Home ଓଡ଼ିଶା ଦେବସ୍ନାନ ପୁର୍ଣିମାରେ ଚାଲିଗଲେ ଗବେଷକ କୃଷ୍ଣଚନ୍ଦ୍ର ପଟ୍ଟନାୟକ

ଦେବସ୍ନାନ ପୁର୍ଣିମାରେ ଚାଲିଗଲେ ଗବେଷକ କୃଷ୍ଣଚନ୍ଦ୍ର ପଟ୍ଟନାୟକ

73

ଭୁବନେଶ୍ୱର ୨୪/୦୪ (ଓଡ଼ିଆ ପୁଅ) – ପବିତ୍ର ଦେବସ୍ନାନ ପୁର୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ତଥା ବିଶିଷ୍ଟ ଗବେଷକ କୃଷ୍ଣ ଚନ୍ଦ୍ର ପଟ୍ଟନାୟକ ଇହ ଧାମ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। କୃଷ୍ଣ ଚନ୍ଦ୍ର ପଟ୍ଟନାୟକ ପୁରୁଣା ଭୁବନେଶ୍ୱର ଖରଖିଆ ବୈଦ୍ୟନାଥ ନିବାସୀ ସ୍ବର୍ଗତ କୃଷ୍ଣ ଚନ୍ଦ୍ର ଏକା ଧାରାରେ ଥିଲେ ଜଣେ ପ୍ରଶାସକ, ସାହିତ୍ୟିକ, ଗବେଷକ ଓ ସମାଜସେବୀ। ସେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଉପରେ ବହୁ ଗବେଷଣାତ୍ମକ ପୁସ୍ତକ ରଚନା କରି ଚର୍ଚ୍ଚିତ ହୋଇଥିଲେ। ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ତାଙ୍କୁ ମିଳିଵା ସହ ବହୁ ସମ୍ମାନରେ ସେ ସମ୍ମାନିତ।ସ୍ବର୍ଗତ କୃଷ୍ଣଚନ୍ଦ୍ର ପଟ୍ଟନାୟକ ପାରଳାଖେମୁଣ୍ଡିର ମୂଳବାସିନ୍ଦା। ଓଡଗାଁ ରଘୁନାଥ ଟ୍ରଷ୍ଟ ସହିତ ମଧ୍ୟ ଜଡିତ ଥିଲେ। ସେ ଧର୍ମ ସମ୍ବନ୍ଧିତ ଅନେକ ପୁସ୍ତକ ରଚନା କରିଥିଲେ। ତାଙ୍କର ପତ୍ନୀଙ୍କ ଦେହାନ୍ତ ପୂର୍ବରୁ ହୋଇଯାଇ ଥିବାବେଳେ ସେ ତାଙ୍କର ପୁତ୍ର, ପୁତ୍ରୀ ଓ ଅନ୍ୟାନ୍ୟ ପରିବାର ବର୍ଗଙ୍କୁ ଛାଡି ଯାଇଛନ୍ତି।

ତାଙ୍କର ଚିତ ପୁସ୍ତକ – ଛୋଟ ପରିବାର, ରତ୍ନମାଳ, ସର୍ବ ଧର୍ମର ମୂଳଭିତ୍ତି – ସନାତନ ଧର୍ମ, ଭାବାନ୍ତର , ମାନବ ସେବା ହିଁ ମାଧବ ସେବା, ମୁକ୍ତିର ସୋପାନ , ସର୍ବ ବ୍ରହ୍ମମୟ ଜଗତ, ଦ୍ବିତୀୟ ଶ୍ରୀ କ୍ଷେତ୍ର ଓଡଗାଁ ଶ୍ରୀ ଶ୍ରୀ ରଘୁନାଥ ଜୀଉ, ଇଂରାଜୀ ବହି – voice of conscience – a cultural and spiritual ଗୁଇଦେ | ସ୍ବର୍ଗତ ପଟ୍ଟନାୟକଙ୍କର ଶେଷକୃତ୍ୟ ପୁରୁଣା ଭୁବନେଶ୍ୱରସ୍ଥ କାଲିଗଡ଼ିଆ ସ୍ମଶାନରେ ହୋଇଛି। ତାଙ୍କର ବଡ଼ ପୁଅ ନାଗେଶ୍ୱର ପଟ୍ଟନାୟକ ମୁଖାଗ୍ନି ଦେଇଛନ୍ତି। ଅନ୍ୟ ପୁଅ ଓ ଝିଅ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ସେଠାରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.