Home ଜିଲ୍ଲା ପରିକ୍ରମା ଦୁଇ ଏସଡିପିଓଙ୍କୁ ସମ୍ବର୍ଦ୍ଧନା

ଦୁଇ ଏସଡିପିଓଙ୍କୁ ସମ୍ବର୍ଦ୍ଧନା

69

ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଥାନାରେ ନୂତନ ଭାବେ ଯୋଗଦେଇଥିବା ପୁଲିସ ଏସଡିପିଓ ଅଶୋକ ଦାସ ଓ ଏଠାରେ ଥିବା ପୂର୍ବତନ ଏସଡିପିଓ ମନୋରଂଜନ ସାମଲଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସ୍ଥାନୀୟ ମହତାବ ସେବା ସଦନ ପକ୍ଷରୁ ଏହି ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ସାମ୍ବାଦିକ ବାସୁଦେବ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ନୂତନ ଏସଡିପିଓ ଅଶୋକ କୁମାର ଦାସ, ବିଦାୟୀ ଏସଡିପିଓ ମନୋରଂଜନ ସାମଲ ଓ ଧାମନଗର ଥାନାଧିକାରୀ ରତିକାନ୍ତ ଗିରିଙ୍କୁ ଅଙ୍ଗବସ୍ତ୍ର, ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ଥାନୀୟ ଅଂଚଳର ଜନସାଧାରଣ ଓ ପୁଲିସ ମଧ୍ୟରେ ଉତ୍ତମ ବୁଝାମଣା ରହିଲେ ଧାମନଗରରେ ଆଇନଶୃଙ୍ଖଳା ଲୋପ ପାଇବ ବୋଲି ଏସଡିପିଓ ଶ୍ରୀ ଦାସ ମତବ୍ୟକ୍ତ କରିଥିଲେ । ଧାମନଗରବାସୀ ପୁଲିସ ପ୍ରତି ସହଯୋଗର ମନୋଭାବ ଥିବାରୁ ବହୁ ସମସ୍ୟାକୁ ସମାଧାନ କରାଯାଇ ପାରିଥିବାରୁ ପ୍ରାକ୍ତନ ଏସଡିପିଓ ଶ୍ରୀ ସାମଲ ମତବ୍ୟକ୍ତ କରିଥିଲେ । ଏହି ସଭାରେ କାନ୍ତ ସାହିତ୍ୟ ପରିଷଦ ସଂପାଦକ ସଚୀକାନ୍ତ ପଣ୍ଡା, ହେମେନ୍ଦ୍ର ମହାନ୍ତି, ସେକ ଜାଫର ଅଲ୍ଲୀ, ଏମଡି ଜିଲାନୀ, ବିଜୟ କୁମାର ରାମ, କୈଳାସ ଚନ୍ଦ୍ର ଗୁପ୍ତା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ସାମ୍ବାଦିକ କୃଷ୍ଣଚନ୍ଦ୍ର ଜେନା ଧନ୍ୟବାଦ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.