Home ଜିଲ୍ଲା ପରିକ୍ରମା ଦିବ୍ୟାଙ୍ଗ ମାନଙ୍କୁ ରାସନ୍ ବାଣ୍ଟିଲେ ଉଚ୍ଚତମ ନ୍ୟାୟାଳୟର ଆଇନ୍‌ଜୀବୀ

ଦିବ୍ୟାଙ୍ଗ ମାନଙ୍କୁ ରାସନ୍ ବାଣ୍ଟିଲେ ଉଚ୍ଚତମ ନ୍ୟାୟାଳୟର ଆଇନ୍‌ଜୀବୀ

116

ଭଦ୍ରକ, ୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସଦାସର୍ବଦା ଲୋକମାନଙ୍କୁ ସାହାଯ୍ୟର ହାତ ବଢାଇ ଆସୁଥିବା ଜଣେ ଦରିଦ୍ର ହୃଦୟର ମଣିଷ ହେଉଛନ୍ତି ରାଧାକାନ୍ତ ତ୍ରିପାଠୀ । ସେ କେବଳ ଯେ ଉଚ୍ଚତମ ନ୍ୟାୟାଳୟରେ ଜଣେ ଆଇନ୍‌ଜୀବୀ ତାହା ନୁହଁ, ସେ ଏକାଧାରରେ ଜଣେ ସମାଜସେବୀ । ସମାଜରେ ଅବହେଳିତ, ନିଷ୍ପେସିତ ଲୋକମାନଙ୍କର ଅଧିକାର ପାଇଁ ବହୁବାର ପ୍ରଶାସନ ସହିତ ଲଢି ପ୍ରଶାସନ ଠାରୁ ଲୋକମାନଙ୍କୁ ହକ୍ ପାଇବାରେ ସହଯୋଗ କରିଛନ୍ତି । ବର୍ତ୍ତମାନ ଦିବ୍ୟାଙ୍ଗ ମାନଙ୍କ ହକ୍ ପାଇଁ ଲଢେଇ କରିବା ଆରମ୍ଭ କରିଛନ୍ତି ଏହି ଦରଦି ହୃଦୟର ମଣିଷ । ଏହି ପରିପ୍ରେକ୍ଷୀରେ ବାସୁଦେବପୁର ପୌରପାଳିକାରେ ଥିବା ୩୦ ଜଣ ଦିବ୍ୟାଙ୍ଗ ଓ ମାନସିକ ବିକାରଗ୍ରସ୍ତ ଲୋକମାନଙ୍କୁ ମାସ୍କ, ସାନିଟାଇଜର ଓ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ । ପ୍ରଥମେ ଦିବ୍ୟାଙ୍ଗ ମାନଙ୍କୁ ବନ୍ଦାପନା କରିବା ସହିତ ମାସ୍କ ପିନ୍ଧାଇଥିଲେ ଓ ସେମାନଙ୍କୁ ରାସନ୍ ସାମଗ୍ରୀ ପ୍ରଦାନ କରିଥିଲେ । ଏହି ବଣ୍ଟନ କାର୍ଯ୍ୟରେ ତାଙ୍କୁ ଯୁବ ଆଇନ୍‌ଜୀବୀ ନିରୋଦ ଦାସ ଓ ଅନ୍ୟମାନେ ସହଯୋଗ କରିôତଲେ । ଏହିପରି କାମ କରି ତାଙ୍କୁ ବହୁତ ଖୁସି ଲାଗିଥାଏ ବୋଲି ଆଇନ୍‌ଜୀବୀ ରାଧାକାନ୍ତ ତ୍ରିପାଠୀ କହିଥିଲେ । ଆଗାମୀ ଦିନରେ ଦିବ୍ୟାଙ୍ଗ ମାନଙ୍କ ହକ୍ ପାଇଁ ଲଢେଇ ଜାରି ରଖିବେ ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.