Home ଜିଲ୍ଲା ପରିକ୍ରମା ଦୋବଲ-ସେଣ୍ଡପୁର ରାସ୍ତା ଏବେ ମରଣଯନ୍ତା, ସୁଧୁରୁନି ରାସ୍ତାର ଅବସ୍ଥା

ଦୋବଲ-ସେଣ୍ଡପୁର ରାସ୍ତା ଏବେ ମରଣଯନ୍ତା, ସୁଧୁରୁନି ରାସ୍ତାର ଅବସ୍ଥା

4
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୩୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ଉଦ୍ୟମ ରେ ଗ୍ରାମାଂଚଳ ର ରାସ୍ତା ଘାଟ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ ହେଉଥିବା ବେଳେ ରାସ୍ତା ର ଅବସ୍ଥା କିନ୍ତୁ ସୁଧୁରୁନି। ଧାମନଗର ବ୍ଲକର ଅନେକ ମୁଖ୍ୟ ରାସ୍ତା ଗୁଡ଼ିକ ବିପର୍ଯ୍ୟସ୍ତ ହୋଇଛି । ବିଶେଷ କରି ଦୋବଲ ଠାରୁ ଷେଣ୍ଠପୁର ପ୍ରାୟ ୩ କିଲୋମିଟର ରାସ୍ତା ନିକଟରେ ମରାମତି ହୋଇଥିବାବେଳେ ଏବେ ରାସ୍ତାର ବିଭିନ୍ନ ଅଂଶ ଖାଲ, ଖମା ହୋଇଥିବାରୁ ବର୍ଷା ପାଣିରେ ଆହୁରି ବିପର୍ଯ୍ୟସ୍ତ ହୋଇପଡ଼ିଛି । ଏପରିକି ଯାତାୟତରେ ଘୋର ବାଧାପ୍ରାପ୍ତ ସୃଷ୍ଟି ହେଉଛି । ଏହି ରାସ୍ତାଟି ଭଦ୍ରକ ଓ ଯାଜପୁର ଜିଲ୍ଲାକୁ ସଂଯୋଗ କରୁଥିବାରୁ ଦୈନିକ ଏହି ରାସ୍ତାଦେଇ ହଜାର ହଜାର ଲୋକଙ୍କ ଯାତାୟତ ସାଂଗକୁ ବିଭିନ୍ନ ଗାଡ଼ି ମୋଟର ଓ ବସ ମଧ୍ୟ ଯାତାୟତ କରିଥାଏ। ଏପରିକି ଏହି ରାସ୍ତାଦେଇ ଭୁବନେଶ୍ୱର-କଟକ ଓ ଭଦ୍ରକ କୁ ମଧ୍ୟ ବଡ଼ ବଡ଼ ବସ ଯାତାୟତ କରୁଛି । ତେବେ ଏହି ମୁଖ୍ୟ ରାସ୍ତା ଏବେ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାରୁ ଜନସାଧାରଣ ଯିବା ଆସିବାରେ ସମସ୍ୟା ସୃଷ୍ଟି ହେବା ସହ ଦୁର୍ଘଟଣା ମଧ୍ୟ ଘଟୁଛି। ଏ ଦିଗରେ ବିଭାଗୀୟ ଅଧିକାରୀ ତଥା ସ୍ଥାନୀୟ ଜନ ପ୍ରତିନିଧି ମାନେ କେହି ଦୃଷ୍ଟି ମଧ୍ୟ ଦେଉନାହାନ୍ତି।ସୂଚନା ଥାଉକି ଧାମନଗର ରୁ ସେଣ୍ଡପୁର ଭାୟା ଦୋବଲ୍ ରାସ୍ତା ନିର୍ମାଣ ଏବେ ମନ୍ଥର ଗତି ରେ ଚାଲିଚି।ବିଭାଗୀୟ ଅଧିକାରୀ ରାସ୍ତା କାମ ସମୟରେ ଉପସ୍ଥିତ ରହୁ ନଥିବାରୁ ପେଟି ଠିକାଦାର ମନମୁଖିଭାବେ କାର୍ଯ୍ୟ କରୁଛନ୍ତି।ଯାହାର ସ୍ତାଇତ୍ୱ ନେଇ ପ୍ରଶ୍ନ ବାଚି ସୃଷ୍ଟିକରିଛି । ଖଡ଼ିପଦା ରୁ ସାପୁଆ ପାଟଣା ଛକ, ବେଦପୁର ଛକ ରୁ ସେଣ୍ଡପୂର ରାସ୍ତା ଏବେ ସମୂର୍ଣ୍ଣ ଭାବରେ ବିପଦପୂର୍ଣ୍ଣ ରହିଛି। ରାସ୍ତା ରୁ ଗେଟି ଉଠିବା ସହିତ ଅନେକ ସ୍ଥାନ ରେ ବଡ ବଡ ଖାଲ ହୋଇ ଯିବାରୁ ସାମାନ୍ୟ ବର୍ଷା ରେ ଯାତାୟାତ ରେ ଘୋର ଅସୁବିଧା ଦେଖାଦେଇଛି। ତେବେ ଖୁବ୍ ଶୀଘ୍ର ରାସ୍ତା କାର୍ଯ୍ୟ ସରିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.