Home ଓଡ଼ିଶା ଦମ୍‌କଳ ବାହିନୀ ଦ୍ୱାରା ରଣପୁର ଥାନା ଜୀବାଣୁଶୂନ୍ୟକରଣ

ଦମ୍‌କଳ ବାହିନୀ ଦ୍ୱାରା ରଣପୁର ଥାନା ଜୀବାଣୁଶୂନ୍ୟକରଣ

33

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୦/୦୧- କରୋନା ତୃତୀୟ ଲହର ରଣପୁର ଥାନା ଅଂଚଳରେ ପ୍ରକୃତପକ୍ଷେ ଭୟାବହତା ସୃଷ୍ଟି କରିଛି । ଅନେକ ଲୋକ କରୋନା ସଂକ୍ରମଣରେ ପୀଡିତ ହୋଇଥିଲେ ସୁଦ୍ଧା ଲୁଚାଛପାରେ ଔଷଧ ବ୍ୟବହାର କରୁଛନ୍ତି । ରଣପୁର ଥାନାର ନିରୀକ୍ଷକ ଙ୍କ ସମେତ ୫ କର୍ମଚାରୀ କରୋନା ସଂକ୍ରମିତ ହେବାପରେ ରଣପୁର ଦମକଳ ବାହିନୀ ୧୦ ତାରିଖ ସକାଳୁ ରଣପୁର ଥାନାକୁ ଜୀବାଣୁଶୂନ୍ୟ କରଣ କରିଥିବା ଜଣାପଡିଛି । ଏକରକମ ରଣପୁର ଥାନା ଜନଶୂନ୍ୟ ହୋଇପଡିଛି ।

କରୋନା ସଚେତନତା ବାର୍ତ୍ତା ବାଣ୍ଟୁଥିବା ଓ ଅମାନିଆଙ୍କ ଠାରୁ ତଣ୍ଡ ଆଦାୟ କରୁଥିବା ଥାନା ସଂକ୍ରମଣ ହେବାପରେ ପୋଲିସ ପ୍ରଶାସନ ଚୁପ୍ ରହିଥିବା ଜଣାପଡିଛି । ରଣପୁରରେ ବିନାତୁଣ୍ଡି ବନ୍ଧାରେ ସାମାଜିକ ଦୁରତ୍ୱ କୁ  ଅବମାନନା କରି ବହୁଲୋକ ବୁଲୁଥିବା ଦେଖିବାକୁ ମିଳିଛି । ଜିଲ୍ଲାପ୍ରଶାସନ ତତ୍ପରତା ଦେଖାଇ ପଦକ୍ଷେପ ନନେଲେ କରୋନା ରଣପୁରରେ କାୟା ବିସ୍ତାର କରି ଧନ ଜୀବନ ହାନୀ ହେବାର ଅନେକ ଆଶଙ୍କା ଦେଖାଦେଇଛି ବୋଲି ବୁଦ୍ଧିଜୀବି  , ଆଇନିଜୀବି ସତ୍ୟ ରଞ୍ଜନ ମତା ମତବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.