Home ଜିଲ୍ଲା ପରିକ୍ରମା ଧାମନଗର କଲେଜର ନୂଆ ଅଧ୍ୟକ୍ଷ ଭାବେ ପବିତ୍ର ପାଣିଗ୍ରାହୀଙ୍କ ଦାୟିତ୍ୱ ଗ୍ରହଣ

ଧାମନଗର କଲେଜର ନୂଆ ଅଧ୍ୟକ୍ଷ ଭାବେ ପବିତ୍ର ପାଣିଗ୍ରାହୀଙ୍କ ଦାୟିତ୍ୱ ଗ୍ରହଣ

60

ଭଦ୍ରକ, ୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ମହାବିଦ୍ୟାଳୟର ବହୁଦିନର କଳ୍ପନା ଜଳ୍ପନାର ଅନ୍ତଘଟିଛି । ଧାମନଗର ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ପବିତ୍ର ପାଣିଗ୍ରାହୀ ଯୋଗଦାନ କରି କାର୍ଯ୍ୟଭାର ଗ୍ରହଣ କରିଥିବା ଜଣାଯାଇଛି । ତାଙ୍କୁ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ସମେତ ଅଧ୍ୟାପକ ଓ ଅଧ୍ୟାପିକା ଓ କର୍ମଚାରୀ ମାନେ ନୂତନ ଅଧ୍ୟକ୍ଷଙ୍କୁ ପୁଷ୍ପଗୁଚ୍ଛଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷାବିଭାଗ ନିର୍ଦ୍ଦେଶ କ୍ରମେ ପ୍ରାଧ୍ୟାପକ ପବିତ୍ର ପାଣିଗ୍ରାହୀ ଐତିହ ସମ୍ପର୍ଣ୍ଣ ଧାମନଗର ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । କିଛିମାସ ପାଇଁ ବାଲିଖଣ୍ଡ ମହାବିଦ୍ୟାଳୟର ପ୍ରତିଷ୍ଠାତା, କାର୍ଯ୍ୟନିବାହୀ ଅଧ୍ୟକ୍ଷ ଓ ସାଢେ ୩୬ବର୍ଷ ବିିଏନ୍‌ଏମ୍‌ଏ କଲେଜ ପାଳିବିନ୍ଧାର ଅଧ୍ୟାପକ ଓ ପ୍ରାଧ୍ୟପକ ଓ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କଲାପରେ ଗତ ଜୁଲାଇ ୧ତାରିଖରେ ସେ ଏହି ମହାବିଦ୍ୟାଳୟରେ ବିଭାଗୀୟ ମୁଖ୍ୟଭାବେ ଯୋଗଦେଇଥିଲେ । ପ୍ରକାଶ ଥାଉକି ଗପର ମୁହଁ ଗଳ୍ପ ପୁସ୍ତକ ପାଇଁ ଓଡ଼ିଶା ସାହିତ୍ୟ ଏକାଡଡ଼େମୀ ପୁରସ୍କାର ପ୍ରାପ୍ତ ଶ୍ରୀ ପାଣିଗ୍ରାହୀ ଓଡ଼ିଶା ସାହିତ୍ୟ ଏକାଡ଼େମୀର ଭଦ୍ରକ ଜିଲ୍ଳା ସଦସ୍ୟ ଏବଂ ସାଳନ୍ଦି ବହିମେଳା ଓ ରାଜ୍ୟ ସ୍ତରୀୟ କବି ବସନ୍ତ ମୁଦୁଲି ସ୍ମୃତି ସଂସଦର ସଭାପତି ଅଛନ୍ତି । ଜଣେ ସୁ ବକ୍ତା ଓ ବିଶିଷ୍ଟ କଥା ଶିଳ୍ପୀ ଭାବେ ପରିଚିତ ପବିତ୍ରଙ୍କର ତିନିଟି ଇତିହାସ ପୁସ୍ତକ ସମେତ ସାହିତ୍ୟର ବିଭିନ୍ନ ବିଭାଗରେ ୪୦ରୁ ଉର୍ଦ୍ଧ୍ୱ ପୁସ୍ତକ ଗୋଟିଏ ଇଂରାଜୀ ପୁସ୍ତକ ମଧ୍ୟ ପ୍ରକାଶିତ ।

ଅଧ୍ୟକ୍ଷଭାବେ ତାଙ୍କର ଯୋଗଦାନରେ ମହାବିଦ୍ୟାଳୟ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ର ଛାତ୍ରୀ, ଅବିଭାବକ ତଥା ସ୍ଥାନୀୟ ଜନସାଧାରଣ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ କଲେଜର ପ୍ରାଣ ପ୍ରତିଷ୍ଠତ।। ତଥା ବିଶିଷ୍ଟ ରାଜନୈତିଜ୍ଞ ସ୍ୱର୍ଗତ ହୃଦାନନ୍ଦ ମଲ୍ଲିକଙ୍କ ପ୍ରତୁମୁର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପୂର୍ବତନ ଅଧ୍ୟକ୍ଷ ଡ଼ଃ. ସମୀର କୁମାର ହୁଇ, ପ୍ରାଧ୍ୟାପକ ବନମାଳି ଦାସ, ଗୋପଳଚନ୍ଦ୍ର ବେହେରା, ବିନାୟକ ସାହୁ, ଅଜୟ କୁମାର ବେଜ, ମହମ୍ମଦ ଇସ୍ରାଇଲ, ସଂଜୟ କୁମାର ପଣ୍ଡା, ପ୍ରଦୀପ କୁମାର ରାୟ, ସନ୍ଦୀପ କୁମାର ଘୋଷ, ସ୍ମରଣିକା ପ୍ରଧାନ, ସୁଶ୍ରୀ ସଂଙ୍ଗିତା ନାୟକ, ଆଶ୍ରିୀବାଦ ମହାନ୍ତି, ବାସ୍ତବିକା ଦାସ, ଅଞ୍ଜନ କୁମାର ନାୟକ, ପ୍ରକାଶ ଚନ୍ଦ୍ର ମହାପାତ୍ର. ସୁରେନ୍ଦ୍ର କୁମାର ଜେନା ପ୍ରମୁଖ ଅଧିକାଂଶ କର୍ମଚାରୀ ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ସ୍ୱଗାତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ବିଭିନ୍ନ ଭୂମିକାରେ ନିଜର କର୍ତ୍ତବ୍ୟ ସୁଚାର ରୂପେ ସମ୍ପାଦନ କରିବା ହେଉଛି ଶ୍ରୀମଦ୍ ଭଗବତ୍‌ଗୀତାରେ ବର୍ଣ୍ଣିତ ବିଶ୍ୱରୁପ ଦର୍ଶନର ପ୍ରକୃତ ତତ୍ପର୍ଯ୍ୟ ଓ ସମସ୍ତଙ୍କର ନିଷ୍ଠାପର ସହଯୋଗ କ୍ରମେ ସେ ଏହି ପରମ୍ପରା ସମୃଦ୍ଧ ମହାବିଦ୍ୟାଳୟ ସର୍ବାଙ୍ଗୀନ ଉନ୍ନତୀ ତଥା ଗୌରବ ବୃଦ୍ଧି ପାଇଁ ଆନ୍ତରିକ ପ୍ରୟାସ କରିବେବୋଲି ଅଧ୍ୟକ୍ଷ ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.