Home ଜିଲ୍ଲା ପରିକ୍ରମା ଦୁସ୍କର୍ମ ପିଡିତା ନାବାଳିକା ର ସନ୍ଦେହ ଜନକ ମୃତ୍ୟୁ,ଅଭିଯୁକ୍ତ ଯୁବକ ଗିରଫ

ଦୁସ୍କର୍ମ ପିଡିତା ନାବାଳିକା ର ସନ୍ଦେହ ଜନକ ମୃତ୍ୟୁ,ଅଭିଯୁକ୍ତ ଯୁବକ ଗିରଫ

54

ମାଲକାନଗିରି,୮ା ୪ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକସ୍ଥ ରଙ୍ଗମାଟିଗୁଡା ଗ୍ରାମରେ ଜଣେ ନାବିଳିକାକୁ ଦୁସ୍କର୍ମ ତାର କିଛି ଦିନପରେ ନାବିଳିକାର ମୃତ୍ୟୁ ହେବା ଘଟଣାରେ ଜଣେ ଯୁବକକୁ ପୁଲିସ ଗିରଫକରି କୋର୍ଟ ଚାଲାଣ କରିଛି । ସୁଚନା ଅନୁଯାଇ ଓରକେଲ ଥାନା ସ୍ଥ ତାର୍ଲାକୋଟା ପଚାଂୟତ ରଙ୍ଗମାଟିଗୁଡା ଗ୍ରାମରେ ଗତ ୩୧ତାରିଖ ଦିନ ଏକ ବିବାହଉତ୍ସବ ଚାଲିଥିଲା । ସେଠାକୁ ଏମଭି୫୩ ଗ୍ରାମର ଜୟ ଗାଇନ(୨୧)ନାମକ ଯୁବକ ଯାଇଥିଲେ , ସେହି ବିବାହ ଉତ୍ସବରେ ରଙ୍ଗମାଟି ଗୁଡା ଗ୍ରାମର ଜଣେ ୧୪ବର୍ଷିୟା ନାବାଳିକା ନୃତ୍ୟ କରି ଥକି ଯାଇ ଏକ ଗଛମୂଳରେ ବସିଥିବା ବେଳେ ଏମଭି ୫୩ ଗ୍ରାମର ଯୁବକ ତାଙ୍କୁ ନିକଟସ୍ଥ ଜଙ୍ଗଲକୁ ଟେକିନେଇ ଦୁସ୍କର୍ମ କରିଥିଲେ । ଏହି ଘଟଣା ଦେଖି ଅନ୍ୟକିଛି ଯୁବକ ସେ ଯୁବକ କବଳରୁ ଉଦ୍ଧାର କରି ନାବାଳିକାଙ୍କୁ ତାଙ୍କ ଘରେ ଛାଡିଦେଇ ଥିଲେ । ଏହି ଘଟଣାକୁ ଚାପିଦେବା ପାଇଁ ଦୁସ୍କର୍ମ କାରି ଙ୍କ ପରିବାର ଗ୍ରାମ ସଭାକରି ପିଡିତାଙ୍କ ପରିବାରଙ୍କୁ ଲୋଭ ଦେଖାଇଥିଲେ । ଗତ ମଙ୍ଗଳବାର ରାତ୍ରରେ ନାବାଳିକା କୌଣସି କାରଣରୁ ବିଷଖାଇ ଦେଇଥିଲେ । ସେ ଅସୁସ୍ଥ ହୋଇପଡିବାରୁ ଗତ କାଲି ପରିବାର ଲୋକେ କିଛି ଗ୍ରାମବାସୀ ତାଙ୍କୁ କୋରକୁଣ୍ଡା ହସପିଟାଲ ପରେ ମାଲାକନଗିରି ଜିଲ୍ଲା ହସପିଟାଲକୁ ନେଇ ଚିକିତ୍ସା କରିଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବୁଧବାର ରାତ୍ରରେ ପିଡିତା ନାବାଳିକାଙ୍କୁ କୋରାପୁଟ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । କୋରାପୁଟ ହସପିଟାଲରେ ପହଁଚିବା ଆଗରୁ ନାବାଳିକାଙ୍କର ମୃତ୍ୟୁ ଘଟିଥିଲା । ବୁଧବାର ରାତ୍ରରେ ନାବାଳିକାଙ୍କ ମୃତ ଶରୀର ପରିବାର ଲୋକେ ଆଣି ଘରେ ପହଁଚିଥିଲେ । ଆଜି ଓରକେଲ ଥାନାରେ ନାବଳିକାଙ୍କ ଦୁସ୍କର୍ମ ସଂପର୍କରେ ଏତଲା ଦେବା ପରେ ଚିତ୍ରକୋଣ୍ଡା ଏସଡିପିଓ ସୁନାରାମ ହେମ୍ବ୍ରେମ, ଓରକେଲ ଥାନା ଆଇଆଇସି ସୌମେନ୍ଦୁ ଶେଖର ଚ୍ରୀପାଠୀ ଙ୍କ ନେତୃତ୍ୱରେ ସବଇନିସପେକ୍ଟର ମିଲନମଜୁମଦାର, ଏସଆଇ କୃଷ୍ଣଚନ୍ଦ୍ର ସା,ଏଏସଆଇ ସୁମାନ୍ତପଣ୍ଡା ଘଟଣାସ୍ଥଳରେ ପହଁଚି ପିଡାତାଙ୍କ ମୃତଶରୀର ଜବତ କରି ମାଲକାନଗରି ଜିଲ୍ଲା ହସପିଟାଲକୁ ଶବବ୍ୟବଛେଦ ପାଇଁ ପଠାଇ ଛନ୍ତି । ଏହି ଘଟଣାକୁ ଗୁରତ୍ୱଦେଇ ଜୋରଦାର ତଦନ୍ତ ଆରମ୍ଭ କରିଦେଇଥିଲେ । ଅଭିଯୁକ୍ତ ଜୟଗାୟନୀ ଘରୁ ଫେରାର ହୋଇ ଯାଇ ଏକ ପାହଡଉପରେ ଲୁଚି ରହିଥିବା ର ପୁଲିସ ଖବର ପାଇ ସେଠାରେ ପହଁଚି ତାଙ୍କୁ ଗୋଡାଇ ଧରିଥିଲେ । ଆଜି ଅପରାହ୍ନରେ ଅଭିଯୁକ୍ତ ଯୁବକ ଜୟଗାୟନୀ ଙ୍କୁ ଓରକେଲ ପୁଲିସ ଗିରଫ କରି ମାଲକାନଗିରି ହସପିଟାଲକୁ ନେଇ ଡାକ୍ତରି ମାଇନା କରିବା ପରେ କୋର୍ଟଚାଲାଣ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.