Home ଓଡ଼ିଶା ଦୁଇ ବାଇକ୍ ମୁହାଁ ମୁହିଁ ଧକ୍କା :ଦୁର୍ଘଟଣାରେ ବାପ-ଝିଅଙ୍କ ମୃତ୍ୟୁ : ଚାଳକ ଗୁରୁତର

ଦୁଇ ବାଇକ୍ ମୁହାଁ ମୁହିଁ ଧକ୍କା :ଦୁର୍ଘଟଣାରେ ବାପ-ଝିଅଙ୍କ ମୃତ୍ୟୁ : ଚାଳକ ଗୁରୁତର

118

ବାଲିଗୁଡା, ୬/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଜକିକିଆ ନିକଟ ୫୯ନଂ- ଜାତୀୟ ରାଜପଥରେ ସୋମବାର ଅପରାହ୍ନରେ ଦୁଇ ବାଇକର ମୁହାଁ ମୁହିଁ ଧକ୍କା ହେବା ଫଳରେ ଦୁର୍ଘଟଣାରେ ବାପ- ଝିଅଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ବାଇକ ର ଚାଳକ ଗୁରୁତର ହୋଇ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି। ପ୍ରକାଶଯେ, ପାରିଗଡ଼ରୁ ସାରଙ୍ଗଡ଼ ପଞ୍ଚାୟତ ସଲାଗୁଡ଼ା ଗ୍ରାମକୁ ଏକ ବାଇକ ରେ ବାପା ବିପ୍ରବର ସାହୁ, , ଝିଅ ବାସନ୍ତୀ ସାହୁ ଯାଉଥିଲେ ଅପର ପକ୍ଷରୁ ଆଉ ଏକ ବାଇକ ସହ ମୁହାଁ ମୁହିଁ ଧକ୍କା ହୋଇ ଏପରି ଦୁର୍ଘଟଣା ହୋଇଥିଲା। ଦୁଇଟି ଯାକ ବାଇକ ଦ୍ରୁତଗତିରେ ଚଳାଉଥିବା ଯୋଗୁଁ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ବୋଲି ବାଲିଗୁଡା ଥାନା ପୋଲିସ୍ ପ୍ରାଥମିକ ତଦନ୍ତରୁ ଜାଣିପାରି ତଦନ୍ତ ଅବ୍ୟାହତ ରଖିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.