Home ଜିଲ୍ଲା ପରିକ୍ରମା ଦେଉଗାଁ ବ୍ଲକରେ ହାତୀ ଆତଙ୍କ : ବ୍ୟାପକ ଫସଲ ନଷ୍ଟ

ଦେଉଗାଁ ବ୍ଲକରେ ହାତୀ ଆତଙ୍କ : ବ୍ୟାପକ ଫସଲ ନଷ୍ଟ

118

ବଲାଙ୍ଗୀର, ୧୩-୦୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଦେଓଗାଁ ବ୍ଳକରେ ଦୈନନ୍ଦିନ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। କେତେବେଳେ ହାତୀ ଧାନ ଚାଷ ନଷ୍ଟ କରୁଛି ତ ପୁଣି କେତେବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଉଛି। ସେହିପରି ହାତୀ ଦ୍ୱାରା କ୍ଷତି ଗ୍ରସ୍ତ ହୋଇଥିବା ଚାଷୀ କ୍ଷତିପୂରଣକୁ ଚାହିଁ ରହିଥିବାବେଳେ ପୁଣି ହାତୀ ପଲ ଆସି ଦେଓଗାଁ ବ୍ଲକ ଭିତରେ ଆତଙ୍କ ମଚାଉଛି। ଫଳରେ ଚାଷୀକୂଳ ଭୟଭୀତ ହୋଇପଡ଼ିଛନ୍ତି।

ବଲାଙ୍ଗିର ରେଞ୍ଜର ଶୁଲିଆ ଘାଟି ନିକଟରେ ଗତ ଶୁକ୍ରବାର ରାତିରେ ଆଠ ଗାଁ ଫରେଷ୍ଟ ସେକ୍ସନର ରୁଗୁଡି ପାଲି, ବନ୍ଧପାଲି, ଫଟାମୁଣ୍ଡା, ରେଙ୍ଗାଲୀ, ଉପରଝର ଅଞ୍ଚଳରେ ହାତୀ ପଶିଆସି ମକା, ପନିପରିବା, ଧାନ ଚାଷକୁ ଦଳି ନଷ୍ଟ କରିଦେଇଥିଲା। ଉପରଝର ଗାଁ’ର ଚାଷୀ ରାମଜି ବିଶ୍ୱାଳ, ସୁରେଶ ବିଶ୍ୱାଳ, କୁଶଳେଶ୍ୱର ମହାକୁଡ଼ଙ୍କ ଧାନକୁ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି। ଏନେଇ ବଲାଙ୍ଗିର ବନବିଭାଗର ଏସିଏଫ ବି ରାଉଳଙ୍କୁ ପଚରିବାରୁ ଗତ କିଛି ଦିନ ହେଲା ୧୨ ଟି ବଡ ଓ ୨ ଟି ଛୁଆ ହାତୀ ଆସି ମଠଖାଇ ଓ ଶୁଲିଆ ଜଙ୍ଗଲ ଭିତରେ ଘୂରି ବୁଲୁଛନ୍ତି। ବନ କର୍ମଚାରୀ ମାନେ ହାତୀ ପାଇଁ ରାତି ଜଙ୍ଗଲ ଭିତରେ ଉଜାଗାର ରହୁଛନ୍ତି ବୋଲି କହିଛନ୍ତି।

ହାତୀ ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ଚାଷୀ ମାନେ ସ୍ଥାନୀୟ ଫରେଷ୍ଟରଙ୍କୁ ଲିଖିତ ଭାବେ ଦେଲେ ଧାନ ଚାଷରେ ଏକର ପ୍ରତି ୧୦, ହଜାର ଓ ପନି ପରିବାରେ ୧୨ ହଜାର ସହାୟତା ରାଶି ଦିଆ ଯିବ ବନ ବିଭାଗ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.