Home ଜିଲ୍ଲା ପରିକ୍ରମା ଦେଶୀ ମଦ ସହିତ ଅଟୋ ଜବତ, ଚାଳକ ଗିରଫ

ଦେଶୀ ମଦ ସହିତ ଅଟୋ ଜବତ, ଚାଳକ ଗିରଫ

9

ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ବିନ୍ଧା ବଜାରରୁ ଦେଶୀ ମଦ ସହିତ ଅଟୋ ଜବତ ହୋଇଥିବା ଜଣାପଡ଼ିଛି। ଅବକାରୀ ବିଭାଗର ମୋବାଇଲ୍ ଟିମ୍ କୌଣସି ସୂତ୍ରରୁ ଖବର ପାଇ ବିନ୍ଧା ବଜାରରେ ପହଂଚି ଦେଶୀ ମଦ ସହିତ ଅଟୋକୁ ଜବତ କରିଥିଲା। ଏନେଇ ଅବକାରୀ ବିଭାଗ ପକ୍ଷରୁ ୧୩୪/୨୫ରେ ଏକ ମକଦ୍ଦମା ରୁଜୁ କରାଯାଇ ଅଟୋ ଚାଳକ ବଉଳପାଳ ଗ୍ରାମର ସୁଶାନ୍ତ ଧଳକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ପ୍ରକାଶ ଯେ, ଘେଂଟଶ୍ୱରରୁ ଏକ ଅଟୋରେ ୨୦ ପେଟି (୧୦୦ଲିଟର) ଦେଶୀ ମଦ ଆସୁଥିଲା। ଏ ସମ୍ପର୍କରେ ସୂଚନା ପାଇ ଅବକାରୀ ମୋବାଇଲ ଟିମ୍ ଚଢ଼ାଉ କରି ଅଟୋ ସହ ମଦକୁ ଜବତ କରିଥିଲା। ଏହି ଚଢ଼ାଉରେ ଏସଆଇ ରବି ବେହେରା, ଏଏସଆଇ ବିଜୟ କୁମାର ମଲ୍ଲିକ, କନେଷ୍ଟବଳ ସୁବାଶିଷ ରାଉତ, ମିଥୁନ ଜେନା, ବିଭୂ ପ୍ରସାଦ ମଲିକ ପ୍ରମୁଖ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.