Home ଜିଲ୍ଲା ପରିକ୍ରମା ଦୋକାନ ଘରେ ବେକରେ ଦୌଡି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ଦୋକାନ ଘରେ ବେକରେ ଦୌଡି ଲଗାଇ ଯୁବକଙ୍କ ଆତ୍ମହତ୍ୟା

258

ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗରପଡାସ୍ଥ ପୁରୁଷଣ୍ଢ ଓ ବିଟିପୁର ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ କାଦବରାଙ୍ଗ ପଂଚାୟତ ଅନ୍ତର୍ଗତ ଭଗାରାମ ଗ୍ରାମର ଜନୈକ ଯୁବକ ଦୋକାନ ଘରେ ବେକରେ ଦୌଡି ଲଗାଇ ଆତ୍ମହତ୍ୟା କରିଥିବାର ଜଣାପଡିଛି। ସୂଚନା ଅନୁଯାୟୀ କାଦବରାଙ୍ଗ ପଂଚାୟତ ଅନ୍ତର୍ଗତ ଭଗାରାମ ଗ୍ରାମର ବନମାଳୀ ବାରିକଙ୍କ ଏକମାତ୍ର ପୁଅ ରାଜୁ ବାରିକ (୩୦) ଆଗରପଡାସ୍ଥ ପୁରୁଷଣ୍ଢ ଓ ବିଟିପୁର ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏକ ସେଲୁନ ଦୋକାନ କରିଥିଲେ। ପ୍ରତିଦିନ ପରି ଆଜି ମଧ୍ୟ ଘରୁ ଦୋକାନକୁ ସେ ଆସିଥିଲେ। କିଛି ଲୋକ ଦୋକାନକୁ ଚୁଟି, ଦାଢୀ କାଟିବାକୁ ଆସି ଭିତରପଟୁ ଦୋକାନ ବନ୍ଦ ଥିବାର ଜାଣିବାକୁ ପାଇଥିଲେ। ପରେ ଆଖପାଖ ଲୋକ ମିଶି ଦୋକାନ କବାଟ ଖୋଲିବାରୁ ରାଜୁ ଭିତରପଟୁ ବେକରେ ଦୌଡି ଲଗାଇ ଆତ୍ମହତ୍ୟା କରିଥିବା ଦେଖିଥିଲେ। ଏହା ଜାଣିବା ପରେ ସେମାନେ ଆଗରପଡା ଥାନାକୁ ଖବର ଦେଇଥିଲେ। ଖବର ପାଇ ଥାନା କର୍ମଚାରୀ ଘଟଣା ସ୍ଥଳରେ ପହଞ୍ôଚ ଶବକୁ ଉଦ୍ଧାର କରି ଥାନା କେଶ୍ ନଂ ୧୩/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇବା ସହ ତଦନ୍ତ ଜାରି ରଖିଥିବା ଜଣାପଡିଛି। ଏହି ଘଟଣା ଜାଣିବା ପରେ ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.