Home ଜିଲ୍ଲା ପରିକ୍ରମା ଥଣ୍ଡା ପାଇଁ ଗୁଳିମାଡ କରି ଫେରାର ହେଲେ ୪ ଯୁବକ, ପୁଲିସର ଛାନଭିନ

ଥଣ୍ଡା ପାଇଁ ଗୁଳିମାଡ କରି ଫେରାର ହେଲେ ୪ ଯୁବକ, ପୁଲିସର ଛାନଭିନ

29

ଭଦ୍ରକ, ୨୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ମତୋ ଫାଣ୍ଡି ଅର୍ନ୍ତଗତ ନାଲଗୁଣ୍ଡା ବଜାର ଠାରେ ଥଣ୍ଡା ଦରକୁ ନେଇ ଗୁଳିମାଡ ହୋଇଥିବା ଜଣାଯାଇଛି। ପ୍ରାପ୍ତ ଖବରରୁ ଜଣାଯାଇଛି ନାଲଗୁଣ୍ଡା ବଜାର ଠାରେ ପଛପଡା ଗ୍ରାମର ସାଧୁଆ ବେହେରା, ନିଜର ଏକ ପାନ ଦୋକାନ କରି ଜିବୀକା ପ୍ରତିପୋଷଣ କରିଆସୁଛି। ଆଜି ସନ୍ଧ୍ୟା ୬ଟା ସମୟରେ ୨ଟି ବାଇକରେ ୪ଜଣ ଯୁବକ ସାଧୁଆଙ୍କ ଦୋକାନ ଠାରୁ କିଛି ଦୂରରେ ବାଇକ ରଖି ଆସି ଥଣ୍ଡା ପିଇବା ପାଇଁ କହିଥିଲେ। ଥଣ୍ଡା ପିଇବା ପରେ ସଂପୃକ୍ତ ଯୁବକ ମାନେ ଦୋକାନୀକୁ କେତେ ଟଙ୍କା ବୋଲି ପଚାରିଥିଲେ। ସଂପୃକ୍ତ ଦୋକାନୀ ଥଣ୍ଡା ବୋତଲ ପିଛା ୧୨ଟଙ୍କା ବୋଲି କହିବାରୁ ଉପସ୍ଥିତ ଯୁବକ ମାନେ କାହିଁକି ତୁମେ ୧୦ଟଙ୍କା ବଦଳରେ ୧୨ ଟଙ୍କା ବୋଲି ଯୁକ୍ତି କରିଥିଲେ। ଏହାକୁ ନେଇ ଦୋକାନୀ ଏବଂ ୪ ଯୁବକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସଂପୃକ୍ତ ଯୁବକ ମାନେ ନିଜ ବନ୍ଧୁକରୁ ୩ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିବା ପରେ ସେଠାରୁ ନିଜ ବାଇକ ଯୋଗେ ଭଦ୍ରକ ଆଡକୁ ପଳାଇ ଯାଇଥିଲେ। ପରେ ଖବର ପାଇ ମତୋ ଫାଣ୍ଡି ପୁଲିସ ନାଲଗୁଣ୍ଡା ବଜାରରେ ପହଂଚିବା ପରେ ଭଦ୍ରକ ଏସପିଙ୍କ ଏହି ବିଷୟରେ ଅବଗତ କରାଇବା ସହ ଘଟଣା ସ୍ଥଳରୁ ଗୋଟିଏ ଅଫୁଟା ଖୋକା ପାଇଥିଲା। ଖବର ଲେଖା ହେବା ବେଳକୁ ପୁଲିସର ତଦନ୍ତ ଚାଲିଥିବା ବେଳେ ଫେରାର ହୋଇଥିବା ଯୁବକ ମାନଙ୍କ ପତା କିଛି ମିଳି ନଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.