ad
ଓଡ଼ିଶା

ଦୁଇ ବାଇକ ମୁହାଁମୁହିଁ ଧକ୍କା ଜଣେ ମୃତ, ତିନି ଗୁରୁତର

ତୁରୁମୁଙ୍ଗା ୩୦-୩ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ପାଟଣା ରାସ୍ତାର ଦେଓବନ୍ଧ ଛକ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ ସୂଚନା ଅନୁଯାୟୀ ମୃତକ ହେଉଛନ୍ତି ପାଟଣା ଥାନା ଟାଙ୍ଗରପଡା ଗ୍ରାମର ଖଗେଶ୍ୱର ବାରିକ ପୁଅ ସୁନିଲ ବାରିକ୍। ଅନ୍ୟ ତିନିଜଣ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସୁନିଲ କେନ୍ଦୁଝରରୁ ଘରକୁ ଫେରୁଥିବା ବେଳେ ବିପରିତ ଦିଗରୁ ଆସୁଥିବା ବାଇକ ଧକା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ସେହି ରାସ୍ତାରେ ଯାଉଥିବା ଟାଙ୍ଗରପଡା ରାଜସ୍ୱ ନିରୀକ୍ଷକ ଲିଙ୍ଗରାଜ ଦାଶ ଓ ମଲାରପଦା ରାଜସ୍ୱ ନିରୀକ୍ଷକ ସୁଶାନ୍ତ ଦ୍ବିବେଦୀ ସମସ୍ତଙ୍କୁ ଉଧାର କରି ଏକ ଘରୋଇ ଗାଡ଼ିରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ଗୁରୁତର ମାନଙ୍କର ପରିଚୟ ମିଳି ପାରିନାହିଁ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top