Home ଜିଲ୍ଲା ପରିକ୍ରମା ଦୀର୍ଘ ୧୫ ବର୍ଷର ଦାବି ହେଲା ପୂରଣ , ସାଠିବାଙ୍କୁଡା ଠାରେ ହେବ ତାର ଜାଲି...

ଦୀର୍ଘ ୧୫ ବର୍ଷର ଦାବି ହେଲା ପୂରଣ , ସାଠିବାଙ୍କୁଡା ଠାରେ ହେବ ତାର ଜାଲି ନିର୍ମାଣ

25

ଭଦ୍ରକ, ୧୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧୁଷୁରି ଥାନା ଅନ୍ତର୍ଗତ ସାଠିବାଙ୍କୁଡା ନଦି ଘାଟ ଟି କୁମ୍ଭୀର ପ୍ରବଣ ଅଂଚଳ । ତାର ଜାଲି ଆଦି ସୁରକ୍ଷା କବଚ ନ ଥିବାରୁ ଲୋକ ମାନେ କୁମ୍ଭୀର ମୁଖରେ ଆହାର ପାଲଟି ଥାଆନ୍ତି । ବହୁ ଦିନ ଧରି ଗ୍ରାମ ବାସି ଏଥିପ୍ରତି ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସୁଫଳ ମିଳି ପାରୁ ନ ଥିଲା । ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ବୈଶାଖ ମାସର ପ୍ରଥମ ସୋମବାରରେ କୁମ୍ଭୀର ଥିବା ସତ୍ୱେ ଜୀବନକୁ ପାଣି ଛଡେଇ ସାଠିବାଙ୍କୁଡା ନଦୀ ଘାଟରୁ ଗୋପାଳ ଭାଇ ମାନେ ପାଣି ଉଠେଇଥିଲେ । ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ଧୂଷୁରୀ ପ୍ରେସ ୟୁନିୟନ ସଭାପତି ସନ୍ତୋଷ ଦାସ, ସମ୍ପାଦକ ଦୀପ୍ତି ରଞ୍ଜନ ନାୟକ, କୋଷାଧ୍‌ଯକ୍ଷ ରତିକାନ୍ତ ନାୟକ, ସୁନ୍ଦରପୁର ସେବା ସମବାୟ ସମିତି ସଭାପତି ନରେଶ କୁମାର ସେଠୀ ମଙ୍ଗଳବାର ଡି.ଏଫ.ଓ.ସୌଭାଗ୍ୟ କୁମାର ସାହୁଙ୍କୁ ଭେଟି ତାର ବାଡ ଘେରାଇବାକୁ ନିବେଦନ କରିଥିଲେ । ଏହାକୁ ସମ୍ମାନ ଜଣାଇ ଡି.ଏଫ୍‌.ଓ. ସାର୍ ନଦୀଘାଟରେ ତାର ବାଡ ଦେବାକୁ ଧାମନଗର ରେଞ୍ଜର ସୁଷମା ନାୟକ ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗତକାଲି ସନ୍ଧ୍ୟା ସମୟରେ ନିର୍ଦ୍ଧେଶ ଅନୁକ୍ରମେ ଧାମନଗର ଫରେଷ୍ଟର ରାଜ କିଶୋର ନାୟକ ଆସି ସ୍ଥାନ ତଦାରଖ କରି କିଛି ଦିନ ଭିତରେ ମ୍ୟାଟେରିଆଲ ଆସି ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ କରା ଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଗ୍ରାମ ବାସି ଗଣ ତଥା ସଦାନନ୍ଦ ନାୟକ, ରବୀନ୍ଦ୍ର ମହାକୁଡ,ଦିଲ୍ଲୀପ କୁମାର ଦାସ, ହରିହର ଜେନା, ପ୍ରଭାକର ବାରିକ୍ , ସତ୍ୟଜିତ ପଲେଇ, ନିରାକାର ବାରିକ୍‌, ଅମୂଲ୍ୟ ସେଠୀ , ଅଶ୍ୱିନୀ ସେଠୀ, ମାନସ ନାୟକ , ପଂଚାନନ ସାହୁ, କମଳ ଲୋଚନ ପ୍ରମୁଖ ଧୁଷୁରି ପ୍ରେସ ୟୁନିଅନ ର ସଦସ୍ୟ ଗଣ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।ଉକ୍ତ କାର୍ଯ୍ୟରେ ଧୁଷୁରି ପ୍ରେସ ୟୁନିଅନର ଉପଦେଷ୍ଟା ରବି ନାରାୟଣ ଖିଲାର, ଅମର ନାୟକ, ସାମ୍ବାଦିକ ଦୀପକ ରଞ୍ଜନ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.