Home ଜିଲ୍ଲା ପରିକ୍ରମା ଦୀନ, ଦୁଃଖୀ ଓ ଦୁର୍ଗତଙ୍କ ମୁହଁରେ ହସ ଫୁଟାଇବା ହିଁ ମାନବିକତା : ଜିଲ୍ଲାପାଳ ଶ୍ରୀ...

ଦୀନ, ଦୁଃଖୀ ଓ ଦୁର୍ଗତଙ୍କ ମୁହଁରେ ହସ ଫୁଟାଇବା ହିଁ ମାନବିକତା : ଜିଲ୍ଲାପାଳ ଶ୍ରୀ ରାଉତରାଏ, ଡ. ନରହରି ବେହେରା ଟ୍ରଷ୍ଟର ବାର୍ଷିକ ଉତ୍ସବ-୨୦୨୫

10

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀନ, ଦୁଃଖୀ, ଦୁର୍ଗତଙ୍କ ମୁହଁରେ ହସ ଫୁଟାଇବା ହିଁ ମାନବିକତାର ବଳିଷ୍ଠ ଦିଗ ତଥା ପ୍ରକୃତ ସମାଜସେବା ବୋଲି ଛବିରାଣୀ ବିଶ୍ୱାଳ ପ୍ରତିଷ୍ଠିତ ଡ. ନରହରି ବେହେରା ଟ୍ରଷ୍ଟର ପଂଚମ ବାର୍ଷିକ ଉତ୍ସବକୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରି ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏ ମତବ୍ୟକ୍ତ କରିଛନ୍ତି।ଭଦ୍ରକ ସହରରେ ଅବସ୍ଥିତ ଭାଗବତ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ଉକ୍ତ ଟ୍ରଷ୍ଟର ବାର୍ଷିକ ଉତ୍ସବ-୨୦୨୫ରେ ଟ୍ରଷ୍ଟର ସଭାପତି ଇଂ. ଅଭୟ ସୂତାରଙ୍କ ପୌରୋହିତ୍ୟ କରିଥିଲେ । ଏହି ସାରସ୍ୱତ ଓ ସାମାଜିକ ସମାବେଶରେ ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ବିଶିଷ୍ଟ ଅତିଥି , ଭଦ୍ରକର ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଳ ସ୍ୱତନ୍ତ୍ର ବରେଣ୍ୟ ଅତିଥି, ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ଦୋଳ ଗୋବିନ୍ଦ ପଣ୍ଡା ମୁଖ୍ୟ ବକ୍ତା,ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ସାହିତ୍ୟିକ ଡ.ରାମଚନ୍ଦ୍ର ପଲାଇ ବରେଣ୍ୟ ବକ୍ତା, ଡା. ସଂଗୀତା ବଳ ଓ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବରିଷ୍ଠ ସାହିତ୍ୟିକ ଗଗନ ବିହାରୀ ରାଉତ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇଥିଲେ।ଏହି ସମାରୋହରେ ଟ୍ରଷ୍ଟର ସମ୍ପାଦକ ଅଧ୍ୟାପକ ନୀହାର ରଞ୍ଜନ କର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ବେଦଦତା ବେଦାନ୍ତ ଅତିଥିମାନଙ୍କୁ ମଂଚ ନିମନ୍ତ୍ରଣ କରିଥିଲେ। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିହାରୀ ଗଗନ ରାଉତଙ୍କୁ ଡ. ନରହରି ବେହେରା ସ୍ମୃତି ସମ୍ମାନ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ଏବଂ ପୂର୍ବତନ ପ୍ରଧାନଶିକ୍ଷକ ବୈକୁଣ୍ଠନାଥ ଓଝା ମାନପତ୍ର ପାଠ କରିଥିଲେ। ୨୦୨୫ମସିହା ମ୍ୟାଟ୍ରିକ ପରୀକ୍ଷାରେ ଭଦ୍ରକ ଜିଲ୍ଲାର ସାତଟି ବ୍ଲକରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ଆର୍ôଥକ ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ ପ୍ରବନ୍ଧ, ବକ୍ତୃତା ଓ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ କୃତୀ ଛାତ୍ରମାନଙ୍କୁ ପୁରସ୍କାର ପ୍ରଦାନ ସହ ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ଏବଂ ସଂଗଠନ ସମ୍ପାଦକ ତପନ କୁମାର ପଣ୍ଡା ଓ ସହ ସମ୍ପାଦିକା ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି କର ପ୍ରମୁଖ ପୁରସ୍କାର ବିତରଣ ସଭାକୁ ପରିଚାଳନା କରିଥିଲେ। ଟ୍ରଷ୍ଟର ଉପସଭାପତି ଡା. ଅନିଲ କୁମାର ଦାଶ ବେଦପାଠ ସହ ଆବାହନୀ ସଂଗୀତ ପରିବେଷଣ କରିଥିବା ବେଳେ ସଂଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ପ୍ରଫୁଲ୍ଲ କୁମାର ନାୟକ, କଣ୍ଠଗୌରବ ଦେବେନ୍ଦ୍ର ପ୍ରସାଦ ପଣ୍ଡା, କଣ୍ଠଶିଳ୍ପୀ ଶଶିକଳା ମିଶ୍ର ସ୍ମୃତି ସଂଗୀତ ଓ ଶିଶୁ ନୃତ୍ୟ ଶିଳ୍ପୀ ଶିବାଙ୍ଗୀ ଭୋଇ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ ।ବ୍ୟଙ୍ଗକବି ବିଜୟଶ୍ରୀ ଗୋକୁଳାନନ୍ଦ ରାଉତ ସ୍ମୃତି କବିତା ପାଠ, ବ୍ୟାଙ୍କ ଅଫିସର ଅବିନାଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ଓ ଦେବୀଦତା ବେଦାନ୍ତ, ସରୋଜ ବିଶ୍ୱାଳ,ବିମଳ କୁମାର ବିଶ୍ୱାଳ ପ୍ରମୁଖ ଉତ୍ସବ ସଂଯୋଜନା ଓ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.