Home ଓଡ଼ିଶା ଦୁଇ ଯୁବତୀ ଏକ ସ୍କୁଟିରେ ଆସି ତେଲନଦୀକୁ ଡେଇଁ ପଡିଲେ

ଦୁଇ ଯୁବତୀ ଏକ ସ୍କୁଟିରେ ଆସି ତେଲନଦୀକୁ ଡେଇଁ ପଡିଲେ

147

ବଲାଙ୍ଗୀର, ୧୫-୧୦(ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ତୁସୁରଏବଂ ଗୁଡଭେଳା ବ୍ଲକ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ରେ ରହିଥିବା ତେଲ ନଦୀ ବ୍ରିଜ ଉପରେ ଏକ ଧଳା ରଙ୍ଗ ର ହିରୋ ସ୍କୁଟି ଟି ରହିଥିବା ବେଳେ ଦୁଇ ହଲ ଯୁବତୀ ଙ୍କ ଚପଲ ବି ରହିଛି। ଏମିତି କି ସ୍କୁଟି ଗାଡ଼ିରେ ଚାବି ଲାଗିଥିବା ବେଳେ ଆଖ ପାଖରେ କୌଣସି ଯୁବତୀ କିମ୍ବା ମହିଳା ଦେଖା ନ ଯିବାରୁ ଦୁଇଜଣ ଯୁବତୀ ତେଲ ନଦୀ ବ୍ରିଜ ଉପରୁ ନଦୀ ଗର୍ଭ କୁ ଡେଇଁ ପଡ଼ିଥିବା ଅନୁମାନ କରାଯାଉଛି। ନଦୀ ଉପରେ ସନ୍ଦେହ ଜନକ ଅବସ୍ଥାରେ ରହିଥିବା ସ୍କୁଟି ର ନମ୍ବର ଓଡ଼ି- ୦୮-ଜି- ୧୪୨୦ ବୋଳି ରହିଛି। ଏହି ଗାଡି ନମ୍ବର କୁ ପରିବହନ ବିଭାଗର ମୋବାଇଲ ଆପ୍ସ ରେ ଦେଖିଲେ ରାମାଵତାର ଅଗ୍ରୱାଲ ଙ୍କ ନାମ ଆସୁଥିବାରୁ ଏହା ଗୁଡଭେଳା ବ୍ଲକ ର ବ୍ୟବସାୟୀ ଙ୍କ ଦୁଇ ଝିଅ ବୋଳି ଚର୍ଚ୍ଚା ହେଉଛି। ତେବେ ବାସ୍ତବରେ ଦୁଇ ଝିଅ ନଦୀ କୁ ଡେଇଁ ଛନ୍ତି ନା ବ୍ରିଜ ଉପରେ ସ୍କୁଟି ଓ ଚପଲ ଛାଡି ଅନ୍ୟ କେଉଁଆଡେ ଚାଲି ଯାଇଛନ୍ତି ତାହା ବର୍ତମାନ ସୁଦ୍ଧା ଜଣାପଡିନାହିଁ। ଏମିତି କି ବର୍ତ୍ତମାନ ସୁଦ୍ଧା କିଏ ଓ କାହିଁକି ତେଲ ନଦୀ ଉପରେ ସ୍କୁଟି ଛାଡି ଯାଇଛି ତାହା ମଧ୍ୟ ଜଣାପଡିନାହିଁ। ଘଟଣା ସମ୍ପକରେ ଖବର ପାଇ ତୁଷୁରା ପୋଲିସ ଏବଂ ତୁଷୁରା ଦମକଳ ବାହିନୀ ଓ଼ଡ୍ରପ ଟିମ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହ ନଦୀ ରେ ଖୋଜାଖୋଜି ଆରମ୍ଭ କରିଛନ୍ତି। ତେବେ ବର୍ତମାନ ସୁଦ୍ଧା ଏହି ଘଟଣା ର ପ୍ରକୁତ ତଥ୍ୟ ହସ୍ତଗତ ହୋଇ ନାହିଁ। ପୋଲିସ ର ତଦନ୍ତ ଏବଂ ଦମକଳ ବାହିନୀ ନଦୀ ଭିତରେ ଖୋଜିବା ଆରମ୍ଭ କରିଛନ୍ତି। ଘଟଣା ସ୍ଥଳରେ ରହିଥିବା ସ୍କୁଟି ଓ ଚପଲ କୁ ଦେଖିଲେ ଦୁଇ ଜଣ ଯୁବତୀ ନଦୀ ଭିତରକୁ ଡେଇଁ ପଡ଼ିଥିବା ଅନୁମାନ ବା ସନ୍ଦେହ କରାଯାଉଛି। ଏହି ଘଟଣା ଲୋକ ଲୋଚନକୁ କୁ ଆସିବା ପରେ ବ୍ରିଜ ଉପରେ ଏବେ ଲୋକଙ୍କ ଗହଳି ବଢିବା ସହ ଦେଖଣା ହାରି ଙ୍କ ସଂଖ୍ୟା ମଧ୍ୟ ବଢିବା ସହ ସ୍ଥାନୀୟ ଲୋକେ ମଧ୍ୟ ପୋଲିସ ଏବଂ ଦମକଳ ବାହିନୀ କୁ ସହଯୋଗ କରି ନଦୀ ଭିତରେ ଖୋଜିବା ଆରମ୍ଭ କରିଛନ୍ତି। ଏହିଘଟଣା କୁ ନେଇ ଏବେ ସମଗ୍ର ଅଂଚଳରେ ବେଶ ଚର୍ଚ୍ଚା ର ବିଷୟ ସାଜିଛି। ତେବେ ବାସ୍ତବରେ ଉକ୍ତ ଦୁଇ ଯୁବତୀ ଙ୍କ ପ୍ରକୁତ ପରିଚୟ ମିଳିପାରିନାହିଁ। କେବଳ ଗାଡି ନମ୍ବର କୁ ଦେଖି ଲୋକେ ସନ୍ଦେହ ପ୍ରକାଶ କରୁଛନ୍ତି। ତେଲ ନଦୀ ରେ ବନ୍ୟା ପାଣି ପ୍ରଖର ଥିବାରୁ ଦମକଳ ବାହିନୀ ତଥା ଓ଼ଡ୍ରପ ଟିମ କୁ ନଦୀ ଭିତରେ ଖୋଜିବା କଷ୍ଟକର ହୋଇ ପଡିଛି। ତଥାପି ଉଦ୍ଧାରକାରୀ ଟିମ, ତଦନ୍ତ କରି ଟିମ ଘଟଣା ସମ୍ପର୍କ ରେ ଛାନଭିନ ଆରମ୍ଭ କରିଛନ୍ତି। ଏ ନେଇ ପୋଲିସ କିମ୍ବା ଦମକଳ ବାହିନୀ ର ପ୍ରତିକ୍ରିୟା ମିଳିପାରିନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.