Home ଜିଲ୍ଲା ପରିକ୍ରମା ଧାମନଗରର ଗୋପବନ୍ଧୁ ପୂର୍ବତନ ବିଧାୟକ ମୁରଲିଧର ଜେନାଙ୍କ ୫୫ତମ ଶ୍ରାଦ୍ଧବାର୍ଷିକ ଉତ୍ସବ ପାଳିତ

ଧାମନଗରର ଗୋପବନ୍ଧୁ ପୂର୍ବତନ ବିଧାୟକ ମୁରଲିଧର ଜେନାଙ୍କ ୫୫ତମ ଶ୍ରାଦ୍ଧବାର୍ଷିକ ଉତ୍ସବ ପାଳିତ

93

ଭଦ୍ରକ, ୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ଓ ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଧାମନଗରର ଗୋପବନ୍ଧୁ ସ୍ୱର୍ଗତ ମୁରଲୀଧର ଜେନା ୫୫ତମ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି । ଧାମନଗର ସ୍ଥିତ ମୁରଲିଧର ସ୍ମୃତି ପାଠାଗାର ପକ୍ଷରୁ ମହତାବ ସେବାସଦନ ଠାରେ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ମହତାବ ସେବା ସଦନର ପରିଚାଳକ ସାମ୍ବାଦିକ ବାସୁଦେବ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତି ସମାରୋହରେ ଜିଲ୍ଲାପରିଷଦ ସଭ୍ୟ ମନୋରଂଜନ ମଲ୍ଳିକ, ସୁରଥ ଚନ୍ଦ୍ର ସେଠୀ, ସାଂସଦଙ୍କ ପ୍ରତିନିଧି ଶରତଚନ୍ଦ୍ର ମହାନ୍ତି, କାନ୍ତସାହିତ୍ୟ ପରିଷଦର ସଭାପତି ରସାନନ୍ଦ ମହାପାତ୍ର, ସମ୍ପାଦକ ଶଚିକାନ୍ତ ପଣ୍ଡା, ଶିକ୍ଷାବିତ୍ ମହେଶ୍ୱର ସ୍ୱାଇ. ବିଜେଡ଼ି ନଗର ସଭାପତି ସୁଶାନ୍ତ କୁମାର ରାଉତ, ପ୍ରେସ୍ କ୍ଲବର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ମହାପାତ୍ର, ସାମ୍ବାଦିକ ସୁଧାକର ଦାଶ, ସେକ୍ ଜାଫର ଅଲ୍ଲୀ, କୂଳମଣୀ ବେହେରା ଅଧ୍ୟାପକ ଚିତରଂଜନ ଦାଶ, ପ୍ରଧାନ ଶିକ୍ଷକ ହେମେନ୍ଦ୍ର ନାଥ ମହାନ୍ତି, ଶିକ୍ଷାବିତ୍ ଅଭିମନ୍ୟୁ ମଲ୍ଳିକ, ଶିକ୍ଷାବିତ୍ ଆନନ୍ଦ ରାଉତ ପ୍ରମୁଖ ଦିବଂଗତ ଦରଦୀ ନେତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ ସହ ସ୍ୱର୍ଗତ ଜେନାଙ୍କ ସୁ-ଗୁଣାବଳୀ ଓ ସ୍ୱର୍ଗତ ଜେନା ଧାମନଗର ଅଂଚଳରେ ଶିକ୍ଷା ପ୍ରତି ଯେଉଁ ଅବଦାନ ରହିଛି ତାହା ଅବିସ୍ମରଣୀୟ ଏବଂ ଚୀରଦିନ ଅମରକରି ରଖିବବୋଲି ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଅନୀଲ କୁମାର ବାରିକ, ଦୀନବନ୍ଧୁ ଦାଶ, କୈଳାଶ ଗୁପ୍ତା, ସରୋଜ ସେଠୀ, ଅନନ୍ତ ଜେନା, ଗୋଲାମ ଜିଲାନି ହବିବି, ସଂଜୀବ ମହାନ୍ତି, ପଂକଜ ଦାସ, ପ୍ରଶାନ୍ତ ସାହୁ, ସମାଜସେବୀ ରାମଚନ୍ଦ୍ର ଜେନା, ସେକ୍ ଅବଦୁଲ ହକିମ୍‌, ପର୍ଶୁରାମ ପାତ୍ର, ଶିକ୍ଷକ ସୁରେନ୍ଦ୍ର କୁମାର ସେଠୀ, ସନ୍ତୋଷ ମହାପାତ୍ର, ରାମଚନ୍ଦ୍ର କର, ସେକ୍ ମନ୍‌ସୁର ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱର୍ଗତ ମୁରଲୀ ଜେନାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଶେଷରେ ସାମ୍ବାଦିକ କୃଷ୍ଣଚନ୍ଦ୍ର ଜେନା ଧନ୍ୟବାଦ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.