Home ଜିଲ୍ଲା ପରିକ୍ରମା ଦୁର୍ଗମ ଆଦିବାସୀ ଗ୍ରାମରେ ଯୋଗ ଶିକ୍ଷା ପ୍ରଶିକ୍ଷଣ ଶିବିର

ଦୁର୍ଗମ ଆଦିବାସୀ ଗ୍ରାମରେ ଯୋଗ ଶିକ୍ଷା ପ୍ରଶିକ୍ଷଣ ଶିବିର

66

ମାଲକାନଗିରି,୯ା୯(ଓଡିଆ ପୁଅ) ସମଗ୍ର ବିଶ୍ୱରେ କରୋନା ମହାମାରିର ଆତଙ୍କ ଚାଲିଥିବା ବେଳେ ଦେହ ଓ ମନକୁ ସୁସ୍ଥ ଓ ନିରୋଗ ରଖିବା ପାଇଁ ମିୟମିତ ଯୋଗ ଅଭ୍ୟାସର ଆବଶ୍ୟକତା ରହିଛି । ଏହି ଯୋଗା ଆସନକୁ ସୁଦୁର ପ୍ରସାର ପ୍ରଚାର କରିବା ଉଦ୍ୟେଶରେ ସମାଜସେବୀ ତଥା ଯୋଗ ଗୁରୁ ବିନାଶକୁମାର ମିଶ୍ର ଦୁର୍ଗମ ଆଦିବାସୀ ଗ୍ରାମଗୁଡିକରେ ଯୋଗ ପ୍ରଶିକ୍ଷଣ ଶିବିର ଆରମ୍ଭ କରିଛନ୍ତି । ମାଲକାନଗିରି ବ୍ଲକସ୍ଥ ଦୁର୍ଗମ ମାଟାପେକା ଆଦିବାସୀ ଗ୍ରାମରେ କୋଭିଡ ନିୟମ ପାଳନସହ ମାସ୍କପରିଧାନ ସହ ସାମାଜିକ ଦୂରତା ଅବଲମ୍ବନ କରି ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଟିତ ହୋଇ ଯାଇଛି । ମାଟାପେକା ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଆୟୋଜିତ ଯୋଗଶିବିରରେ ମୁଖ୍ୟଅତିଥି ଭାବେ ସରପଚଂ ବିନାୟକ ମାଡକାମି ,ସମ୍ମାନିତ ଅତିଥି ଭାବେ ଚିକିତ୍ସାକେନ୍ଦ୍ରର ଫାର୍ମାସିଷ୍ଟ କଙ୍କନ ବିଶ୍ୱାସ ଓ ମୁଖ୍ୟବକ୍ତାଭାବେ ଶିକ୍ଷକ ଦେବାମାଡକାମି ଯୋଗଦେଇ ଯୋଗଶିବୀରକୁ ଆନୁଷ୍ଟାନିକ ଭାବେ ଉଦଘାଟନ କରିଥିଲେ । ସେ ଅଚଂଳଟି କୋୟା ଆଦିବାସୀ ଗ୍ରାମ ହୋଇଥିବାରୁ କୋୟାଭାଷାରେ ଯୋଗାଆସନର ଉପକାରିତା ଓ କୋଭିଡ ନିୟମ ସଂପର୍କରେ ଗ୍ରାମବାସୀ ମାନଙ୍କୁ ଅତିଥି ମାନେ ବୁଝାଇଥିଲେ ।ଏହି ଶିବିରରେ ଆଗ୍ରହ ସହକାରେ ଗ୍ରାମର ଆଦିବାସୀ ମହିଳା,ପୁରଷ ଓ ଯୁବଗୋଷ୍ଟି ଉପସ୍ଥିତ ରହି ଯୋଗଅଭ୍ୟାସ କରିଥିଲେ । ଏହି ଶିବରରେ ଯୋଗଗୁରୁ ବିନାଶ କୁମାର ମିଶ୍ର ଯୋଗ ପ୍ରଶିକ୍ଷଣ ଦେଇଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.