Home ଓଡ଼ିଶା ଦସିପୋଖରୀ ରେ ବେଆଇନ ବ୍ଲାଷ୍ଟିଙ୍ଗ୍ ଯୋଗୁଁ ବନ୍ୟଜନ୍ତୁ ଓ ଜାତୀୟ ପକ୍ଷୀ ବିପଦ ରେ

ଦସିପୋଖରୀ ରେ ବେଆଇନ ବ୍ଲାଷ୍ଟିଙ୍ଗ୍ ଯୋଗୁଁ ବନ୍ୟଜନ୍ତୁ ଓ ଜାତୀୟ ପକ୍ଷୀ ବିପଦ ରେ

50

ନୟାଗଡ/୦୪/୦୪(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ସାରା ରାଜ୍ୟ ରେ ବନ୍ୟଜନ୍ତୁ ମାନଙ୍କର ସୁରକ୍ଷା କୁ ପ୍ରାଧାନ୍ୟ ଦେବା ପାଇଁ ପରିବେଶ ବିତ୍ ମାନେ ଗୁରୁତ୍ୱ ଦେଇ ଆସୁଅଛନ୍ତି । ଭାରତ ର ଜାତୀୟ ପକ୍ଷୀ ମୟୁର ମାନଙ୍କର ସୁରକ୍ଷା ମଧ୍ୟ ଆବଶ୍ୟକ । ବନ ବିଭାଗ ସେଥିପାଇଁ ଉଦ୍ୟମ ଯାରି ରଖିଛି । ଯାହା ଫଳରେ ଖୋର୍ଦ୍ଧା ବନଖଣ୍ଡ ରଣପୁର ବନାଂଚଳ ଓ ନୟାଗଡ ବନଖଣ୍ଡ ର ଗୋଡିପଡା ଫରେଷ୍ଟ ଅଂଚଳ ରେ ଜାତୀୟ ପକ୍ଷୀ ମୟୁର ମାନଙ୍କର ସଂଖ୍ୟା ବଢିବାରେ ଲାଗିଛି । ମୟୁର ମାନଙ୍କୁ ଦେଖିବା ପାଇଁ ଲୋକ ମାନଙ୍କର ଭିଡ ମଧ୍ୟ ଦେଖିବାକୁ ମିଳୁଛି । କିନ୍ତୁ କିଛି ମାଫିଆ ମାନେ ଜଙ୍ଗଲ ତଳି ଅଂଚଳ ରେ ବେଆଇନ୍ ବ୍ଲାଷ୍ଟିଙ୍ଗ୍ କରିବା ଯୋଗୁଁ ବନ୍ୟଜନ୍ତୁ ଓ ଜାତୀୟ ପକ୍ଷୀ ମୟୁର ବିପଦରେ ପଡୁଛନ୍ତି ବୋଲି ଜଣାପଡିଛି । କେତେକ ଜାଗାରେ ମୟୁର ଓ ଛୋଟ ଛୋଟ ବନ୍ୟଜନ୍ତୁ ମାନେ ବ୍ଲାଷ୍ଟିଙ୍ଗ୍ ଦ୍ୱାରା ମୃତ୍ୟୁ ମୁଖରେ ପଡୁଥିବା ବେଳେ ଅନେକ ଜାଗାରେ ଗାଁ ମୁହାଁ ହୋଇ ଶିକାରୀ ଙ୍କ ଦ୍ୱାରା ଶୀକାର ହେଉଛନ୍ତି । ଏଭଳି ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ତହସିଲ ଦର୍ପନାରାୟଣପୁର ରେଭେନ୍ୟୁ ସର୍କଲ ଦସିପୋଖରୀ ମୈାଜା ରେ । ଏହି ମୈାଜା ରେ ଥିବା କୁରାଢି ଘଷା ପାହାଡ ଟି ଗ୍ରାମ୍ୟ ରିଜର୍ଭ ଜଙ୍ଗଲ ରେ ଅବସ୍ଥିତ । ଏହି ଠାରେ ବେଆଇନ ପଥର ବ୍ଲାଷ୍ଟିଙ୍ଗ୍ ହେବା ଯୋଗୁଁ ଛୋଟ ଛୋଟ ବନ୍ୟ ଜନ୍ତୁ ଓ ଜାତୀୟ ପକ୍ଷୀ ମୟୁର ବିପଦ ରେ ଥିବା ଜଣାପଡିଛି ।

କାରଣ ଏହି ଅଂଚଳ ଆମ୍ବ ତୋଟାରେ ଆମ୍ବ ଗଛ ରେ ରହୁଥିବା ମୟୁର ମାନେ କୁରାଢିଘଷା ପାହାଡ ରେ ବିଚରଣ କରିଥାନ୍ତି । ଏ ସର୍ମ୍ପକେ ଦର୍ପନାରାୟଣପୁର ରେଭେନ୍ୟୁ ଇନିସ୍ପେକ୍ଟର ପଞ୍ଚାନନ ସାହୁ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ଏହି ସ୍ଥାନ କୁ ତହସିଲଦାର ଯାଇ ଦେଖିଛନ୍ତି ପଦକ୍ଷେପ ନେବାକୁ କହିଛନ୍ତି । ଏ ସର୍ମ୍ପକେ ନୟାଗଡ ଉପ ଜିଲ୍ଲାପାଳ ଲଗ୍ନଜିତ୍ ରାଉତ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ମୁଁ ରଣପୁର ତହସିଲଦାର ଙ୍କୁ ପଚାରି ପଦକ୍ଷେପ ନେବାକୁ କହୁଛି । ଏ ସର୍ମ୍ପକେ ଗୋଡିପଡା ଫରେଷ୍ଟର ସୂର୍ଯ୍ୟକାନ୍ତ ମହାରଣା ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଜଙ୍ଗଲ ଜନ୍ତୁ ଓ ଜାତୀୟ ପକ୍ଷୀ ମୟୁର ସୁରକ୍ଷା ଆମର ଦାଇତ୍ୱ । ସେ ଲୋକ କୁ ବ୍ଲାଷ୍ଟିଙ୍ଗ୍ କରିବା ପାଇଁ ମନା କରାଯାଇଥିଲା । ସେ ଯଦି ଏବେ ବ୍ଲାଷ୍ଟିଙ୍ଗ୍ କରୁଛି ତାହେଲେ ମୁଁ ଉପରିସ୍ଥ ଅଧିକାରୀ ଙ୍କୁ ରିପୋର୍ଟ କରୁଛି । ଏ ସର୍ମ୍ପକେ ନୟାଗଡ ଜିଲ୍ଲା ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ୍ ଡି ଙ୍କ ସହ ଯୋଗାଯୋଗ କରିବାରେ ଘୋର ଉଦବେଗ ପ୍ରକାଶ କରିଥିଲେ । ତୁରନ୍ତ ପଦକ୍ଷେପ ନେବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.