Home ଜିଲ୍ଲା ପରିକ୍ରମା ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ମଇ ୧୦ ତାରିଖ ଦ୍ୱିତୀୟ ଶନିବାରରେ ଅନୁଷ୍ଠିତ ହେବ

ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ମଇ ୧୦ ତାରିଖ ଦ୍ୱିତୀୟ ଶନିବାରରେ ଅନୁଷ୍ଠିତ ହେବ

6

ଭଦ୍ରକ, ୩୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଧୀକରଣର ଭାରାପ୍ରାପ୍ତ ସଚିବ ଅରୋଲିପି ପରିଜା ସୂଚନା ଦେଇଛନ୍ତି ଯେ ଜିଲ୍ଲା କୋର୍ଟ ପରିସର, ନଳାଙ୍ଗ, ଭଦ୍ରକ ପରିସରରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଚଳିତ ମାସ ୧୦ ତାରିଖ ସକାଳ ୦୭ ଘଟିକା ସମୟରେ ଅନୁଷ୍ଠିତ ହେବ। ବିଚାରପତିମାନେ ଉକ୍ତ ରାଷ୍ଟ୍ରୀୟ ଲୋକ ଅଦାଲତରେ ଉପସ୍ଥିତ ରହି ପଞ୍ଜିକୃତ ହୋଇଥିବା ଦେୱାନୀ, ଫୌଜଦାରୀ, ପାରିବାରିକ, ମୋଟର ଯାନ ଦୁର୍ଘଟଣା, ବ୍ୟାଙ୍କ ଋଣ ଜନିତ ମାମଲାଗୁଡିକର ଫଇସଲା କରାଯିବ। ଦରିଦ୍ର, ନିସ୍ପେଷିତ ଓ ଅବହେଳିତ ତଥା ଗ୍ରାମାଂଚଳର ଲୋକମାନେ ଏହି ଅଦାଲତରେ ଯେପରି ବିନା ମୂଲ୍ୟରେ ନ୍ୟାୟ ପାଇପାରିବେ। ଲୋକଅଦାଲତ ମାଧ୍ୟମରେ ଅସମାହିତ ମୋକଦ୍ଦମା ଗୁଡିକର ଫଇସଲା କରାଯିବ। ଏହାର ସୁବିଧା ଯେପରି ଲୋକମାନେ ପାଇପାରିବେ ଓ ଏହାର ପ୍ରଚାର, ପ୍ରସାର ମାଧ୍ୟମରେ ଅଧିକରୁ ଅଧିକ ଲୋକ ଉପକୃତ ହୋଇ ପରିବେ ସେଥିପାଇଁ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ପ୍ରଚେଷ୍ଟା ଜାରି ରଖିଛନ୍ତି। ଜନସାଧାରଣ କୌଣସି ଦ୍ୱନ୍ଦ ବା ଭୟଭୀତ ନ ହୋଇ ଏକ ଦିଗରେ ଆଗେଇ ଆସିବାକୁ ନିବେଦନ କରାଯାଇଛି। ଏହାଦ୍ୱାରା ବହୁ ଲୋକ ଉପକୃତ ହୋଇପାରିବେ ବୋଲି ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ ଭାରାପ୍ରାପ୍ତ ସଚିବ ଶ୍ରୀମତୀ ପରିଜା ଆଶା ପୋଷଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.