Home ଜିଲ୍ଲା ପରିକ୍ରମା ଦୋଷିଙ୍ଗା ପଂଚାୟତରେ ଡିଲରଙ୍କ ମନମାନୀରେ ଅସନ୍ତୁଷ୍ଟ ଜନତା, ଚାଉଳ ବଦଳରେ ଟଙ୍କା ଦେଇ ଫେରାଇ ଦେଉଛନ୍ତି...

ଦୋଷିଙ୍ଗା ପଂଚାୟତରେ ଡିଲରଙ୍କ ମନମାନୀରେ ଅସନ୍ତୁଷ୍ଟ ଜନତା, ଚାଉଳ ବଦଳରେ ଟଙ୍କା ଦେଇ ଫେରାଇ ଦେଉଛନ୍ତି ଗରାଖଙ୍କୁ, ଏମଆଇଙ୍କ ଇଙ୍ଗିତରେ ଚାଲିଛି କଳା କାରନାମା

8

ଭଦ୍ରକ, ୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ନିକଟସ୍ଥ ଦୋସିଙ୍ଗା ପଂଚାୟତରେ ନିଯୁକ୍ତି ପାଇଥିବା ଡିଲର ଙ୍କ ମନମାନୀ ଦିନକୁ ଦିନ ବଢି ବଢି ଚାଲିଛି। କେତେବେଳେ ସାଧାରଣ ଜନତାଙ୍କୁ ନାଲିଆଖିତ ଆଉ କେତେବେଳେ ଆଖି ଛାପ ଏବଂ ଅଙ୍ଗୁଳି ଛାପ ପାଇଁ ଅର୍ଥ ଦାବୀ କରି ଚର୍ଚାରେ ଅଛନ୍ତି ସଂପୃକ୍ତ ଡିଲର। ଅଭିଯୋଗ ଅନୁଯାଇ ଦୋସିଙ୍ଗା ପଂଚାୟତ ପାଇଁ ନିଯୁକ୍ତି ପାଇଥିବା ଡିଲର ନିଜ ମନମାନୀରେ ଗ୍ରାହକ ମାନଙ୍କୁ ଶୋଷଣ କରି ଚାଲୁଛନ୍ତି। ଏହି କଥା ର ସମାଧାନ କରିବା ସହ ସଂପୃକ୍ତ ଡିଲରକୁ ଏହି ପଂଚାୟତରୁ ନିଲମ୍ବନ କରିବାକୁ ଅଂଚଳବାସୀ ଦାବୀ କରିବା ସହ ଏହି ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ସଂପୃକ୍ତ ଡିଲର ବହୁ ହିତାଧିକାରୀଙ୍କୁ ଚାଉଳ ନ ଦେଇ ସେମାନଙ୍କୁ ଟଙ୍କା ଦେଇ ବିଦା କରୁଥିବା ନେଇ ଅଭିଯୋଗ ମଧ୍ୟ ହୋଇଛି। ଏହି ଅଭିଯୋଗ ପରେ ଚାନ୍ଦବାଲି ବ୍ଲକ ଯୋଗାଣ ଅଧିକାରୀ ଏହାର ବିଦ୍ଧିବଦ୍ଧ ତଦନ୍ତ କରିବାକୁ ଆସିଥିଲେ। ତଦନ୍ତ ରୁ ଜାଣିବାକୁ ପାଇଲେ ଏହି ଡିଲରଙ୍କ ପାଖରେ ଯେତିକି ଚାଉଳ ଷ୍ଟକ ରହିବା କଥା ତାହା ଠାରୁ ବହୁ ଗୁଣାରେ ଷ୍ଟକ ଅଛି । ଏହା ଜାଣିବା ପରେ ବ୍ଲକ ଯୋଗାଣ ଅଧିକାରୀ ସଂପୃକ୍ତ ଡିଲରଙ୍କୁ କାରଣ ଦର୍ଶାଅ ନୋଟିସ ଜାରୀ ମଧ୍ୟ କରିଥିଲେ। ପରେ ରାଧେ ରାଧେ ତୋର ଅଧେକୁ ମୋର ଅଧେ କରି ଏହି କଥାର ସମାଧାନ ମଧ୍ୟ ବିଭାଗୀୟ ଅଧିକାରୀ କରିବା ପରେ ପୁନଶ୍ଚ ସଂପୃକ୍ତ ଡିଲର ନିଜର ମନମାନୀ ଆରମ୍ଭ କରିବା ସହ କେଉଁ ଖାଉଟିର ଖାଉଟି କାର୍ଡରୁ ନାମ କଟିଯାଇଛି ବୋଲି ଅର୍ଥ ଆଦାୟ କରୁଛିତ ଆଉ କାହା ପାଖରୁ ଆଖି ଏବଂ ଅଙ୍ଗୁଳି ଛାପ ସ୍କାନ କରାହୋଇ ପାରୁ ନାହିଁ ବୋଲି ମଧ୍ୟ ଅର୍ଥର୍ ଆଦାୟ କରୁଥିବା ନେଇ ଅଭିଯୋଗ ହୋଇଛି।ଏଥିସହ ସଂପୃକ୍ତ ଡିଲରଜଣକ ଗୋଟିଏ ଓଜନ କଂଟାରେ ଚାଉଳ ଓଜନ କରୁଥିବା ବେଳେ ଅନ୍ୟ ଏକ କଂଟାରେ ଅନ୍ୟ ଚାଉଳକୁ ଓଜନ କରି ଗ୍ରାହକଙ୍କୁ ଦେଉଥିବା ବେଳେ ଗୋଟିଏ ବସ୍ତାରେ ୫୦କେଜି ବଦଳରେ ୪୫କେଜି ଚାଉଳ ଗରାଖଙ୍କୁ ଦେଉଥିବା ଅଭିଯୋଗ ମଧ୍ୟ ହୋଇଛି।ଏଠାରେ ପ୍ରଶ୍ନ ଉଠେ କେଉଁ କାରଣ ପାଇଁ ବିଭାଗୀୟ ଅଧିକାରୀ ସଂପୃକ୍ତ ଡିଲରଙ୍କୁ ଘଂଟଘୋଡାଉଛନ୍ତି! ସଂପୃକ୍ତ ଡିଲରଙ୍କ ନାମରେ ବାରମ୍ବାର ଅଭିଯୋଗ ହେବା ପରେ ମଧ୍ୟ କେଉଁ ପରିସ୍ଥିତିରେ ସଂପୃକ୍ତ ଡିଲରଙ୍କ ବିରୁଦ୍ଧରେ ଦୃଢ କାଯ୍ୟନୁଷ୍ଠାନଗ୍ରହଣ କରା ଯାଉ ନାହିଁ ଅଥବା ନୂତନ ଡିଲର ନିଯୁକ୍ତି ଦିଆ୍‌ଯାଉ ନାହିଁ, ଏଥିପ୍ରତି ସାଧାରଣ ଜନତା ଅଙ୍ଗୁଳି ନିର୍ଦେଶ କରିବା ସହ କଣ ଡବଲ ଇଞ୍ଜିନ ସରକାର ଡବଲ ହାକିମାତି କରି ଡବଲ ରୋଜଗାର କରିବା ପାଇଁ ସଂପୃକ୍ତ ଡିଲରଙ୍କୁ ବିଜେପି କର୍ମକର୍ତା ଘଂଟ ଘୋଡାଇ ଚାଲିଛନ୍ତି ବୋଲି ପ୍ରଶ୍ନ ହୋଇଛି। ସଂପୃକ୍ତ ଡିଲରଙ୍କ ଲାଇସେନସ୍ ବାତିଲ କରିବାକୁ ମଧ୍ୟ ଭଦ୍ରକ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ।ଚାନ୍ଦବାଲି ବ୍ଲକ ଯୋଗାଣ ଅଧିକାରୀ ବାବୁଲାଲ ସାହୁଙ୍କୁ ଏ ବିଷୟରେ ପଚାରିବାରୁ ସେ କୌଣସି ମତାମତ ରଖିବାକୁ ମନା କରି ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.