Home କଳାହାଣ୍ଡି ଧାନମଣ୍ଡିରେ ପଡିରହିଛି ଧାନ ,କାଗଜପତ୍ରରେ ମଣ୍ଡି ବନ୍ଦ ,କର୍ତୃପକ୍ଷ ନୀରବଦଷ୍ଟା, ଚାଷୀ ହନ୍ତସନ୍ତ

ଧାନମଣ୍ଡିରେ ପଡିରହିଛି ଧାନ ,କାଗଜପତ୍ରରେ ମଣ୍ଡି ବନ୍ଦ ,କର୍ତୃପକ୍ଷ ନୀରବଦଷ୍ଟା, ଚାଷୀ ହନ୍ତସନ୍ତ

168

କଳାହାଣ୍ଡି – ୦୩.୦୭.୨୦୧୯ (ଓଡିଆପୁଅ) କଳାହାଣ୍ଡି ଜିଲ୍ଲାରେ ସରକାରୀ ସ୍ତରରେ ଧାନମଣ୍ଡି ବ୍ୟବସ୍ଥା ସମାପ୍ତ ହୋଇଯାଇଥିବା କୁହାଯାଉଥିବା ବେଳେ ଅଦ୍ୟାବଧି ୦୨.୦୭.୨୦୧୯ ମଙ୍ଗଳବାର ସୁଦ୍ଧା ଅନେକ ମଣ୍ଡିରେ ଧାନ ପଡିରହିଥିବା ଜଣାପଡିଛି । ଜୁନାଗଡ ବ୍ଲକ ଅନ୍ତର୍ଗତ ବହୁଚର୍ଚ୍ଚିତ ହାବସପୁର ମଣ୍ଡିରେ ହାବସପୁର ପାକ୍ସର ପ୍ରାୟ ୧୧୦୦ କ୍ୱିଂଟାଲ ଧାନ ସମେତ ଚକୁଳି ପାକ୍ସର ହଜାରେ କ୍ୱିଂଟାଲ ଧାନ ପଡିରହିଥିବା ଚାଷି ମହଲରେ ଅଭିଯୋଗ ହେଉଛି । ହାବସପୁର ପାକ୍ସର ଚାଷୀ ଘାସି ଗୋପାଲଙ୍କ୧୫୦ କ୍ୱିଂଟାଲ, ଶମ୍ଭୁ ପଟ୍ଟଯୋଷି ଙ୍କ୧୦୦,ରୁପେଶ ଅଗ୍ରୱାଲ ଙ୍କ ୨୦୦,ଅଶୋକ ପଣ୍ଡାଙ୍କ ୧୮୦,ବୀରେନ୍ଦ୍ର ବେହେରାଙ୍କ ୮୦,ସଂଜୀବ ପଣ୍ଡାଙ୍କ ୮୦, ସୁଶାନ୍ତ ପଣ୍ଡାଙ୍କ ୧୮୦ କ୍ୱିଂଟାଲ ଏବଂ ଅନ୍ୟ ଛୋଟ ଚାଷି ମାନଙ୍କ ୨୦/୩୦ କ୍ୱିଂଟାଲ ଲେଖାଏଁ ଧାନ ହାବସପୁର ମଣ୍ଡିରେ ଅଦ୍ୟାବଧି ପଡିରହିଥିବା ଜଣାପଡିଛି । ସେହିପରି ଚକୁଳି ପାକ୍ସ ଅନ୍ତର୍ଗତ ଚାଷି ମାନଙ୍କ ହଜାରେ କ୍ୱିଂଟାଲ ଧାନ ହାବସପୁର ମଣ୍ଡିରେ ପଡିରହିଥିବା ବେଳେ ପ୍ରାୟ ୩୬୦ କ୍ୱିଂଟାଲ ର ଟାର୍ଗେଟ ଥିଲେହେଁ ଧାନ ଉଠାଣ କରିବାକୁ କେହିଁ ନଥିବା ଅଭିଯୋଗ ହେଉଛି । ଧର୍ମଗଡ ବ୍ଲକ ଅନ୍ତର୍ଗତ କାଙ୍କେରୀ ମଣ୍ଡିରେ ମଧ୍ୟ ସେହି ଏକା ଅବସ୍ଥା ଥିବା ଅଭିଯୋଗ ହେଉଛି । ଅନେକ ଚାଷୀ ନିଜ ନିଜ ଧାନ ମଣ୍ଡିକୁ ଆଣି ପକାଇଥିବା ବେଳେ ସେମାନଙ୍କ ଧାନ ନେବା ପାଇଁ କେହି ନଥିବା ଚାଷୀ ମହଲରେ ଅଭିଯୋଗ ହେଉଛି । ମଙ୍ଗଲବାର ଦିନର ଲଘୂଚାପ ଜନିତ ବର୍ଷାରେ ଚାଷୀ ଙ୍କ ଅବସ୍ଥା ବେହାଲ ହୋଇଯାଇଥିବା ଚାଷୀ ମହଲରେ ଅଭିଯୋଗ ହେଉଛି । ଯେଣରେଣ ପ୍ରକାରେ ମଣ୍ଡ ବ୍ୟବସ୍ଥା ସାରିଦେବାକୁ ଯୋଜନା କରି ଯୋଗାଣ ବିଭାଗ ଓ ପାକ୍ସ କର୍ତ-ପକ୍ଷ ଚାଷୀଙ୍କ କୌଣସି ଅଭିଯୋଗକୁ ମଧ୍ୟ ଗୁରୁତ୍ୱ ଦେଉନଥିବା ଅନେକ ଅଭିଯୋଗ ହୋଇଥାଏ ।

ରାଜ୍ୟର ଦ୍ୱୀତିୟ ସର୍ବାଧିକ ଧାନ ଉତ୍ପାଦନ ଜିଲ୍ଲା ଭାବେ କଳାହାଣ୍ଡି ଜିଲ୍ଲା ପରିଗଣିତ ହେବା ପରେ ଚାଷୀର ଧାନ କିଣା କାରବାରକୁ ନେଇ ଚାଷୀ ମହଲରେ ଅନେକ ଅଭିଯୋଗ ଶୁଣିବାକୁ ମିଳେ । ବିଶେଷ କରି ଚାଷୀର ଧାନକୁ କ୍ୱିଂଟାଲ ପିଛା ପାଂଚରୁ ଦଶ କେଜି ଅଧିକ ନେଇ ଧାନ ଉଠାଣ କରାଯାଉଥିବାର ଅଭିଯୋଗ ହେଉଥିଲେ ହେଁ ସରକାରୀ କାଗଜପତ୍ରରେ କଳାହାଣ୍ଡିରେ ସଠିକ ଭାବେ ଏଫଏକୁ୍ୟ ମାନର ଧାନ ହିଁ କିଣାଯାଉଥିବା ଦର୍ଶାଇ ଦିଆଯାଇଥାଏ । ପାକ୍ସ ଧାନ କିଣି ମିଲର୍ସକୁ କଷ୍ମ ମିଲିଂ ପାଇଁ ଦେଇଥାଏ ବୋଲି କାଗଜପତ୍ରରେ ଉଲ୍ଲେକ ଥାଏ କିନ୍ତୁ ବାସ୍ତବ ଚିତ୍ର ସଂପୂର୍ଣ୍ଣ ଓଲଟା । ଧାନ ମଣ୍ଡିକୁ ଚାଷୀ ଯେତେ ଭଲ ଧାନ ଆଣିଲେ ମଧ୍ୟ ମଣ୍ଡିରେ ମିଲର୍ସ ଯେଉଁ କଟନି ପରିମାଣ ଧାର୍ଯ୍ୟ କରିଥାଏ ତାହା ହିଁ ଚାଷୀଙ୍କ ପାଇଁ ଶିରୋଧାର୍ଯ୍ୟ ହେବାକୁ ବାଧ୍ୟ । ଯୋଗାଣ ନିଗମର ଏଜେଂଟ ଭାବରେ ସମବାୟ ସମିତି ମଣ୍ଡିରେ ଧାନ କିଣିବା ବ୍ୟବସ୍ଥା ଥିଲେ ହେଁ ବାସ୍ତବ କ୍ଷେତ୍ରରେ ମିଲର୍ସ ହିଁ ଧାନ କିଣୁଥିବାର ଅଭିଯୋଗ ହୁଏ । ଏପରିକି ଯେଉଁ ଦିନ ମଣ୍ଡିକୁ ମିଲର୍ସ ଆସନ୍ତି ନାହିଁ ତେବେ ସେହିଦିନ ମଣ୍ଡି ଅଘୋଷିତ ଭାବେ ବନ୍ଦ ହୋଇଯାଇଥାଏ । ବର୍ତମାନ ଚାଷୀ ପଂଜୀକରଣ ବ୍ୟବସ୍ଥାରେ ମଧ୍ୟ ଅନେକ ହେରାଫେରୀ ହେଉଥିବା ଅଭିଯୋଗମାନ ହୋଇଆସୁଛି । ଏତେ ସବୁ ଅଭିଯୋଗ ପରେ ମଧ୍ୟ ଚାଷୀଙ୍କ ଅଭିଯୋଗ ବିଭାଗୀୟ ନାଳିଫିତା ତଳେ କିମ୍ବା ଡଷ୍ଟବିନରେ ପଡିରହୁଥିବା ମଧ୍ୟ ଅଭିଯୋଗ ହୁଏ । ତ୍ରୁଟିପୂର୍ଣ୍ଣ ଧାନ ଉଠାଣ ବ୍ୟବସ୍ଥାରେ ଚାଷୀ ଦହଗଞ୍ଜ ହେଉଛି ସିନା କେବେ ହେଲେ ପ୍ରଶାନ ସମାଧାନ କରିପାରୁନାହିଁ ବୋଲି ଚାଷି ମହଲରେ ଆଲୋଚନା ହେଉଛି । ବିଶେଷ କରି ମଣ୍ଡିରେ ସ୍ଥାନୀୟ ମିଲର୍ସ ଟେଗିଂ କରାଗଲେ ହିଁ ସବୁ ପ୍ରକାର ଅବ୍ୟବସ୍ଥା ହୋଇଥାଏ ବୋଲି ଚାଷି ମହଲରେ ଅଭିଯୋଗ ହୋଇଥାଏ । ଅନ୍ୟପକ୍ଷରେ ଧାନ ପରିବହନ ଖର୍ଚ୍ଚ କମାଇବା ପାଇଁ ସ୍ଥାନୀୟ ମିଲର୍ସଙ୍କୁ ପ୍ରାଧାନ୍ୟ ଦିଆଯାଉଥିବା ଯୋଗାଣ ବିଭାଗ ପକ୍ଷରୁ ସଫେଇ ଦିଆଯାଉଥିବା ବେଳେ ଚର୍ତୁପାଶ୍ୱର୍ରେ ଥିବା ଅନ୍ୟ ମଣ୍ଡି ମାନଙ୍କରେ ଟେଗିଂ ନକରି ମିଲର୍ସକୁ ସୁହାଇବା ଭଲି ନିଜସ୍ୱ ମଣ୍ଡିରେ ହିଁ ଟେଗିଂ ବ୍ୟବସ୍ଥା କରାଯାଉଥିବା ହେତୁ ଏଭଲି ଅନେକ ସମସ୍ୟା ଉପୁଜୁଥିବା ଚାଷୀ ମହଲରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.