Home ଓଡ଼ିଶା ଧାମନଗରର ବିଧାୟକ ବିଷ୍ଣୁ ସେଠୀ ଥିଲେ ଦୃଢ ସଂଗଠକ ଓ କବି, ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି...

ଧାମନଗରର ବିଧାୟକ ବିଷ୍ଣୁ ସେଠୀ ଥିଲେ ଦୃଢ ସଂଗଠକ ଓ କବି, ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ସଭା

44

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗରର ବିଧାୟକ ବିଷ୍ଣୁ ସେଠୀ ଗତକାଲି ଅକାଳ ବିୟୋଗ ପରେ ଧାମନଗର ନିର୍ବାଚନ ମଣ୍ଡଳୀରେ ଶୋକର ଛାୟା ଖେଳିଯାଇଥିବାବେଳେ ସୋମବାର ବିଳମ୍ବିତ ରାତ୍ରିରେ ସ୍ୱର୍ଗତ ସେଠୀଙ୍କ ନିଜଗ୍ରାମ ମଙ୍ଗରାଜପୁରରେ ଶୋକାକୂଳ ପରିବେଶ ମଧ୍ୟରେ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା। ତାଙ୍କର ବିୟୋଗରେ ଧାମନଗରର ବିଭିନ୍ନ ସ୍ଥାନରେ ସ୍ମୃତି ଓ ଶ୍ରଦ୍ଧାଞ୍ଜଳିସଭା ଅନୁଷ୍ଠିତ ହୋଇଥିଲା। ଧାମନଗର ପଂଚାୟତସମିତି ପକ୍ଷରୁ ପଂଚାୟତସମିତି ସମ୍ମିଳନୀ କକ୍ଷରେ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭାରେ ପଂଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ବେହେରାଙ୍କ ସଭାପତିତ୍ୱରେ ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲ୍ଳାପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ, ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ଜିଲ୍ଳାପରିଷଦ ସଭ୍ୟ ପ୍ରଦୀପ କୁମାର ମଲ୍ଳିକ ଓ ସାରଦା ପ୍ରସନ୍ନ ସାହୁ, ଉପାଧ୍ୟକ୍ଷ ଜଗବନ୍ଧୁ ବେହେରା, ବିଡ଼ିଓ ଦୁର୍ଗାଚରଣ ମୁର୍ମୁ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ସେଠୀଙ୍କ ସ୍ମୃତିଚାରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସରପଂଚ ଅଶୋକ କୁମାର ପୁହାଣ, ଅନ୍ତର୍ଯ୍ୟାମି ପତି, ସୀତାକାନ୍ତ ମିଶ୍ର, ନରେନ୍ଦ୍ର ନାରାୟଣ ନାୟକ, ଅଶୋକ କୁମାର ପଣ୍ଡା, ସମିତିସଭ୍ୟ ଭାରତବିଜୟ ଦଳାଇ, ହରେକୃଷ୍ଣ ପାଢୀ, ସୂର୍ଯ୍ୟକାନ୍ତ ନାୟକ ସମେତ ପଂଚାୟତ ସମିତିର କର୍ମଚାରୀ ଓ ସରପଂଚ, ସମିତିସଭ୍ୟ ମାନେ ସ୍ମୃତିଚାରଣ କରିଥିଲେ।

ସେହିପରି ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଅବଦୁଲ୍‌କାଲାମ ସଭାଗୃହରେ ସଭାପତି ଘଣ୍ଟେଶ୍ୱର ସାହୁଙ୍କ ସଭାପତିତ୍ୱରେ ସମ୍ପାଦକ ଶଚୀକାନ୍ତ ପଣ୍ଡା, ଅନିଲ କୁମାର ବାରିକ, ରାମଚନ୍ଦ୍ର ସାହୁ, ଅଭିମନ୍ୟୁ ମଲ୍ଲିକ, ନିରାକାର ଧଳ, ପୁରୁଷୋତ୍ତମ ଦାସ, ମହେଶ୍ୱର ସ୍ୱାଇଁ, ଗୋରା ବାବୁ ସମେତ କାର୍ଯ୍ୟକର୍ତ୍ତାମାନେ ଯୋଗଦେଇ ସ୍ୱର୍ଗତ ସେଠୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତିଚାରଣ କରିଥିଲେ। ସେହିପରି ଧାମନଗର ପ୍ରେସ୍ କ୍ଲବ ପରିସରରେ ସଭାପତି ବାସୁଦେବ ତ୍ରିପାଠୀଙ୍କ ସଭାପତିତ୍ୱରେ କାର୍ଯ୍ୟକାରୀ ସଭାପତି କିଷାନ କୁମାର ରାଉତ, ସାଧାରଣ ସମ୍ପାଦକ ପ୍ରଦୀପ କୁମାର ମହାପାତ୍ର, ଅନିଲ କୁମାର ବାରିକ, ରସାନନ୍ଦ ମହାପାତ୍ର, ବୈକୁଣ୍ଠନାଥ ସାହୁ, ସୁଶାନ୍ତ କୁମାର ରାଉତ, ରମେଶ ବେହେରା, ଅଭିମନ୍ୟୁ ମଲ୍ଳିକ, କୈଳାଶ ଗୁପ୍ତା, ଅନନ୍ତ ଜେନା, ସୁଧାକର ଦାଶ, ସରୋଜ ସେଠୀ, ସେକ୍ ଜାଫର ଅଲ୍ଳୀ, ପ୍ରଶାନ୍ତ କୁମାର ସାହୁ, ପ୍ରଶାନ୍ତ କୁମାର ଦ୍ୱିବେଦୀ, ବିବେକାନନ୍ଦ ସାମଲ, ସରୋଜ କୁମାର ଦାସ, ଦେବାଶିଷ ରଥ, କୂଳମଣୀ ବେହେରା, ସନ୍ତୋଷ କୁମାର ଦାସ ପ୍ରମୁଖ ସ୍ୱର୍ଗତ ସେଠୀଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ୨ମିନିଟ୍ ନିରବପ୍ରାର୍ଥନା କରିଥିଲେ। ସେହିପରି ଧାମନଗର ମହାବିଦ୍ୟାଳୟ ପକ୍ଷରୁ ଦିବଙ୍ଗତ ବିରୋଧିଦଳ ଉପନେତା, କବି, ଘାସଫୁଲ ପତ୍ରିକାର ସମ୍ପାଦକ ବିଧାୟକ ବିଷ୍ଣୁ ସେଠୀଙ୍କ ଅକାଳ ବିୟୋଗରେ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ପବିତ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ପ୍ରାଧ୍ୟାପକ ଡ଼ଃ. ସମୀର ହୁଇ, ମହମ୍ମଦ ଇସ୍ରାଇଲ୍‌, ସନ୍ଦୀପ କୁମାର ଘୋଷ, ପ୍ରକାଶଚନ୍ଦ୍ର ମହାପାତ୍ର, ବନମାଳି ଦାସ, ବିନାୟକ ସାହୁ, ପ୍ରଦୀପ ରାୟ, ସଞ୍ଜୟ ପଣ୍ଡା, ବାସ୍ତବିକା ଦାସ, ସ୍ମରଣୀକା ପ୍ରଧାନ, ଆଦ୍ୟାରଶ୍ମି ମିଶ୍ର, କଲ୍ୟାଣୀ ଦାସ, ସଜଲ ମହାନ୍ତି, ଜିଜ୍ଞାସୁ ଦାସ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବିଧାୟକଙ୍କ ଫଯୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କର ସୁ-ଗୁଣାବଳୀ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସେହିପରି ଧାମନଗର ବିଜ୍ଞାପିତ ପରିଷଦ ପକ୍ଷରୁ କାର୍ଯ୍ୟାଳୟ ପରିଷରରେ ଏନ୍‌ଏସି ଅଧ୍ୟକ୍ଷା ନିବେଦୀତା ଜେନାଙ୍କ ଅଧ୍ୟକ୍ଷତାରେ ଉପାଧ୍ୟକ୍ଷ ସେକ୍ ନୁରାନି, କାର୍ଯ୍ୟନିର୍ବାହୀ ଅଧିକାରୀ ଯତୀନ୍ଦ୍ର କୁମାର ମିଶ୍ର ସମେତ ସମସ୍ତ ୱାର୍ଡ଼ର କାଉନ୍‌ସିଲର ଓ ଅଫିସ୍ କର୍ମଚାରୀମାନେ ଯୋଗଦେଇ ସ୍ୱର୍ଗତ ସେଠୀଙ୍କ ସ୍ମୃତିଚାରଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.