Home ଅପରାଧ ଦେହରେ କିରୋସିନ ଢ଼ାଳି ବିଧବା ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି

ଦେହରେ କିରୋସିନ ଢ଼ାଳି ବିଧବା ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି

97

ହରିଚନ୍ଦନପୁର, ତା ୭ ଅକ୍ଟୋବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଜିରାଙ୍ଗ ଗ୍ରାମପଞ୍ଚାୟତ କଳାପାଟ ଗ୍ରାମରେ ଦେହରେ କିରୋସିନ ଢ଼ାଳି ବିଧବା ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ମିଳିଥିବା ଖବର ଅନୁଯାୟୀ କଳାପାଟ ଗ୍ରାମର ସ୍ବର୍ଗତ ଜଗବନ୍ଧୁ ମହାନ୍ତଙ୍କ ଦିତୀୟ ପତ୍ନୀ ବୈଶାଖି ମହାନ୍ତ(୩୦) ଆଜି ଅପରାହ୍ନରେ ଦେହରେ କିରୋସିନ ଢ଼ାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ତାଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଉକ୍ତ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସମ୍ପର୍କରେ ପରିବାର ଲୋକଙ୍କ କହିବା ଅନୁସାରେ ସ୍ବାମୀ ମରିବା ପରେ ଗ୍ରାମର ଦୁଷ୍ମନ୍ତ ମହାନ୍ତଙ୍କ ସହ ବୈଶାଖିଙ୍କ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଯାହାକୁ ନେଇ ପୂର୍ବରୁ ଅନେକଥର ଗ୍ରାମରେ ବୈଠକ ବସିଥିଲେ ମଧ୍ୟ ଦୁହିଁଙ୍କ ମଧ୍ୟରେ ପ୍ରେମ ସହ ଶାରୀରିକ ସମ୍ପର୍କ ଚାଲିଥିଲା । ଉକ୍ତ ପ୍ରେମ ସମ୍ପର୍କରେ ଦୁଇ ଦିନ ପୂର୍ବରୁ କୌଣସି ଫାଟ୍ ସୃଷ୍ଟି ହେଇଥିବା କାରଣରୁ ଆଜି ଘରେ କେହି ନଥିବାର ସୁଯୋଗ ନେଇ ଦେହରେ କିରୋସିନ ଢ଼ାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ନିଆଁ ଲାଗିବାର ଦେଖି ଗ୍ରାମର ଲୋକମାନେ ଦୈାଡି ଯାଇ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସକୁ ଫୋନ୍ ଯୋଗେ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.