Home ଜିଲ୍ଲା ପରିକ୍ରମା ଦଳିତଙ୍କ ପ୍ରତି ହେଉଥିବା ଅନ୍ୟାୟକୁ ବିରୋଧ କରି, ଆଜି ଜିଲ୍ଲା ଦଳିତ ସମାଜ ତରଫରୁ ଏକ...

ଦଳିତଙ୍କ ପ୍ରତି ହେଉଥିବା ଅନ୍ୟାୟକୁ ବିରୋଧ କରି, ଆଜି ଜିଲ୍ଲା ଦଳିତ ସମାଜ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ

73

ବଲାଙ୍ଗୀର ୨୯-୦୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଆଜି ବଲାଙ୍ଗୀର ଜିଲ୍ଲା ଦଳିତ ସମାଜ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଦଳିତମାନଙ୍କ ଉପରେ ହେଉଥିବା ଅନ୍ୟାୟ ସଂପର୍କରେ ସବିଶେଷ ଆଲୋଚନା ସହ ସୂଚନା ଦେଇଛନ୍ତି। ଗତ ୨୬ ତାରିଖରେ ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ଅଇଁଲାସାରି ଗ୍ରାମରେ ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ତୁମୁଳକାଣ୍ଡ ଘଟିଥିଲା। ତେବେ ସେହିପରି ଧାରାବାହିକ ଭାବେ ସମଲେଶ୍ୱରୀ ହସପିଟାଲରେ ମୃତ ଦଳିତ ମହିଳା, ବଲାଙ୍ଗୀର ଜିଲ୍ଲାର ମେଡିକାଲରେ ମୃତ ପ୍ରମିଳା ହରପାଲ ଓ ଜିତେନ୍ଦ୍ର ସୁନା ର ଚିକିତ୍ସାରେ ଅବହେଳା ଭଳି ଘଟଣାରେ ପୋଲିସ ଏ ପର୍ଯ୍ୟନ୍ତ କୌଣସି ଚାର୍ଜସିଟ ପ୍ରସ୍ତୁତ କରିପାରି ନଥିବା ବେଳେ ଓଲଟା ଜିତେନ୍ଦ୍ରଙ୍କ ଦୁଇ ଭାଇଙ୍କୁ ଅଟକ ରଖିଛି ପୋଲିସ।

ସେହିପରି ଲାଠୋର ଘରପୋଡି ମାମଲା, ସ୍ନେହଲତା ଛତ୍ରିଆ ଗଣଧର୍ଷଣ ମାମଲା, ଆଜି ପ୍ରଶାସନର ସୁପ୍ତ ଅବସ୍ଥାର ପ୍ରମାଣ ଦେଇଛି। ସେହିପରି ସ୍ଥାନୀୟ ସାଲେଭଟାଠାରେ ୬ ଜଣ ନିରୀହ ଆଦିବାସୀଙ୍କ ଘରକୁ ମେସିନ ଲଗାଇ ଧ୍ୱଂସ କରି ଦିଆଯିବାକୁ ନେଇ ଦଳିତ ସମାଜ ମହଲରେ ଘୋର ଅସନ୍ତୋଷ ବଢିବା ସହିତ ଏହା ପ୍ରଶାସନର ଦଳିତମାରଣ ନୀତିକୁ ଆକ୍ଷେପ କରୁଥିବା କହିଛନ୍ତି। ଯଦି ଆଗାମୀ ଦିନରେ ପୋଲିସ ପ୍ରଶାସନର ଏଭଳି ଦଳିତ ମାରଣ ନୀତି ଜାରି ରହେ ତେବେ ସମସ୍ତ ଦଳିତ ଏକଜୁଟ ହୋଇ ଆନ୍ଦୋଳନ କରିବାକୁ ପଛାଇବ ନାହିଁ ବୋଲି ଜିଲ୍ଲା ଦଳିତ ସମାଜ ଆଜି ଏକ ସାମ୍ବାଦିକ ସମ୍ବିଳନୀରେ ସ୍ପଷ୍ଟ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.