Home ଜିଲ୍ଲା ପରିକ୍ରମା ଦେଶୁଆଁ ପୋଖରୀରେ ବାଘାଯତୀନଙ୍କ ୧୦୫ ତମ ବଳିଦାନ ଦିବସ

ଦେଶୁଆଁ ପୋଖରୀରେ ବାଘାଯତୀନଙ୍କ ୧୦୫ ତମ ବଳିଦାନ ଦିବସ

381

ବାଲେଶ୍ୱର, ୧୦ା୯(ଓଡ଼ିଆ ପୁଅ/ଅଭୟ ଦାସ): ମହାମାରୀ କରୋନାର ପ୍ରକୋପ ସତ୍ତ୍ୱେ ବାଘାଯତୀନ ବିକାଶ ପରିଷଦ ପକ୍ଷରୁ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଅନ୍ୟତମ ଉଗ୍ର ଜାତୀୟତାବାଦୀ ସଂଗ୍ରାମୀ ଶହୀଦ ବାଘାଯତୀନ ଓ ସାଥୀଙ୍କ ୧୦୫ତମ ବଳିଦାନ ଦିବସ ସମାରୋହ ଆଜି ଚଷାଖଣ୍ଡସ୍ଥିତ ଦେଶୁଆଁ ପୋଖରୀଠାରେ ହୋଇଯାଇଛି। କମିଟିର ସ୍ଥାୟୀ ସଭାପତି ବାଲେଶ୍ୱର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଏଥିରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ଆୟୋଜିତ ବଳିଦାନ ସ୍ମୃତି ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ବାଘାଯତୀନ ଓ ସାଥୀଙ୍କ ଆତ୍ମବଳି ବାଲେଶ୍ୱର ସମେତ ସମଗ୍ର ଦେଶ ପାଇଁ ଗୌରବ ବୋଲି ସେ କହିଥିଲେ। ଶହୀଦ ଦୀର ବାଘାଯତୀନ ଏବଂ ତାଙ୍କର ଚାରିଜଣ ସହଯୋଗୀଙ୍କର ଇଂରେଜ ସୈନ୍ୟଙ୍କ ସହ ଦେଶୁଆଁ ପୋଖରୀ କୂଳରେ ରକ୍ତାକ୍ତ ସଂଘର୍ଷର କାହାଣୀ ଦେଶବାସୀଙ୍କୁ ସର୍ବଦା ଅନୁପ୍ରାଣୀତ କରୁଥିବ ବୋଲି ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ମତ ପ୍ରକାଶ କରିଥିଲେ। ବିକାଶ ପରିଷଦର ସମ୍ପାଦକ ସର୍ବେଶ୍ୱର ମହାନ୍ତି, ଉପସଭାପତି ମନୋଜ କୁମାର ନାୟକ, ସ୍ନେହଲତା ଦାସ, ସହ-ସମ୍ପାଦିକା ଜୟନ୍ତୀ ପଣ୍ଡା, ଅଜିତ୍ କୁମାର ବରାଳ, ସୁଦର୍ଶନ ଭୂୟାଁ, ପ୍ରଫୁଲ୍ଲ ବେହେରା, ପ୍ରଫୁଲ୍ଲ ଜେନା, ପଦ୍ମଲୋଚନ ନାୟକ, ରମେଶ ଚନ୍ଦ୍ର ଦାସ, ଅନୀତା ଭୂୟାଁ, ଶେଖ୍ ୟମୁନାର ପ୍ରମୁଖ ଏଥିରେ ଏଥିରେ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ତେବେ ଦୟନୀୟ ଅବସ୍ଥାରେ ଥିବା ବାଘାଯତୀନ ସ୍ମୃତିପୀଠ ରାସ୍ତାର ନବୀକରଣ ପାଇଁ କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଏହି ଅବସରରେ ନିବେଦନ କରାଯାଇଥିଲା। ଏନେଇ ଉଚିତ ପଦକ୍ଷେପ ଗ୍ରହଣ କରିବେ ବୋଲି ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ସମସ୍ତଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଓ ପୁଲିସଙ୍କ ସମେତ ବହୁ ସାଧାରଣ ବ୍ୟକ୍ତି ଉପସ୍ଥିତ ଥିଲେ। ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତେ ସାମାଜିକ ଦୂରତା ରକ୍ଷା କରୁଥବା ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.