Home ଜିଲ୍ଲା ପରିକ୍ରମା ଧାମନଗର କୋଭିଡ କେୟାର ସେଣ୍ଟରରେ ଅବ୍ୟବସ୍ଥା ଅଭିଯୋଗ:ବିଡିଓ କରୋନା ସଂକ୍ରମିତ

ଧାମନଗର କୋଭିଡ କେୟାର ସେଣ୍ଟରରେ ଅବ୍ୟବସ୍ଥା ଅଭିଯୋଗ:ବିଡିଓ କରୋନା ସଂକ୍ରମିତ

48

ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ଏବେ ମହାମାରୀର ରୂପ ନେଲାଣି । ହେଲେ ସରକାର ଲୋକଙ୍କ ଆର୍ଥିକ ପରିସ୍ଥିତିକୁ ଲକ୍ଷ୍ୟ କରି କରୋନା ଜନିତ କଟକଣା କୋହଳ କରିଛନ୍ତି । କିନ୍ତୁ କଟକଣା କୋହଳ ପରେ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଥିବା ବେଳେ ଧାମନଗରର କେତେକ ଅମାନିଆ ଏହାକୁ ଫୁ କରିଚାଲିଛନ୍ତି । ସେଥିପାଇଁ ପ୍ରଶାସନିକ ସ୍ତରରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସେପରି ଆଉ ହେଉନି । ଫଳରେ ଧାମନଗର ଅଂଚଳରେ କ୍ରମଶଃ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ଧାମନଗର ବିଡିଓ ମଧ୍ୟ ଏହି ଆକ୍ରାନ୍ତର ସ୍ୱୀକାର ହୋଇଛନ୍ତି । ସେହିପରି ଏନଏସି ଅଂଚଳରୁ ୨, ରାଧାବଲ୍ଲଭପୁର ପଞ୍ଚାୟତରୁ ୩, ଅସୁରାଳି ପଞ୍ଚାୟତରୁ ୩, ନଦୀଗାଁ ପଞ୍ଚାୟତରୁ ୧, ୟୁକୋ ବ୍ୟାଙ୍କର ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବ୍ଲକ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ଆକ୍ରାନ୍ତକୁ ଲଗାଇ ବ୍ଲକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୯ ଛୁଇଁଛି । ଧାମନଗରରୁ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କୁ ଭଦ୍ରକ ନଯାଇ ଏବେ ସେମାନେ ଧାମନଗରସ୍ଥିତ କୋଭିଡ କେୟାର ସେଣ୍ଟରରେ ରଖାଯାଉଛି । ହେଲେ ସେଠାରେ ଆକ୍ରାନ୍ତମାନେ ବିଭିନ୍ନ ଅବ୍ୟବସ୍ଥାର ସ୍ୱୀକାର ହେଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଆକ୍ରାନ୍ତଙ୍କୁ ମାସ୍କ ଓ ସାନିଟାଇଜ କି ଫିନାଇଲ ମିଳୁନଥିବା ବେଳେ ପରିବେଷକୁ ସଫା ସୁତରା କରାଯାଉନାହିଁ । ଫଳରେ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏସମ୍ପର୍କରେ କୋଭିଡ କେୟାର ଦାୟିତ୍ୱରେ ଥିବା ସ୍ଥାନୀୟ ଏବିଡିଓ ସୁଶ୍ରୀ ଷର୍ମିଷ୍ଠା କହନ୍ତି, ମାସ୍କ ଦିଆଯାଉଛି ହେଲେ ସାନିଟାଇଜ ଆସିନଥିବାରୁ ଆକ୍ରାନ୍ତଙ୍କୁ ଦିଆଯାଇନାହିଁ । ତେବେ ତୁରନ୍ତ ସମସ୍ତ ସମସ୍ୟାର ସମାଧାନ କରାଯିବ ସହିତ ଉତ୍ତମ ସେବା ଯୋଗାଇ ଦିଆଯାଉଛି ବୋଲି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.