Home Top News ଦୀପକ ପୁନିଆ ସାନମାରିନୋର ମାଇଲେସ୍ ଆମିନଙ୍କଠାରୁ ପରାସ୍ତ, ରବିଙ୍କୁ ରୌପ୍ୟ

ଦୀପକ ପୁନିଆ ସାନମାରିନୋର ମାଇଲେସ୍ ଆମିନଙ୍କଠାରୁ ପରାସ୍ତ, ରବିଙ୍କୁ ରୌପ୍ୟ

31

ନୂଆ ଦିଲ୍ଲୀ ୫ ଅଗଷ୍ଟ (ଓଡ଼ିଆ ପୁଅ) ପୁରୁଷ ୮୬ କିଲୋଗ୍ରାମ ଫ୍ରି ଷ୍ଟାଇଲ୍‌ ରେସଲିଂରେ ଦୀପକ ପୁନିଆ ସାନମାରିନୋର ମାଇଲେସ୍ ଆମିନଙ୍କଠାରୁ ୨-୪ରେ ପରାସ୍ତ ହୋଇଛନ୍ତି। ମଉଳିଲା ବ୍ରୋଞ୍ଜ ଆଶା। ତେବେ ଅପର ପକ୍ଷରେ ଭାରତ ପାଇଁ ରବିଙ୍କୁ ରୌପ୍ୟ ମିଳିଛି।

ରେସନିଂରେ ରବି ଦାହିୟାଙ୍କୁ ରୌପ୍ୟ ପଦକ। ପୁରୁଷ ଫ୍ରିଷ୍ଟାଇଲ୍ ୫୭ କିଲୋଗ୍ରାମ ଫାଇନାଲରେ ROC ର ଜାଭୁର ଉଗୁଏଭଙ୍କଠାରୁ ୪-୭ ରେ ପରାସ୍ତ ହେଲେ।

ଟୋକିଓ ଅଲିମ୍ପିକ୍ସର ବ୍ରୋଞ୍ଜ ପଦକ ମ୍ୟାଚରେ ଜର୍ମାନୀକୁ ୫-୪ ରେ ପରାସ୍ତ କରି ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଦଳ ହକିରେ ବ୍ରୋଞ୍ଜ ପଦକ ଜିତିଛି। କୁସ୍ତିରେ ରବି ଦାହିୟା ପୁରୁଷ ଫ୍ରିଷ୍ଟାଇଲ୍ ୫୭ କିଲୋଗ୍ରାମ ଫାଇନାଲରେ ଋଷର ଅଲିମ୍ପିକ୍ କମିଟିର ଜାଭୁର ୟୁଗୁଏଭଙ୍କଠାରୁ ହାରିବା ପରେ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ତାଙ୍କ ବ୍ୟତୀତ ଦୀପକ ପୁନିଆ ମଧ୍ୟ ତାଙ୍କ ବ୍ରୋଞ୍ଜ ପଦକ ମ୍ୟାଚରେ ଅଛନ୍ତି। ମହିଳା ବିଭାଗରେ ଭିନେଶ ଫୋଗେଟ୍ ଫ୍ରିଷ୍ଟାଇଲ୍ ୫୩ କିଲୋଗ୍ରାମ ବର୍ଗରେ ବେଲା ଋଷର ଭେନେସା କାଲାଡଜିନସ୍କାୟାଙ୍କଠାରୁ ହାରିଯାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.