Home ଜିଲ୍ଲା ପରିକ୍ରମା ଦୈବ ହେଲା ବଇରୀ; ଭଣ୍ଡାରିପୋଖରୀ ପୂର୍ବତନ ବିଡିଓ ବନମାଳୀ ତରାଇଙ୍କ ପରଲୋକ

ଦୈବ ହେଲା ବଇରୀ; ଭଣ୍ଡାରିପୋଖରୀ ପୂର୍ବତନ ବିଡିଓ ବନମାଳୀ ତରାଇଙ୍କ ପରଲୋକ

172

ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ଜୁନ ମାସ ଅବସର ଗ୍ରହଣ କରିôତବା ଭଣ୍ଡାରିପୋଖରୀର ପୂର୍ବତନ ମିଷ୍ଟଭାଷୀ ବିଡିଓ ବନମାଳୀ ତରାଇଙ୍କର ପରଲୋକ ହୋଇଯାଇଛି । ଭଣ୍ଡାରିପୋଖରୀ ବ୍ଲକରେ ତିନି ବର୍ଷରୁ ଅଧିକ ସମୟ ବିଡିଓ ଭାବେ କାର୍ଯ୍ୟ କରିଥିôବା ୰ ତରେଇ ଜଣେ ନାଟ୍ୟକାର, ପାଲାଗାୟକ ଓ ପ୍ରବଚକ ଭାବେ ବେଶ ପରିିଚିତ ଥିଲେ । ସେ ପୁରୀ ରଥଯାତ୍ରାର ଧାରାବିବରଣୀ ପ୍ରଦାନ କରିବା ସହ ପ୍ରବଚନ, ପାଲା ପରିବେଷଣ ଓ ଯାତ୍ରା ନାଟ୍ରକାର ଭାବେ ପ୍ରଶଂସା ଲାଭ କରିଥିଲେ । ସ୍ଥାନୀୟ ପ୍ରଶାସକ ଭାବେ ବ୍ଳକର ସମସ୍ତ ସାହିତ୍ୟ, ସଂସ୍କୃତି ସଙ୍ଗଠନ ସହ ଜଡିତ ଥିଲେ । ଗତ ବର୍ଷ ଲକ୍ଷ୍ମୀପୂଜାରେ ମାଳଦା ବଜାରରେ ଜଗନ୍ନାଥ ବଣିକ ସଂଘ ଆନୁକୂଲ୍ୟରେ ଆୟୋଜିତ ପାଲା ସମାରୋହକୁ ଉଦଘାଟନ କରି ଚଳିତ ବର୍ଷ ହେବକୁ ଯାଉଥିବା ଲକ୍ଷ୍ମୀପୂଜାରେ ଚାକିରିରୁ ଅବସର ନେବାକୁ ଯାଉଥିବାରୁ ପାଲା ପରିବେଷଣ କରିବାକୁ କଥା ଦେଇଥିଲେ । ଭଣ୍ଡାରିପୋଖରୀ ସାହିତ୍ୟ ସଂସଦ ବାର୍ଷିକୋତ୍ସବରେ ଯୋଗଦେବାକୁ ସମ୍ମତି ଦେଇଥିଲେ । ସେହିପରି ଅନେକ ଅନୁଷ୍ଠାନକୁ ଆଗକୁ ବଢ଼ାଇବାରେ ସହଯୋଗ ଦେବାପାଇଁ କଥା ଦେଇଥିଲେ । ହେଲେ କରୋନା ମହାମାରୀ ବେଳେ ଅସୁସ୍ଥ ହୋଇ ଅବସରପ୍ରାପ୍ତ ପ୍ରଶାସକ ସ୍ୱଗତ ତରେଇ ଦେଇଥିôବା କଥା ଆଉ ରଖିପାରିଲେ ନାହିଁ । ତାଙ୍କ ପରଲୋକ ଖବରକୁ ସ୍ଥାନୀୟ ଲୋକେ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ରାଜନୈତିକ ନେତୃବୃନ୍ଦ ସାହିତ୍ୟ, ସଂସ୍କୃତି ଅନୁଷ୍ଠାନର କର୍ମକର୍ତ୍ତାମାନେ ଶୋକ ପ୍ରକାଶ କରିଛନ୍ତି । କବି ଅଚ୍ୟୁତାନନ୍ଦ ସାମଲ, ବ୍ଲକ ଅଧ୍ୟକ୍ଷା ମଞ୍ଜୁଶ୍ରୀ ବେହେରା, ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ରାଜେନ୍ଦ୍ର ଖଣ୍ଡାଇ, ପ୍ରଣିତକାନ୍ତ ସାମଲ, ଗୋଲକ ଚନ୍ଦ୍ର ବେହେରା, ଜଗନ୍ନାଥ ଭାରତୀ, ଷୋଳମପୁର ଶିଶୁ ମନ୍ଦିର ସମ୍ପାଦକ ବିଶ୍ୱମ୍ଭର ରାଉତ, ଜଗନ୍ନାଥ ବଣିକ ସଂଘ ପକ୍ଷରୁ ରାଜେନ୍ଦ୍ର ଶତପଥି ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.