Home ଅପରାଧ ଦୋକୀନୀଭାଇ ସାବଧାନ ! ଆପଣଙ୍କ ସହ ହୋଇପାରେ ଏପରି ଠକେଇ, ମହିଳା ସ୍ୱରରେ ଏପରି କରୁଥିଲା...

ଦୋକୀନୀଭାଇ ସାବଧାନ ! ଆପଣଙ୍କ ସହ ହୋଇପାରେ ଏପରି ଠକେଇ, ମହିଳା ସ୍ୱରରେ ଏପରି କରୁଥିଲା ଠକ

151

ମୁମ୍ବାଇ, ୧୭/୧୦ (ଓଡ଼ିଆ ପୁଅ) : ମହାରାଷ୍ଟ୍ରର ପାଲଘର ଜିଲ୍ଲାର ନାଲାସୋପାରା ସହରର ଅନେକ ଦୋକାନୀଙ୍କଠାରୁ ହଜାର ହଜାର ଟଙ୍କା ଠକେଇ ପାଇଁ ପୋଲିସ ଜଣେ ବ୍ୟକ୍ତିକୁ ଗିରଫ କରିଛି। ମହିଳାଙ୍କ ସ୍ୱର ବ୍ୟବହାର କରି ଦୋକାନୀମାନଙ୍କଠାରୁ ସାମଗ୍ରୀ ସହିତ ଦୁଇ ହଜାର ଟଙ୍କାର ରେଜା ମାଗି ଛୁ ମାରୁଥିଲା। ତଦନ୍ତ ସମୟରେ ପୋଲିସ ଏକ ଗୁପ୍ତ ସୂଚନା ଆଧାରରେ ତାକୁ ଜାଲରେ ପକାଇ ଗିରଫ କରିଛି। ଏହି ଚଢ଼ାଉ ସମୟରେ ପୋଲିସ ଅଭିଯୁକ୍ତଠାରୁ ୧.୬୦ ଲକ୍ଷ ଟଙ୍କା ଜବତ କରିଛି। ଶୁକ୍ରବାର ଦିନ ଅଭିଯୁକ୍ତ ମନୀଷ ଆମ୍ବେଦକରଙ୍କୁ ଗିରଫ କରାଯାଇଛି ବୋଲି ମୀରା ଭାୟନ୍ଦର ଏବଂ ବସେଇ-ବିରାର ପୋଲିସ କମିଶନର ମୁଖପାତ୍ର ତୁକାରାମ ଠକ୍କର କହିଛନ୍ତି। ଥାନେ, ପାଲଘର, ମୁମ୍ବାଇ, ନାଶିକ୍ ଏବଂ ପୁଣେ ଜିଲ୍ଲାର ଅନେକ ଦୋକାନୀ ଏବଂ ବ୍ୟବସାୟୀଙ୍କୁ ଠକିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ମହିଳାଙ୍କ ସ୍ୱରରେ କିରାଣା ଦୋକାନ, ଔଷଧ ଦୋକାନୀ, ଅଳଙ୍କାର ଦୋକାନୀ ଏବଂ ହୋଲସେଲ ଖାଦ୍ୟ ବିକ୍ରେତାଙ୍କୁ ଏହିପରି ଠକେଇ କରୁଥିଲା। ଅଭିଯୁକ୍ତ ମହିଳା ସ୍ୱରରେ କହୁଥିଲା ଯେ, ସେ ଡାକ୍ତରଖାନା କିମ୍ବା ତାଙ୍କ ଦୋକାନ ନିକଟରେ ଥିବା ଏକ ଘରୁ କହୁଛି। ଅନେକ ଜିନିଷ ଅର୍ଡର କରିବା ପରେ କହୁଥିଲା ଦୁଇ ହଜାର ନୋଟ ବଦଳରେ ବାକି ରେଜା ପଠାଇବାକୁ କହୁଥିଲା। ଏହା ପରେ ସେ ବିଲ୍ଡିଂର ପ୍ରବେଶ ଦ୍ୱାର ନିକଟରେ ଅପେକ୍ଷା କରିବ ବୋଲି କହିଥିଲା। ଡେଲିଭରି ବୟ ପହଞ୍ଚିବା ପରେ ସେ ସେ ମହିଳାଙ୍କଠାରୁ ଦୁଇ ହଜାର ନୋଟ ଆଣିବାକୁ କହି ବାକି ଟଙ୍କା ନେଇ ଚମ୍ପଟ ମାରୁଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.