Home Coronavirus Outbreak ଦିନକରେ ୭୦ପଜିଟିଭ୍ ଚିହ୍ନଟ, ଜିଲ୍ଲାର କରୋନା ସଂକ୍ରମିତ ସଂଖ୍ୟା ୮୧୫୭କୁ ବୃଦ୍ଧି

ଦିନକରେ ୭୦ପଜିଟିଭ୍ ଚିହ୍ନଟ, ଜିଲ୍ଲାର କରୋନା ସଂକ୍ରମିତ ସଂଖ୍ୟା ୮୧୫୭କୁ ବୃଦ୍ଧି

56

ବାଲେଶ୍ୱର, ୭ା୧୦(ଓଡ଼ିଆ ପୁଅ/ଅଭୟ ଦାସ) : ସାମ୍ପ୍ରତିକ ସ୍ଥିତିରେ ବଢ଼ି ଚାଲିଥିବା କରୋନା ସଂକ୍ରମଣ ସମଗ୍ର ବିଶ୍ୱ ପାଇଁ ବିପଦମୟ ସ୍ଥିତି ସୃଷ୍ଟି କରିଛି। ଭାରତ ଭଳି ଜନବହୁଳ ରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୬ ଲକ୍ଷ ଅତିକ୍ରମ କରିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ୧ଲକ୍ଷ ୨ ହଜାର ଟପିଛି। ସେହିଭଳି ଓଡ଼ିଶାରେ ଆଜି ଗୋଟିଏ ଦିନରେ ୨୬୭୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଅଦ୍ୟାବଧି ରାଜ୍ୟର କରୋନା ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୩୮ହଜାର ୦୦୩ରେ ପହଞ୍ଚିଛି। ଅନ୍ୟପକ୍ଷରେ ଆଜି ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅଦ୍ୟାବଧି ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୪୦ ଛୁଇଁଛି। ତେବେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ତୁଳନାରେ ବାଲେଶ୍ୱରର କରୋନା ସଂକ୍ରମଣ ଉଦବେଗ ଜନକ ସ୍ଥିତିକୁ ଯାଉଥିବା ଲକ୍ଷ୍ୟ କରାଯାଇଛି। ଆଜି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମୋଟ ୭୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଅଦ୍ୟାବଧି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୮୧୫୭ରେ ପହଞ୍ଚିଛି। ଏବେ ସୁଦ୍ଧା ଜିଲ୍ଲାରେ ୭୧୧୯ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ହୋଇଥିବା ବେଳେ ଏକ୍ଟିଭ୍ ଥିବା ୯୯୪ ଜଣ କରୋନା ଆକ୍ରାନ୍ତ କୋଭିଡ୍ ହସ୍ପିଟାଲ, କୋଭିଡ୍ କେୟାର ସେଣ୍ଟର ସହ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ ଆଜି ବାଲେଶ୍ୱର ଜିଲ୍ଲାର ୪ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥାଇ କରୋନା ଆକ୍ରାନ୍ତ ହୋଇଥିବା ବାଲେଶ୍ୱର ଜିଲ୍ଲାର ୩୨ ବର୍ଷର ଯୁବକଙ୍କ ସମେତ ୫୬, ୬୦ ଓ ୬୫ ବର୍ଷର ୩ ଜଣ ପୁରୁଷ କରୋନା ରୋଗୀଙ୍କର ମୃତ୍ୟୁ ହୋଇଥିବା ସରକାରୀ ସୂତ୍ରରୁ ପ୍ରକାଶ। ଅଦ୍ୟାବଧି ଜିଲ୍ଲାର କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୯ରେ ପହଞ୍ଚିଛି। ତେବେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ସତର୍କତା ଅବଲମ୍ବନ ପାଇଁ ଜିଲ୍ଲାବାସୀଙ୍କୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.