Home Coronavirus Outbreak ଦିନକରେ ସର୍ବାଧିକ ୧୧୮ ଆକ୍ରାନ୍ତ ଚିହ୍ନଟ ଧାମନଗର ଏନ୍‌ଏସି ସୋମବାର ଓ ମଙ୍ଗଳବାର ସମ୍ପୂର୍ଣ୍ଣ...

ଦିନକରେ ସର୍ବାଧିକ ୧୧୮ ଆକ୍ରାନ୍ତ ଚିହ୍ନଟ ଧାମନଗର ଏନ୍‌ଏସି ସୋମବାର ଓ ମଙ୍ଗଳବାର ସମ୍ପୂର୍ଣ୍ଣ ଶଟ୍‌ଡାଉନ ଅଗଷ୍ଟ ଶେଷ ଯାଏ ଏନ୍‌ଏସିରେ ଦୋକାନ ବଜାର ୨ଟା ପରେ ବନ୍ଦ

101

ଭଦ୍ରକ, ୧୪-୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲାରେ କରୋନାର ଦୃତ ସଂକ୍ରମଣ ହେବାରେ ଲାଗିଛି। ଆଜି ଜିଲ୍ଲାରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ସର୍ବାଧିକ ୧୧୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦୃତ ସଂକ୍ରମଣକୁ ଲକ୍ଷ୍ୟ ରଖି ଜିଲ୍ଲାପାଳ ଡ- ଜ୍ଞାନ ଦାସ ଆସନ୍ତା ସୋମବାର ଓ ମଙ୍ଗଳବାର ଦୁଇଦିନ ଧାମନଗର ଏନ୍‌ଏସିକୁ ସମ୍ପୂର୍ଣ୍ଣ ଶଟ୍‌ଡାଉନ ଏବଂ ବୁଧବାର ସକାଳ ଠାରୁ ସପ୍ତାହାନ୍ତ ଶଟ୍‌ଡାଉନକୁ ବାଦ୍ ଦେଇ ଅନ୍ୟ ଦିନ ଗୁଡିକରେ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ସପ୍ତାହାନ୍ତ ଶଟ୍‌ଡାଉନ ୧୫ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ କୋହଳ ଥିବାରୁ ଧାମନଗର ଏନ୍‌ଏସି ୧୫ ତାରିଖ ଦିନ ୧୧ଟା ପରଠାରୁ ସପ୍ତାହାନ୍ତ ଶଟ୍‌ଡାଉନ ଓ ଦୁଇଦିନିଆ ଅତିରିକ୍ତ ଶଟ୍‌ଡାଉନକୁ ମିଶାଇ ଏହା ବୁଧବାର ଅର୍ଥାତ ୧୯ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ନିର୍ଦ୍ଦେଶନାମାରେ ସୂଚନା ଦିଆଯାଇଛି। ଅପରପକ୍ଷେ ଆଜି ଚିହ୍ନଟ ୧୧୮ଜଣଙ୍କ ମଧ୍ୟରେ ୧୧୦ ଲୋକାଲ ଓ ୮ କ୍ୱାରେଣ୍ଟାଇନ ସେଣ୍ଟରରୁ। ସେମାନଙ୍କ ମଧ୍ୟରୁ ବାସୁଦେବପୁର ବ୍ଲକରୁ ୫ଜଣ, ଭଦ୍ରକ ବ୍ଲକରୁ ୧୩, ଭଣ୍ଡାରିପୋଖରୀ ୩୨, ବନ୍ତ ୮, ଚାନ୍ଦବାଲି ୯, ଚାନ୍ଦବାଲି ଏନ୍‌ଏସି ୪, ଧାମନଗର ୧୧ ଓ ତିହିଡିରୁ ୭ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟମାନେ ଭଣ୍ଡାରିପୋଖରୀ ବ୍ଳକ ଚନ୍ଦ୍ରଭାନୁପୁର, ତୁରୋତ, ରାଣିଗଡିଆ, ଦକ୍ଷିଣବାଡ ରେବ, ପାଟୁଳି ଅରେଇକଣା, ପାଳଦା, ନୂଆଗାଁ, ପିରିଜିପୁର, ଯଶୋଟିକିରି, ଭଦ୍ରକ ବ୍ଲକର ଦୈସିଂ, ଶିରାପୁର, କୋରକୋରା, ବେନ୍ତାଳ, ଗେଲପୁର ଲକ୍ଷ୍ମୀବିହାର, ଗୋରାମାଟି, ଏରେଇଁ ପଣ୍ଡାଗଡିଆ, ଅର୍ଣ୍ଣପାଳ ମଧୁସୂଦନପୁର, ଭଦ୍ରକ ପୌରପାଳିକାର ୧ ନଂ ୱାର୍ଡ, ଡଗରାସାହି ଚରମ୍ପା, ୧୭ ନଂ ୱାର୍ଡ, ୧୬ ନଂ ୱାର୍ଡ, ବାଇପାସ ସାଳନ୍ଦୀ ନଗର, କାନ୍ତକବି ନଗର, ଗରଦପୁର ନୂଆସାହି, ୨୬ ନଂ ୱାର୍ଡ ବାଙ୍କାମହଲା, ବାବୁସାହି, ୯ନଂ ୱାର୍ଡ ବନ୍ତଛକ ନାନୀ ଲେଦ୍‌, ମଣିସାହି, ବ୍ଲକ କଲୋନୀ ହେଡପୋଷ୍ଟ ଅଫିସ ନିକଟ, ଧାମନଗର ବ୍ଳକର ଅସୁରାଳି, ଷେଣ୍ଢପୁର, ମୁସ୍ତାଫାପୁର, ଗଢିଆଳି, ଚାନ୍ଦବାଲି ବ୍ଲକ ମତୋ, ଭାଟପଡା ଉତ୍ତରଗଡିଆ, ଧୁଷୁରୀ ଖପରପଦା, ତିହିଡି ବ୍ଲକର କାଳିମେଘା, କୁବେରା ବାରିକପୁର, ଗୁଆମାଳ, ହାଟୁଆରୀ, ପାଳିଆବିନ୍ଧା, ବନ୍ତ ବ୍ଲକର କଣ୍ଟିଆ, ଦୋଳପଦୀ, ଅଣ୍ଢିଆ, ଗୋବିନ୍ଦପୁର, ରାମକୃଷ୍ଣପୁର, ବାସୁଦେବପୁର ବ୍ଲକର ଆର୍ତ୍ତୁଂ, ନାୟକାଣିଡିହି, ଚାନ୍ଦବାଲି ଏନ୍‌ଏସି ପାଞ୍ଚପଡା, ସିନେମା ବଜାର, ଚାନ୍ଦବାଲି ବ୍ଳକର ପଣସପଡା ଗ୍ରାମର। ସେହିଭଳି ଚାନ୍ଦବାଲି ବ୍ଳକର ତେନ୍ତୁଲିଡିହି ଟିଏମ୍‌ସି, ଚାନ୍ଦବାଲି ଏନ୍‌ଏସି କ୍ୱାରେଣ୍ଟାଇନ ସେଣ୍ଟର, ବାସୁଦେବପୁର ବ୍ଲକର ମାଟିପକା ଟିଏମ୍‌ସିରୁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଭଦ୍ରକ ପେରପାଳିକାର ୨୬ ନଂ ୱାଡ ବାଙ୍କାମହଲା ଗ୍ରାମର ଜଣେ ଯିଏ କଟକ ବଡ ମେଡିକାଲରେ ଚିକିତ୍ସାଧିନ ଥିବା ବେଳେ ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଥିବା ବେଳେ ଆଉ ଜଣେ ୧୭ ନଂ ୱାର୍ଡର ଯିଏ ଭୁବନେଶ୍ୱରର ସମ୍ ହସ୍‌ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ପଜିଟିଭ୍ ଭାବେ ଚିହ୍ନଟ ହୋଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.