Home ଜିଲ୍ଲା ପରିକ୍ରମା ଧାମନଗରରେ ୧୮୯ ଛୁଇଁଲା କରୋନା

ଧାମନଗରରେ ୧୮୯ ଛୁଇଁଲା କରୋନା

51

ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକରେ ନିକଟରେ ବିଜ୍ଞାପିତ ଅଞ୍ଚଳର ଜଣେ ଘରୋଇ ଡ଼ାକ୍ତରଙ୍କୁ କରୋନା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିବାପରେ ତାଙ୍କ ଭାଇଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ତେବେ ଧାମନଗରରେ ଦିନକୁ ଦିନ ଏହି କୋରାନା ଭୁତାଣୁ ବ୍ୟାପିବାରେ ଲାଗିଛି। ଆଜି ବ୍ଲକର କରୋନା ପଜିଟିଭ ୧୮୯କୁ ଛୁଇଁଛି। ସେଥିମଧ୍ୟରୁ ଆଜିକେବଳ ୧୭ଟି ପଜିଟିଭ ବାହାରିଛି। ଧାମନଗର ଏନ୍‌ଏସିରେ ୫ଜଣ, ବମକୁରା ପଞ୍ଚାୟତରେ ୭ଜଣ, ଅର୍ଜ୍ଜୁନପୁର ପଞ୍ଚାୟତରେ ଜଣେ, ହସନାବଦ ପଞ୍ଚାୟତରେ ଜଣେ, ମୁସ୍ତଫାପୁର ପଞ୍ଚାୟତରେ ୨ଜଣ ଓ ଦୋବଲ ପଞ୍ଚାୟତରେ ଜଣଙ୍କର ପଜିଟିଭ ବାହାରିବାପରେ ସେମାନଙ୍କୁ ସ୍ଥାନୀୟ କୋଭିଡ଼ ହସ୍ପଟାଲରେ ଭର୍ତ୍ତି କରାଯାଇଛି। ଆଜି ୧୭ଜଣଙ୍କର ପଜିଟିଭ ବାହାରିଛି ସେମାନେ ସମସ୍ତେ ସ୍ଥାନୀୟ ସଂକ୍ରମଣ ବୋଲି ସ୍ୱାସ୍ଥ୍ୟ ବିଭାଗ ପ୍ରକାଶ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.