Home ଓଡ଼ିଶା ଧାନ ଗଛରେ ପତ୍ର ପୋଡ଼ା ରୋଗ, ଜଳି ଯାଉଛି ଧାନ ଗଛ

ଧାନ ଗଛରେ ପତ୍ର ପୋଡ଼ା ରୋଗ, ଜଳି ଯାଉଛି ଧାନ ଗଛ

167

ବାହାନଗା, ୨୯।୯ (ଭାରତୀ ଦାସ/ ଓଡ଼ିଆ ପୁଅ )- ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକରେ ଧାନ ଗଛରେ ପତ୍ର ପୋଡ଼ା ରୋଗ ଆରମ୍ଭ ହୋଇଛି। ଫଳରେ ବହୁ ଧାନ ଜମି ଗୁଡ଼ିକ ପତ୍ରପୋଡ଼ା ରୋଗରେ ଆକ୍ରାନ୍ତ ହୋଇ ଧାନ ଗଛମୂଳରୁ ପତ୍ର ଶୁଖି ହଳଦିଆ ପଡ଼ିବା ସହ ଧାନ ଗଛ ଗୁଡ଼ିକ ଧିରେ ଧିରେ ହଳଦିଆ ପଡ଼ିବା ସହ ଶୁଖିଯାଉଛି। ଫଳରେ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି। କରୋନା ମହାମାରୀ ଭୟବହତା ସାଙ୍ଗକୁ ଅର୍ଥ ଅନାଟନ ସମସ୍ତ ଟଙ୍କା ଚାଷୀ ଚାଷରେ ଲଗାଇ ଫସଲ ଉତାରି ବା ଶେଷ ସମୟରେ ଏଭଳି ରୋଗ ଚାଷୀଙ୍କୁ ଚିନ୍ତାରେ ପକାଇ ଦେଇଛି। ଏଭଳି ରୋଗ ନୂଆପୁର ପଞ୍ଚାୟତର ଦେଖା ଯାଇଛି। ଫଳରେ ଚାଷୀଙ୍କ ପାଇଁ ଏ ହେଉଛି ଏକ ଗୁରୁତ୍ୱ ପୂର୍ଣ୍ଣ ଅଗ୍ନି ପରୀକ୍ଷା ସଦୃଶ। ତେଣୁ ଏହାର ସମାଧାନ ପାଇଁ ସେ ପ୍ରୟାସ ରଖିଥିବା ବେଳେ ଉପରିସ୍ଥ ଅଧିକାରୀ ମାନଙ୍କର ସହଯୋଗ କାମନା କରିଥିବାର କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.