Home ଜିଲ୍ଲା ପରିକ୍ରମା ଦେଢ଼ ମାସ ପୂଜା ପାଇବା ପରେ ପ୍ରଭୁଙ୍କୁ ମେଲାଣି, ଅସ୍ତଳରେ ଶ୍ରୀରାମ ନବମୀ ମହୋତ୍ସବ ଉଦ୍‌ଯାପିତ

ଦେଢ଼ ମାସ ପୂଜା ପାଇବା ପରେ ପ୍ରଭୁଙ୍କୁ ମେଲାଣି, ଅସ୍ତଳରେ ଶ୍ରୀରାମ ନବମୀ ମହୋତ୍ସବ ଉଦ୍‌ଯାପିତ

10

ଭଦ୍ରକ, ୧୫ା୫ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହର ନରିପୁର ଅସ୍ତଳ ଗ୍ରାମ ସ୍ଥିତ ମା’ ବୁଢୀ ଜାଗୁଳାଇ ଜାଡ଼ି ବାସୁଳୀ ପାଶ୍ୱର୍ ରାମ ମନ୍ଦିରରେ ଶ୍ରୀରାମ ନବମୀ ମହେତ୍ସବ ରାମ ନବମୀ ଠାରୁ ପ୍ରାୟ ଦେଢ଼ ମାସ ଧରି ପାଳିତ ହୋଇଛି। ଗତକାଲି ଏହାର ଭସାଣୀ ଉତ୍ସବ ଶାନ୍ତି ଶୃଙ୍ଖଳାରେ ସମ୍ପନ୍ନ ହୋଇଛି। ଏଥିରେ ପୂଜା କର୍ମକର୍ତା, କାଉନସିଲର, କାଉନ୍‌ସିଲରଙ୍କ ପ୍ରତିନିଧି ଏବଂ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଆୟୋଜିତ ପୂଜା କର୍ମରେ ପ୍ରତ୍ୟେକ ଦିନ ପ୍ରସାଦ ସେବନ, ସନ୍ଧ୍ୟା ଆଳତୀ ଶ୍ରଦ୍ଧାଳୁମାନେ ଦର୍ଶନ କରିଥାଆନ୍ତି। ଦୈନନ୍ଦିନ ବିଗ୍ରହଙ୍କଠାରେ ପୂଜାର୍ଚ୍ଚନା ଓ ନୀତିକାନ୍ତି ହୋଇଥାଏ। ପ୍ରତ୍ୟେକ ସନ୍ଧ୍ୟାରେ ଭାଗବତ ପାଠ, ପ୍ରବଚନ, ଭଜନ, ପାରାୟଣ, ଧର୍ମ ଚର୍ଚ୍ଚ ମନୋରଞ୍ଜନ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହୋଇଥିଲା। ତେବେ ଏହି ଶ୍ରୀରାମ ନବମୀରେ ପ୍ରତିଦିନ ଗ୍ରାମବାସୀଙ୍କ ପକ୍ଷରୁ ପାଳି ଭୋଗ ଲାଗି ହୋଇ ପ୍ରସାଦ ସେବନ ସମସ୍ତେ କରିଥାନ୍ତି। ଉଲ୍ଲେଖ ଯୋଗ୍ୟ ଯେ ପାଳି ଭୋଗ ଶେଷ ନହେବା ଯାଏ ପ୍ରଭୁ ପୂଜା ପାଇଥାନ୍ତି। ପ୍ରଭୁ ଶ୍ରୀରାମ, ଳକ୍ଷ୍ମଣ, ଦେବୀ ସୀତା, ହନୁମାନଙ୍କ ବିଗ୍ରହ ମେଢ ଏକ ଶୋଭଯାତ୍ରାରେ ଗ୍ରାମବାସୀ ଓ ମହିଳା ମାନଙ୍କ ଦ୍ୱାରା ଘଂଟ ବାଦ୍ୟ, ଶଙ୍ଖ ଧ୍ୱନୀରେ ଗ୍ରାମରୁ ନିଆଯାଇ ନଗର ପରିକ୍ରମା କରିବା ପରେ ସାଳନ୍ଦୀ ନଦୀଘାଟରେ ବିସର୍ଜନ କରାଯାଇଥିଲା। ଭସାଣୀ ଯାତ୍ରାରେ ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ୧୯୮୫ ମସିହାରୁ ଏହି ଶ୍ରୀରାମ ନବମୀ ମହୋତ୍ସବ ପାଳନ ହୋଇ ଆସୁଥିବାରୁ ଦୀର୍ଘ ୪୦ବର୍ଷ ଧରି ନିରବଛିନ୍ନ ଭାବେ ପାଳିତ ହୋଇ ଆସୁଅଛି। କମିଟିର ସମ୍ପାଦକ ତଥା ପୂର୍ବତନ କାଉନ୍‌ସିଲର ଗଜେନ୍ଦ୍ର ପଣ୍ଡା, କାଉନ୍‌ସିଲର ଗୀତାଞ୍ଜଳୀ ଦାସ, କାଉନ୍‌ସିଲରଙ୍କ ପ୍ରତିନିଧି ବିଶିଷ୍ଟ ଯୁବ ନେତା ସୂର୍ଯ୍ୟକୁମାର ଦାସଙ୍କ ସମେତ ଗ୍ରାମବାସୀ, ଶୁଭେଚ୍ଛୁଙ୍କ ସହଯୋଗରେ ପ୍ରତିବର୍ଷ ପାଳିତ ହୋଇଆସୁଛି। ଗ୍ରାମରେ ଅନ୍ୟମାନଙ୍କ ମଧ୍ୟରେ ବିରେନ୍ଦ୍ର ଦାସ, ସତ୍ୟନାରାୟଣ ଦାଶ, ନୀଳକଣ୍ଠ ଦାଶ, ରାଜେଶ ଦାଶ, ଟିକିନା ମହାନ୍ତି, ମଧୁସୁଦନ ଷଣ୍ଢ, କିଶୋର ଦାଶ, ଦେବବ୍ରତ ନାୟକ, ବିଭୁତି ଭୂଷଣ ଷଣ୍ଢ, ଚନ୍ଦ୍ର କୁମାର ଦାସ, ଲିପୁ ପଣ୍ଡା, ଦିପୁ ଷଣ୍ଢ, କୁନା ଦାଶ, ଅଶେଷ ନାୟକ, ଦିପୁ ସାହୁ, ବାପୁ ସାହୁ, ରାଜେଶ ପଣ୍ଡା ଓ ଆକାଶବାଣୀ ସମ୍ବାଦଦାତା ଅଶୋକ କୁମାର ନାୟକ ପ୍ରମୁଖ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.