Home କେନ୍ଦୁଝର ଦିନକୁ ଦିନ ଅଶାନ୍ତ ହେଉଛି ଶାଳଣିଆଁ, ଜଣେ ଦୁଇଜଣ ଅସାମାଜିକଙ୍କ ପାଇଁ ସାଧାରଣ ଲୋକେ ଭୟଭିତ

ଦିନକୁ ଦିନ ଅଶାନ୍ତ ହେଉଛି ଶାଳଣିଆଁ, ଜଣେ ଦୁଇଜଣ ଅସାମାଜିକଙ୍କ ପାଇଁ ସାଧାରଣ ଲୋକେ ଭୟଭିତ

53

ହାଟଡିହି- ୧୭ /୫ (ଓଡିଆ ପୁଅ/ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଧିନସ୍ଥ ଶାଳଣିଆଁ ଅଞ୍ଚଳ ଏବେ ଦିନକୁ ଦିନ ଅଶାନ୍ତ ହୋଇପଡୁଛି। ଜଣେ ଦୁଇଜଣ ଅସାମାଜିକବ୍ୟକ୍ତିଙ୍କ ପାଇଁ ସାଧାରଣ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ଗତ କିଛିଦିନ ମଧଞରେ ତିନି ତିନିଜଣଙ୍କୁ ଆକ୍ରମଣ ଓ ବଜାରରେ ଖୁଲାମ ଖୁଲା ଗାଳି ଗୁଲଜ ଦ୍ୱାରା ଲୋକମାନେ ଆଉ ବଜାରକୁ ଆସିବାକୁ ଭୟ କରୁଛନ୍ତି। ପୁର୍ବରୁ ଅନେକ ମାମଲାରେ ସଂପୃକ୍ତ ଥିବା ଜଣେ ଯୁବକ ବାରମ୍ବାର ସାଧାରଣ ଲୋକଙ୍କୁ ପିଟାମରା ପରୁଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲେବି ପୁଲିସ ସେପରି କିଛି ଠୋସ ପଦକ୍ଷେପ ଗ୍ରହଣ କରିପାରୁ ନାହିଁ। ଗଣ୍ଡଗୋଳ ଘଟାଇ ସାରି ଯୁବକ ଜଣକ କିଛି ସମୟ ପାଇଁଁ ଲୁଚି ଯାଉଥିବାରୁ ପୁଲିସ ଚଢ଼ାଉ କରୁôତଲେ ମଧ୍ୟ ଉକ୍ତ ଯୁବକକୁ ଧରି ପାରୁ ନାହିଁ। ପୁଲିସ ଫେରି ଆସିବାପରେ ଯୁବକ ଜଣକ ପୁନଶ୍ଚ ତାର ଦୌରାତ୍ମ୍ୟ ଦେଖାଉଛି। ଯାହା ଫଳରେ କି ଅପରାହ୍ନ ୪ଟାଠାରୁ ଶାଳଣିଆଁ ବଜାରର ଅର୍ଦ୍ଧାଧିକ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ହୋଇଯାଉଥିବା ଅଭିଯୋଗ ହେଉଛି। ଗତକାଲି ଚମାରତିରା ଗ୍ରାମର କାତ୍ତିକ ସା ନାମକ ଜଣେ ବ୍ୟକ୍ତି ଶାଳଣିଆଁ ବଜାରକୁ ତାଙ୍କ ଘରଭଡା ଆଦାୟ କରିବାକୁ ଯାଇଥିବାବେଳେ ଶାନ୍ତନୁ ଜେନା ନାମକ ଜଣେ ଯୁବକ ତାଙ୍କୁ ଗାଳିଗୁଲଜ କରିଥିଲା। ସେ ଏହାର ପ୍ରତିବାଦ କରିବାରୁ ତାଙ୍କୁ ମାଡମାରି ଲହୁ ଲୁହାଣ କରିବା ସହିତ ଜୀବନରେ ମାରିଦେବାକୁ ଧମକ ଦେଇଥିଲା। ଏପରିକି ତାଙ୍କ ପାଖରେ ଥିବା ଏଗାର ହଜାର ଟଙ୍କାକୁ ଛଡାଇ ନେଇଥିବା କାର୍ତ୍ତିକ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏନେଇ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ଦିନକୁ ଦିନ ଉକ୍ତ ଯୁବକ ମାନଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଥିବା ବେଳେ ପୁଲିସର ନୀରବତାକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଯଦି ପୁଲିସ କୌଣସି ପଦକ୍ଷେପ ନନିଏ ତେବେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ଲୋକମାନେ ସଜବାଜ ହେଉଥିବା ଶୁଣିବାକୁ ମିଳିଛି। ଏ ସମ୍ପର୍କରେ ଥାନା ଆଇଆଇସି ଗଗନ ବିହାରୀ ବିଶ୍ୱାଳଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଆକ୍ରମଣକାରୀ ଯୁବକ ମାନଙ୍କ ବିରୁଦ୍ଧରେ ଅତି ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.