Home ଜିଲ୍ଲା ପରିକ୍ରମା ଧାମନଗର – ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ଧାମନଗର – ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

40

ଭଦ୍ରକ, ୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଉପଲକ୍ଷେ ଏକ ସଭା ଧାମନଗର ଫିଡ଼ର ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମହେନ୍ଦ୍ର ନୋଡ଼ାଲ ସ୍କୁଲର ପ୍ରଧାନ ଶିକ୍ଷକ ହେମେନ୍ଦ୍ରନାଥ ମହାନ୍ତିଙ୍କ ସଭାପତିତ୍ୱ କରିଥିବାବେଳେ ଧାମନଗର ଗୋଷ୍ଠୀ ଶିକ୍ଷାଧିକାରୀ ପିତାମ୍ବର ବାରିକ, ଗୋଷ୍ଠୀ ସାଧନକେନ୍ଦ୍ର ସଂଯୋଜକ ତଥା ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ଭୀମସେନ ହୋ, ଏବିଇଓ ରେଣୁବାଳା ନାୟକ, ମଞ୍ଜୁଳା ନାୟକ, ବିଆରପି ପ୍ରଦୀପ କୁମାର ରାଉତ, ବିପ୍ରଚରଣ ଦଳାଇ, ସିଆରସିସି ସେକ୍ ସାମସୁଦ୍ଦିନ୍‌, ଶିକ୍ଷା ସଂଯୋଜକ ହରମୋହନ ପତି, ଗଙ୍ଗାଧର ଧଳ, ନିରୁପମା ବେହେରା ପ୍ରମୁଖ ଯୋଗଦେଇ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସର ତାତ୍ପର୍ଯ୍ୟ ଓ ସେମାନଙ୍କ ପାଇଁ ସରକାରୀ ସୁବିଧା ସୁଯୋଗ ବିଷୟରେ ସୁଚନା ପ୍ରଦାନ କରିଥିଲେ । ପରେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିବାବେଳେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । ସକାଳେ ଭିନ୍ନକ୍ଷମ ଛାତ୍ର ଛାତ୍ରୀ, ପିତା ମାତା, ଅଭିଭାବକ ମାନଙ୍କୁ ନେଇ ଧାମନଗର ବାଳିକା ଉଚ୍ଚ ବିଦ୍ୟାଳୟ ଠାରୁ ଏକ ସଚେତନତା ଶୋଭାଯାତ୍ରାରେ ଧାମନଗର ସାନବଜାର ବିଜୁ ପଟ୍ଟନାୟକ ଛକ ପର୍ଯ୍ୟନ୍ତ ଯାଇଥିଲା । ବିଭିନ୍ନ ଶ୍ଳୋଗାନ ଓ ପ୍ଲାକାର୍ଡ଼ ଧରି ପିଲାମାନେ ବଜାର ପରିକ୍ରମା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.