Home ଓଡ଼ିଶା ଥାନା ଅଧିକାରୀଙ୍କ ଅମାନୁଷିକ ଲାଠି ଓ ଗୋଇଠା ମାଡ – ନ୍ୟାୟ ନପାଇଲେ, ଓଡିଶାର ୩୦ଲକ୍ଷ...

ଥାନା ଅଧିକାରୀଙ୍କ ଅମାନୁଷିକ ଲାଠି ଓ ଗୋଇଠା ମାଡ – ନ୍ୟାୟ ନପାଇଲେ, ଓଡିଶାର ୩୦ଲକ୍ଷ କୁଡୁମି ପ୍ରଜା ରାଜରାସ୍ତାକୁ ଓହ୍ଲାଇବେ

251

କେନ୍ଦୁଝର, ୨୧ ମେ ୨୦୨୦ (ଓଡ଼ିଆ ପୁଅ/ବିଭୂତିଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲାର ପାଟଣା ଥାନା ଭିତରେ ଜଣେ ବାଳକଙ୍କୁ ମହିଳା ଥାନା ଅଧିକାରୀ ଅତ୍ୟନ୍ତ ଅମାନୁଷିକ ଭାବେ ନିର୍ଦ୍ଧୁମ ଲାଠି ଓ ଗୋଇଠାରେ ମାଡ ମାରିଥିବା ପୋଲିସ ଅଧିକାରୀଣୀଙ୍କ ବିରୋଧରେ ସାତ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ନିଅ, ନହେଲେ ନ୍ୟାୟ ପାଇବା ପାଇଁ ଓଡିଶା କୁଡୁମୀ ସେନା ୩୦ ଲକ୍ଷ କୁଡୁମୀ ଲୋକଙ୍କ ସହ ରାଜ ରାସ୍ତାକୁ ଓହ୍ଲାଇବେ ଓ ସେଥି ପାଇଁ କେନ୍ଦୁଝର ପୋଲିସ ଦାୟୀ ରହିବ ବୋଲି ଏସ୍ପିଙ୍କୁ ଆଜି ଗୁରୁବାର ଦିନ ଭେଟି ଚେତାବନୀ ଦେଲା କୁଡମୀ ସେନା।

କେନ୍ଦୁଝର ଜିଲ୍ଲାରେ ଦିନକୁ ଦିନ ପୋଲିସ ଯେଭଳି ମାନବିକତା ହରାଇ ବସୁଛି ଏବଂ ରକ୍ତ ମୁଖା ହୋଇଉଠିଛି। ଯାହାକୁ ପାଇଲା ତାକୁ ବିଚ ରାସ୍ତାରେ ତ ଆଉ କେତେବେଳେ ଥାନାକୁ ଉଠାଇ ନେଇ ଅତି ନିର୍ଦ୍ଦୟ ଭାବରେ ପିଟି ପିଟି ଲହୁଲୁହାଣ କରି ନିଜର ପାରିବା ପଣିଆ ଯାହିର କରିବାକୁ ଚେଷ୍ଟା କରୁଛି। ଆଉ ଠିକ ଏହି ପରି ପାଟଣା ଥାନା ଅଧିକାରୀଣୀ ସଂଧ୍ୟାରାଣୀ ଜେନା କିଛି ଦିନ ତଳେ ଦବଙ୍ଗଗିରି ଦେଖାଇବାକୁ ଯାଇ ଚିତ୍ତରଞ୍ଜନ ମହାନ୍ତ ତଥା ରାଜୁ ମହାନ୍ତ ନାମକ ଜଣେ ବାଳକକୁ ଏକ ଜମିଜମା ବିବାଦକୁ ନେଇ ଘରୁ ଉଠାଇ ଆଣି ଥାନା ଭିତରେ ଅତି ନିର୍ମମ ଭାବ ଲାଠି ଓ ଗୋଇଠାରେ ମାଡ ମାରିଥିଲେ। ମାଡ ସହି ନପାରି ଚିତ୍ତ ଯେତେବେଳେ ଚିତ ତଳେ ପଡି ଯାଉଛନ୍ତି ସେତେବେଳେ ଥାନା ଅଧିକାରୀଣୀ ପୁଣି ତାର ଗୋଡକୁ ଅତି ଭୟଙ୍କର ଭାବରେ ଲାଠିରେ ମାଡମାରିଲେ। କିନ୍ତୁ ଏତିକିରେ ଯେଭଳି ତାଙ୍କର ମନ ବୁଝ ନଥିଲା ଏବଂ ପୁଣି ତାକୁ ଗୋଇଠା ମାରି ଗୁରୁତର କରିପକାଇଥିଲେ। ପୋଲିସ ଅଧିକାରୀଙ୍କର ଏପରି ବର୍ବର କାଣ୍ଡର ଭିଡିଓ ଫୁଟେଜ ବିଦ୍ୟୁତ ଗଣମାଧ୍ୟମରେ ପ୍ରସାରିତ ହେବାର ତିନି ଦିନ ବିତି ଯାଇଥିଲେ ସୁଦ୍ଧା ବିଭାଗୀୟ ମୁଖିଆଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଘର ଶୂନ ହୋଇଛି। ହେଲେ ସେପଟେ କିନ୍ତୁ ରାଜ୍ୟ ମାନବଧିକାର କମିଶନ ଥାନା ଅଧିକାରୀଣୀଙ୍କୁ ପିଡିତାଙ୍କୁ କ୍ଷତିପୁରଣ ବାବଦ ଦଶ ହଜାର ଟଙ୍କାର ଦଶ ଦିନ ମଧ୍ୟରେ ଦେବାକୁ ରାଜ୍ୟ ଗୃହ ସଚିବ ଏବଂ ଡି.ଜି. ପୋଲିସ କୁ ସୁପାରିଶ କରିବା ସହ ଏହି ଅର୍ଥକୁ ସଂପୃକ୍ତ ଥାନା ଅଧିକାରିଣୀଙ୍କ ଦରମାରୁ କାଟି ଭରଣା କରିବାକୁ ସୁପାରିଶ କରିଛନ୍ତି। ସଂପୃକ୍ତ ଥାନା ଅଧିକାରିଣୀଙ୍କୁ ସୁରକ୍ଷା ଦେବାର ବିଫଳ ହେବା ପରେ ଏବେ ନିରୀହ ଚିତ୍ତ ମହାନ୍ତଙ୍କୁ ଅପରାଧୀ ଭାବେ ସଜାଇବା ପ୍ରକ୍ରିୟାରେ ଲାଗି ପଡିଛି କେନ୍ଦୁଝର ପୋଲିସ। ଯାହାକି ପୋଲିସର ପ୍ରଦସ୍ଥ ଅଧିକାରୀମାନଙ୍କର ମତାମତରୁ ଏକ ପ୍ରକାର ସ୍ପଷ୍ଟ ହୋଇଛି। ଯେଉଁଥିପାଇଁ ନ୍ୟାୟ ପାଇଁ ଜିଲ୍ଲା ପୋଲିସ ମୁଖିଆଙ୍କୁ ୭ ଦିନର ସମୟ ଦେଇଛନ୍ତି କୁଡୁମି ସମାଜ।

କିଛି ଦିନ ହେଲା କେନ୍ଦୁଝର ପୋଲିସ ନିରିହ ସାଧାରଣ ଲୋକ, ସାମ୍ବାଦିକଙ୍କ ଉପରେ ଦାଦାଗିରି ଦେଖାଇବା ପରେ ଏବେ ନିଜର ଡ୍ୟାମେଜ ଇମେଜକୁ ଏବେ ମ୍ୟାନେଜ କରିବାକୁ ଯେମିତି ବାହାରିଛି। ଯାହାର ଉଦାହରଣ ଦେଖିବାକୁ ମିଳିଥିଲା ଯେତେବେଳେ ପୋଲିସର ଏହି ମାଡ ଘଟଣା ସଂପର୍କରେ ଗଣମାଧ୍ୟମଏସ୍ପିଙ୍କ ମତାମତ ଜାଣିବାକୁ ଚାହିଁଥିଲା। ଏସ୍ପି ନିଜେ ମତାମତ ନଦେଇ ଏହି କାମକୁ ଜଣେ ଡିଏସ୍ପିଙ୍କୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଡିଏସ୍ପି ସଂପୃକ୍ତ ଥାନା ଅଧିକାରିଣୀଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଡାହା ମିଛ କହିବାକୁ ପଛାଇ ନଥିଲେ। ଯଦିଓ ଭିଡିଓରେ ଥାନା ଅଧିକାରିଣୀ ପିଟିବା ସମୟରେ ସ୍ପଷ୍ଟ ଭାବରେ କହୁଛନ୍ତି ତାକୁ କାହିକି ପିଟିଲୁ ବୋଲି କହି ବାଳକଟିକୁ ନିର୍ଦ୍ଧୟ ଭାବେ ପିଟି ଚାଲିଥିବା ଦୃଶ୍ୟ ରହିଥିବା ବେଳେ ଚିତ୍ତ କୁଆଡେ ପୋଲିସକୁ ଦୁର୍ବବ୍ୟବହାର କରି ଥାନାରୁ ଫେରାର ହୋଇଯିବାକୁ ଚେଷ୍ଟା କରିଥିଲା ବୋଲି ଡିଏସ୍ପି ତାଙ୍କ ସଫେଇରେ କହିଥିଲେ। ହେଲେ ଗଣମାଧ୍ୟମ ପ୍ରତିନିଧିମାନେ ଡିଏସ୍ପିଙ୍କ କଥାର ସତ୍ୟତା ପରଖିବା ଉଦ୍ଦେଶ୍ୟରେ ସେହି ସମୟର ପାଟଣାଥାନାର ସିସିଟିଭି ଫୁଟେଜ ଦେଖିବାକୁ ଚାହିଁଥିଲେ। କିନ୍ତୁ ଏଥିରେ ଡିଏସପି ଙ୍କର ପାଟି କେବଳ ଖନି ମାରିଯାଇ ନଥିଲା ବରଂ ମୁଁ କିଛି ଜାଣି ନାହିଁ ବୋଲି କହି ନିଜ କଥାରୁ ନିଜେ ଓହରିଯାଇଥିଲେ। ଯାହାକି ପୋଲିସର ଅସଲ ଚେହେରାକୁ ସ୍ପଷ୍ଟ କରିଛି। ବାରମ୍ବାର କେନ୍ଦୁଝର ପୋଲିସ ବିରୁଦ୍ଧରେ ନିରୀହ ଲୋକଙ୍କ ପ୍ରତି ଅଯଥା ଅତ୍ୟାଚାର ଘଟଣାର ଅଭିଯୋଗ ଆସୁଥିଲେ ମଧ୍ୟ ଜିଲ୍ଲା ବିଭାଗୀୟ ମଖିଆଙ୍କ ନୀରବତା ଏଭଳି କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ସ୍ୱଭାବିକ ହୋଇଛି। ଏଭଳି କ୍ଷେତ୍ରରେ ରାଜ୍ୟ ମାନବିକ ଅଧିକାରୀଙ୍କ ହସ୍ତକ୍ଷେପ ନିଶ୍ଚିତ ଭାବେ ଏକ ଗୁରୁତ୍ୱ ବହନ କରୁଛି। କେନ୍ଦୁଝର ପୋଲିସକୁ ସଜାଡିବା ନିମନ୍ତେ ଡି.ଜି. ପୋଲିସଙ୍କୁ ହସ୍ତକ୍ଷେପ ନିତ୍ୟାନ୍ତ ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.