Home ଜିଲ୍ଲା ପରିକ୍ରମା ଧାମନଗର ଅଂଚଳରେ ଜବର ଦଖଲ ଯୋଗୁଁ ଟ୍ରାଫିକ ସେବା ବିପର୍ଯ୍ୟସ୍ତ

ଧାମନଗର ଅଂଚଳରେ ଜବର ଦଖଲ ଯୋଗୁଁ ଟ୍ରାଫିକ ସେବା ବିପର୍ଯ୍ୟସ୍ତ

5

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଅଂଚଳ ରେ ଏବେ ଦିନକୁ ଦିନ ଟ୍ରାଫିକ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ୁଛି । ତେବେ ରାସ୍ତା ର ଦୁଇ ପାଖରେ ଦୋକାନୀ ମାନେ ଜବର ଦଖଲ କରି ରଖୁ ଥିବାରୁ ଏହି ସମସ୍ୟା ଦେଖିବାକୁ ମିଳିଛି ଫଳରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡୁଛି । ଗୋଟିଏ ପଟରେ ଜନ ସଂଖ୍ୟା ବୃଦ୍ଧି ଏବଂ ଗାଡି ମୋଟର କୁ ନେଇ ଅଂଚଳ ବାସୀ ଅଣନିଶ୍ୱାସୀ ହୋଇ ପଡୁଥିବା ବେଳେ ଟ୍ରାଫିକ ବ୍ୟବସ୍ଥା ସହରବାସୀଙ୍କ ଚିନ୍ତା ବଢ଼ାଇଛି । ସବୁଠାରୁ ବଡ କଥା ହେଲା ଧାମନଗର ବଜାର ର ଖାନକା ସରିଫି ବଜାର ଠାରୁ ଦକ୍ଷିଣବାଡ ହନୁମାନ ଛକ ପର୍ଯ୍ୟନ୍ତ ରାସ୍ତା ର ଦୁଇ ପାଖ ରେ କେତେକ ସ୍ଥାନ ରେ ବେଆଇନି ଭାବରେ ଦୋକାନ କରିବା ସହ ଦୋକାନ ଆଗକ ପାର୍କିଂ କରୁଥିବାରୁ ଯାତାୟାତ ରେ ବ୍ୟାଘାତ ହେଉଛି। ପର୍ବ ପର୍ବାଣୀ ରେ ଏପରି ଭିଡ ହେଉଛିଯେ ଅଗ୍ନିଶମ ଗାଡି ଛିଡ଼ା ହୋଇ ରହୁଛି। ଓ ଆମ୍ବୁଲାନ୍ସ ଗାଡି ଦୀର୍ଘ ସମୟ ଛିଡା ହୋଇ ରହୁଛି। ଉକ୍ତ ରାସ୍ତା ଦେଇ ଦୈନିକ ଶହ ଶହ ଗାଡି ସହିତ ହଜାର ହଜାର ଲୋକ ଯାତାୟାତ କରନ୍ତି ମାତ୍ର ଟ୍ରାଫିକ ଯାମ ଯୋଗୁଁ ଘଂଟା ଘଂଟା ଲୋକମାନେ ଠିଆ ହେବାକୁ ପଡୁଛି।ବିଶେଷ କରି ଧାମନଗର ଥାନା ପାଚେରୀ ନିକଟରେ ସନ୍ଧ୍ୟା ବେଳେ ଉଠା ଦୋକାନୀ ମାନେ ଫାଷ୍ଟ ଫୁଡ୍ ବେପାର କରୁଥିବାରୁ ଗ୍ରାହକ ପ୍ରବଳ ଭିଡ ରହୁଥିବାରୁ ଗାଡି ବସ ,ଟ୍ରକ୍ ଇତ୍ୟାଦି ଭିଡ଼ରହୁଛି ଖୋଦ ଥାନାପାଖରେ ଏପରି ଭିଡ଼ ସହ ପାଚେରୀ ପାଖରେ ବେଆଇନି ଉଠା ଦୋକାନୀ ଙ୍କୁ ପୋଲିସ ଦେଖି ବି ନ ଦେଖିଲା ପରି ଅଭିନୟ କରୁଛି। ସୂଚନା ଥାଉକି ଉକ୍ତ ଥାନା ପାଚେରୀ ପାଖରେ ଦୈନିକ ସକାଳେ ମାତ୍ର ତିନି ଘଂଟା ଉଠା ପରିବା ଦୋକାନୀ ମାନେ ବେପାର କରୁଥିବା ବେଳେ ରାସ୍ତା ଯାମ ପାଇଁ ସେମାନଙ୍କୁ ଉଠାଇ ଦେଲେ । ବାର ଦ୍ୱାର ଶୁଣ୍ଡି ପିଣ୍ଡା ହୋଇ ବେପାର କରୁଛନ୍ତି। ମାତ୍ର ପରିବା ବେପାରୀ ଙ୍କୁ ଉଠାଇ ସେଠାରେ ଫାଷ୍ଟଫୁଡ୍ ଦୋକାନୀ କୁ ପ୍ରଶୟ ଦେବା ସାଧାରଣ ରେ ପ୍ରଶ୍ନବାଚି ସୃଷ୍ଟି କରିଛି।ତେବେ ନୂଆ କରି ଯୋଗ ଦେଇ ଥିବା ଥାନାଅଧିକରି ଦୃଷ୍ଟି ଦେବାକୁ ଦାବି ହୋଇଚି। ଯଦି ଜବର ଦଖଲ ହଟିବା ସହ ବିଭିନ୍ନ ଛକ ରେ ଭିଡ ନିୟନ୍ତ୍ରଣ ପାଇଁ ପୋଲିସ ବେବସ୍ତା କରା ଯାଇ ପାରନ୍ତା ଭିଡ ନିୟନ୍ତ୍ରଣ ହୋଇ ପାରନ୍ତା । ଅପର ପକ୍ଷରେ କେତେକ ବଡ ବଡ ଦୋକାନୀ ମାନେ ସେମାନଙ୍କ ଦୋକାନ ଆଗରେ ଘଂଟାଘଂଟା ଧରି ବଡବଡ ଟ୍ରକ୍ ଠିଆ କରି ମାଲ ଅନ୍ଲୋଡ କରୁଥିବାରୁ ଆହୁରି ମଧ୍ୟ ଟ୍ରାଫିକ ଯାମ ରହୁଛି । ଏ ଦିଗରେ ଧାମନଗର ପୋଲିସ ଟ୍ରାଫିକ ସମସ୍ୟା ଦୂର ପାଇଁ ଦୃଷ୍ଟି ଦେବାକୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.