Home ଜିଲ୍ଲା ପରିକ୍ରମା ଧାମନଗର-ଦୋବଲ-ସଣ୍ଡପୁର ପୂର୍ତ ବିଭାଗ ରାସ୍ତା କାର୍ଯ୍ୟ ଅଧାରୁ ବନ୍ଦ, ସମସ୍ୟା ଭୋଗୁଛନ୍ତି ସଧାରଣ ଲୋକ

ଧାମନଗର-ଦୋବଲ-ସଣ୍ଡପୁର ପୂର୍ତ ବିଭାଗ ରାସ୍ତା କାର୍ଯ୍ୟ ଅଧାରୁ ବନ୍ଦ, ସମସ୍ୟା ଭୋଗୁଛନ୍ତି ସଧାରଣ ଲୋକ

7
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ରୁ ଷେଣ୍ଢପୁର ଭାୟା ଦୋବଲ ରାସ୍ତା ବିପର୍ଯସ୍ତ ହୋଇପଡ଼ିଛି। ଖଡ଼ିପଦା ଛକଠାରୁ ଷେଣ୍ଢପୁର ଯାଏ ପ୍ରାୟ ୨ କିଲୋମିଟର ରାସ୍ତାରେ ଯାତାୟତ କରିବା ମୁସ୍କିଲ ହୋଇପଡୁଛି। ପ୍ରାୟ ୧୦ ମାସ ହୋଇଗଲାଣି ରାସ୍ତାରେ ବଜିରୀ ଗୁଣ୍ଡ ବିଛେଇ ଛାଡ଼ି ଦିଆଯାଇଛି। ଫଳରେ ଯିବା ଆଶିବା କରୁଥିବା ଲୋକେ ନାକେଦମ ହୋଇପଡୁଛନ୍ତି। ବେଦପୁର ଛକରୁ ଷେଣ୍ଢପୁର ହାଇସ୍କୁଲ ମଝିରେ ବଡ଼ ବଡ଼ ବୋଲଡର ପକେଇ ଛାଡ଼ି ଦିଆଯାଇଛି। ବର୍ଷେ ତଳେ ରାସ୍ତା କାମ ଆରମ୍ଭ ହୋଇଥିଲା। ଠିକାଦାର କିଛିଦିନ କାମ କରିବା ପରେ କାମ ବନ୍ଦ କରି ଚାଲି ଯାଇଛି। ଏଭଳି ଅବସ୍ଥାରେ ଲୋକେ କଷ୍ଟ ଭୋଗୁଛନ୍ତି। ଧାମନଗର ରୁ ଷେଣ୍ଡପୁର ଭାୟା ଦୋବଲ ରାସ୍ତାଟି ପୂର୍ତ ଓ ଗୃହ ନିର୍ମାଣ ବିଭାଗର ଦାୟିତ୍ୱରେ ରହିଛି। ପ୍ରଥମ ପର୍ଯ୍ୟାୟରେ ଧାମନଗର କଲେଜ ପାଖରୁ ଦୋବଲ ଘୋଡ଼ାଗଣ୍ଡ ନାଳ ଯାଏ କଂକ୍ରିଟ ରାସ୍ତା ହୋଇଗଲା। ବାକି ଅଂଶରେ କେଉଁଠି ପିଚୁ ଓ ଚିପ୍ସ ଗୋଳେଇ ପକେଇଦେଲେ। ଖାଲଖମା ମରାମତି କରିଦେଲେ। ଆଉ ଦୋବଲ ରୁ ଷେଣ୍ଢପୁର ମଝିରେ ରାସ୍ତାର ଦୁଇ ପାର୍ଶ୍ୱ ଫୁଟେ ଲେଖାଏ ଚଉଡ଼ା କରିଦେଲେ। ତା ପରେ ସେବେଠାରୁ କାମ ବନ୍ଦ ହୋଇ ରହିଛି। ରାସ୍ତାଟି ଚାରିଟି ପଞ୍ଚାୟତର ଜୀବନରେଖା। ପ୍ରାୟ ୪୦ ହଜାର ଲୋକଙ୍କ ମୁଖ୍ୟ ସଡ଼କ। ଖଡ଼ିପଦା, ଦୋବଲ ଓ ଧାମନଗର ବଜାରରୁ ସଉଦା କିଣନ୍ତି। ରାସ୍ତା କଡ଼ରେ ୩ ଟି ହାଇସ୍କୁଲ, ଦୁଇଟି ହାଟ ଓ ଗୋଟିଏ କଲେଜ ଅଛି। ରାସ୍ତାକୁ ଲାଗିକି ୨ ଟି ବସଷ୍ଟାଣ୍ଡ, ଗୋଟିଏ ଟ୍ରେକର ଷ୍ଟାଣ୍ଡ ଓ ଗୋଟିଏ ହସ୍ପିଟାଲ ଓ ପଶୁ ଡାକ୍ତରଖାନା ରହିଛି। ମୁଖ୍ୟ ରାସ୍ତା ପାର୍ଶ୍ୱରେ ୪ ଟି ବ୍ୟାଙ୍କ, ଗୋଟିଏ ଥାନା ଓ ସବ୍ ପୋଷ୍ଟ ଅଫିସ, ଜଳ ସଂପଦ ବିଭାଗର ଉପଖଣ୍ଡ କାର୍ଯ୍ୟାଳୟ ବି ରହିଛି। ଏସବୁକୁ ଦେଖିଲେ ରାସ୍ତାଟି ଭଲ ହେବା ଆବଶ୍ୟକ। ତେବେ ଅଧା କାମ କରି ଠିକାଦାର ଆଉ ଧରା ଚୁଆ ଦେଉ ନାହାନ୍ତି ।ଫଳରେ ସାଧାରଣ ଲୋକ ମାନେ ନାହିଁ ନଥିବା ଅସୁବିଧାର ରେ ସମ୍ମୁଖିନ ହେଉଛନ୍ତି ।ବିଭାଗୀୟ ଅଧିକାରୀ ଙ୍କୁ ଯୋଗା ଯୋଗ କରିବାରୁ ସେ କୁହନ୍ତି କାର୍ଯ୍ୟରେ କିଛି ତ୍ରୁଟି ଥିବାରୁ ତାହାକୁ ପୁର୍ନବାର କିଛି ସ୍ଥାନ ରେ କାର୍ଯ୍ୟ ଭଲ ଭାବରେ କରାଯିବ ସେଥି ପାଇଁ ବିଳମ୍ୱ ହେଉଚି। ତେବେ ତୁରନ୍ତ ରାସ୍ତା ନିର୍ମାଣ କରିବାକୁ ଅଂଚଳ ବାସୀଦାବି କରିଚନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.