଦିଆଯାଇ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି ଧାମନଗର ପଂଚାୟତ ସମିତି ବୈଠକ ରେ ଯୋଗ ଦେଇ ଉପସ୍ଥିତ ସରପଂଚ ଓ ସମିତି ସଭ୍ୟ ଓ କର୍ମ ଚାରି ଙ୍କୁ କହିଛନ୍ତି ।ସେ ଆହୁରି କହିଛନ୍ତି ଯେ ଧାମନଗର ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ରାସ୍ତା ଓ ନଦୀବନ୍ଧ ସୃଦୁଡୀ କରଣ ସହିତ ବିଭିନ୍ନ ବିଦ୍ୟାଳୟ ଉନ୍ନତି କରଣ ଖୁବ ଶୀଘ୍ର କରାଯିବ । ଭଦ୍ରକ – ଆରଡ଼ି ରାସ୍ତା ନିର୍ମାଣ ରେ ବିଳମ୍ୱ ଯୋଗୁ ଲୋକ ମାନେ ନାନାଦି ସମସ୍ୟା ରେ ସମ୍ମୁଖିନ ହେଉଛନ୍ତି। ଯଦି ୨ ମାସ ମଧ୍ୟ ରେ ଠିକାଦାର କାମ ନସାରନ୍ତି ତାଙ୍କ ଲାଇସେନ୍ସ କୁ ବ୍ଲାକ ଲିଷ୍ଟ କରାଯିବ ବୋଲି ମନ୍ତ୍ରୀ କହିଥିଲେ । ପଂଚାୟତ ସମିତି ବୈଠକ ରେ ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା ଅଧ୍ୟକ୍ଷତା କରିଥିବା ବେଳେ ବିଡ଼ିଓ ବନବିହାରୀ ଦିନ୍ଦା ପରିଚାଳନା କରିଥିଲେ। ଏହି ଅବସର ଜିଲ୍ଲାପରିଷଦ ଉପାଦକ୍ଷା ଟୁନିବାଳା ବିଶ୍ୱାଳ,ପଂଚାୟତ ସମିତି ଉପାଧ୍ୟକ୍ଷ ଜଗବନ୍ଧୁ ପ୍ରଧାନ ,ଜିଲ୍ଲାପରିଷଦ ସଭ୍ୟ ସାରଦା ପ୍ରସନ୍ନ ସାହୁ, ଉର୍ମିଳା ବିଶ୍ୱାଳ, ସରପଂଚ ଅଶୋକ ପୁହାଣ, ସୀତାକାନ୍ତ ମିଶ୍ର, ଅଶୋକ ପଣ୍ଡା,ସୁବାସ ମହାକୁଡ , ସମିତି ସଭ୍ୟ ଜ୍ଞାନ ରଞ୍ଜନ ମହାକୁଡ,ସୂର୍ଯ୍ୟକାନ୍ତ ନାୟକ, ଭାରତ ବିଜୟ ଦଳାଇ, ସରସ୍ୱତୀ ଖଟୁଆ ପ୍ରମୁଖ ଆଲୋଚନା ରେ ଭାଗ ନେଇଥିଲେ । ତେବେ ଆଲୋଚନ ରେ ସମସ୍ତ ସରକାରୀ ଅଧିକାରୀ ଉପସ୍ଥିତ ଥିବା ବେଳେ ବ୍ଲକ ଶିକ୍ଷା ବିଭାଗ ରେ କେହି ଉପସ୍ଥିତ ନ ଥିବାରୁ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିବା ସହ କାରଣ ଦର୍ଶାଅ ପାଇଁ ବିଡ଼ିଓ ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରାରମ୍ଭ ରେ ପଂଚାୟତ ସମିତି ପରିସର ରେ ନୂତନ ଗୃହ ନିର୍ମାଣ ପାଇଁ ଭିତି ପ୍ରସ୍ତର ସ୍ଥାପନ ମନ୍ତ୍ରୀ ଙ୍କ ଦ୍ୱାରା କରାଯାଇଥିଲା। ଏହି ଅବସର ରେ ୬ ଜଣ ଭିନ୍ନକ୍ଷମ ଙ୍କୁ ଟ୍ରାଇ ସାଇକେଲ ଓ ମୋବାଇଲ ମନ୍ତ୍ରୀ ଙ୍କ ଦ୍ୱାରା ବଂଟନ କରାଯାଇ ଥିଲାଏହି ଅବସର ରେ ଭଦ୍ରକ ଜିଲ୍ଲାପାଳ ଦିଲୀପ କୁମାର ରାଉତରାୟ ମଧ୍ୟ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.