Home ଜିଲ୍ଲା ପରିକ୍ରମା ଧାମନଗରରେ ମାଟି ମାଫିଆଙ୍କ ରାଜ୍‌, ଖଣି ବିଭାଗ ଚୁପ୍ !

ଧାମନଗରରେ ମାଟି ମାଫିଆଙ୍କ ରାଜ୍‌, ଖଣି ବିଭାଗ ଚୁପ୍ !

10

ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ଧାମନଗର ବ୍ଲକ ଅଂଚଳରେ ମାଟି ଓ ମାଫିଆଙ୍କ ରାଜ ଆରମ୍ଭ ହୋଇଯାଏ । ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଏହି ବ୍ଲକର ବିଭିନ୍ନ ଗ୍ରାମୀଣ ଅଂଚଳରେ ବେଆଇନ ଭାବରେ ଜେସିବି ଦ୍ୱାରା ମାଟି ଉଠାଇ ବିକ୍ରି କରାଯାଉଛି । ଏପ୍ରତି ଲଘୁ ଖଣି ବିଭାଗ ସମ୍ପୂର୍ଣ ଆଖିବୁଜି ଦେଇଥିବା ଭଳି ଜଣାପଡ଼ୁଛି । ପ୍ରତିଦିନ ଶହ ଶହ ସଂଖ୍ୟାରେ ଟ୍ରାକ୍ଟର ମାଟି ବୋହିବା ବେଳେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରୁଛନ୍ତି । ନିଜ ନିଜ ଭିତରେ କିଏ ଅଧିକ ଟ୍ରିପ୍ କରି ପାରିବ ସେଥ?ିପାଇଁ ପ୍ରତିଯୋଗିତା କରି ରାସ୍ତା ଉପରେ ଭୟଙ୍କର ଶବ୍ଦ କରି ଟ୍ରାକ୍ଟର ଚଳାଉଛନ୍ତି ଯାହା ଫଳ ରେ ଯାତାୟାତ କରୁଥିବା ଅନ୍ୟ ଗାଡ଼ି, ସାଇକଲ, ବାଇକ୍ ଆରୋହୀ ଏମିତିକି ପଥଚାରାମାନେ ଭୟଭୀତ ହେବା ସହିତ ବିପଦରେ ପଡୁଛନ୍ତି ! ଦ୍ରୁତଗତିରେ ଟ୍ରାକ୍ଟର ଚଳାଇ ଥିବାରୁ ଗ୍ରାମୀଣ ରାସ୍ତାରେ ରାସ୍ତା ଗୁଡିକ ଅଳ୍ପଦିନରେ ନଷ୍ଟ ହେଉଛି । ଟ୍ରାକ୍ଟରରେ ମାଟି ବୋହି ନେଉଥିବା ବେଳେ ରାସ୍ତାରେ ମାଟି ପଡ଼ି ପରବର୍ତୀ ମୁହୂର୍ତରେ ବର୍ଷା ଯୋଗୁଁ ଧୋଇ ମେଂଚା ମେଂଚା କାଦୁଅ ସୃଷ୍ଟି କରୁଛି ଯାହା ଲୋକ ଙ୍କ ପାଇଁ ବିପଦ ସୃଷ୍ଟିହେଉଛି । ଏହି ଅନଭିଜ୍ଞ ଟ୍ରାକ୍ଟର ଚାଳକଙ୍କର କୌଣସି ବିଧି ବଦ୍ଧ ତାଲିମ ନ ଥିବା ବେଳେ ଏମାନଙ୍କ କୌଣସି ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ନାହିଁ । ଏସବୁ ପ୍ରତି ପ୍ରଶାସନ ଆଦୌ ସଚେତନ ନାହିଁ । ଫଳରେ ବେଫିକର ଭାବେ ମାପିଆମାନେ ମନଇଚ୍ଛା ଚୋରା ମାଟି ଚଲାଣ କରିଚାଲିଛନ୍ତି । ଏପଟେସାଧାରଣ ଲୋକ ହଇରାଣ ହରକତ ହେଉଛନ୍ତି ।ଅସନ୍ତୋଷ ବ୍ୟକ୍ତ କରୁ ଥିଲେ ବି ଉପରେ କିଛି କରି ପାରୁନାହାନ୍ତି କି ସହି ପାରୁ ନାହାଁନ୍ତି ଓ ଖଣି ବିଭାଗ ନିକଟରେ ଏନେଇ ଅଭିଯୋଗ ହେଉଛି! ତଥାପି ଫଳ ଶୂନ ଧାମନଗର ବ୍ଲକରେ ପ୍ରବାହିତ ହେଉଥିବା ବିଭିନ୍ନ ନଦୀ ଯଥା ବୈତରଣୀ, ଗେଙ୍ଗୁଟି, ରେଳ, କପାଳି ଆଦି ଅବବାହିକାରୁ ଖୁଲମଖୁଲା ମାଟି ଓ ବାଲି ଚାଲାଣ ବିଷୟରେ ପ୍ରଶାସନ ପାଖରେ ଏହାର ଖବର ନାହିଁ । ପ୍ରଚଣ୍ଡ ଶବ୍ଦରେ ଖରାବେଳେ ରାତିରେ ଘରେ ଶୋଇବା କଷ୍ଟ ହୋଇପଡୁଛି । ଏଣୁ ଏହି ବେଆଇନ ମାଟି ଚାଲାଣ କୁ ବିରୋଧ କରିଛନ୍ତି ଅନୁକମ୍ପା ମହିଳା ସଂଗଠନ ର ସଭାପତି କବିତା ସାହୁ, ସମ୍ପାଦକ ଅଞ୍ଜନା ମହାକୁଡ, ଉପ ସଭାପତି ବିମଳା ପ୍ରମୁଖ ।ଖଣି ବିଭାଗ ଅଧିକାରୀ ଅନିଲ ଦାସ ଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ଖୁବ୍ ଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.