Home Top News ଦିଲ୍ଲୀ ମୁଣ୍ଡକା ଅଗ୍ନିକାଣ୍ଡ : ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କର ଦୁଃଖ ପ୍ରକାଶ –...

ଦିଲ୍ଲୀ ମୁଣ୍ଡକା ଅଗ୍ନିକାଣ୍ଡ : ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କର ଦୁଃଖ ପ୍ରକାଶ – ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା

23

ନୂଆ ଦିଲ୍ଲୀ ୧୩-୫ (ଓଡ଼ିଆ ପୁଅ) ଶୁକ୍ରବାର ଦିନ ପଶ୍ଚିମ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେସନ ନିକଟରେ ଥିବା ଏକ କୋଠାରେ ଅଗ୍ନିକାଣ୍ଡରେ ଅତି କମରେ ୨୬ ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଧାରକାର୍ଯ୍ୟ ଜାରୀ ରହିଛି।

ଏହି ଭୟାବହ ଅଗ୍ନିକାଣ୍ଡରେ ୨୬ ଲୋକଙ୍କର ପ୍ରାଣ ହାନୀ ଘଟିବା ପରେ ଆହୁରି ଅନେକ ଲୋକ ଫଶି ରହିଥିବାର ଆଶଂକା କରାଯାଉଛି। ତେବେ ଏହି ଅଗ୍ନିକାଣ୍ଡ ଅନେକ ଲୋକ ପ୍ରାଣ ହରାଇବା ସହିତ ଅନେକ ଲୋକ ଗୁରୁତର ଆହତ ହୋଇଥିବାରୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଦୁଃଖ ପ୍ରକଟ କରିଛନ୍ତି।

ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ PMRF ରୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଦିଆଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଘୋଷଣା କରାଯାଇଛି। ଏହା ସହ ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.