Home କୋରାପୁଟ ଥଇଥାନ କରିବାକୁ ମହିଳାମାନେ କୋରାପୁଟ  ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେଲେ

ଥଇଥାନ କରିବାକୁ ମହିଳାମାନେ କୋରାପୁଟ  ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେଲେ

39

କୋରାପୁଟ ୦୭-୧୦(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ମ୍ୟୁନସିପାଲଟି ଦ୍ୱାରା ଓାର୍ଡ ନମ୍ବର ୬ ରେ ଘରଗୁଡିକ ଉଛେଦ କରାଯାଇଥିଲା ।ଉଛେଦ ହୋଇଥିବା ଘରର ମହିଳାମାନେ ଏକତ୍ରିତ ହୋଇ ଥଇଥାନ କରିବାକୁ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଥିବା ଜଣାପଡିଛି ।କୋରାପୁଟ ମ୍ୟୁନସିପାଲଟି ଦ୍ୱାରା ଉଛେଦ କରାଯିବା ପୂର୍ବରୁ କୈାଣସି ପ୍ରକାର ଅବଗତ କରାଯାଇ ନ ଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି ।ମୋର ଘର ଭାଙ୍ଗି ଦେଲେ ମୁଁ ଏବେ କେଉଁଠି ରହିବ ଓ କିପରି ବଂଚିବ ବୋଲି ଗୀତା ଖେମୁଣ୍ଡୁ ପ୍ରକାଶ କରିଛନ୍ତି ।ରହିବା ପାଇଁ ସରକାର ଏକ ଜାଗା ଦେବାକୁ ସେ ଦାବି କରିଛନ୍ତି ।ନୋଟିସ ନ ଦେଇ ମୋର ଘର ଭାଙ୍ଗିଦେଲେ ବୋଲି ଯମୁନା ଭତ୍ରା ଅଭିଯୋଗ କରିଛନ୍ତି ।ମୋ ଘରେ ଜଣେ ପକ୍ଷପାତ ରୋଗୀ ଅଛନ୍ତି ମୁଁ ଏବେ କେଉଁଠି ରହିବ ତାହା ମତେ ଚିନ୍ତାରେ ପକାଇଦେଇଥିବା ସେ ଲୁହଭରାଚକ୍ଷୁରେ ପ୍ରକାଶ କରିବା ସହ ସରକାରୀ ଯାଗା ଦେବାକୁ  ସେ ଦାବି କରିଛନ୍ତି ।କୋରାପୁଟ ମ୍ୟୁନସିପଲାଟି ତରଫରୁ ରାସ୍ତା କଡରେ ରହିଥିବା ଦୋକାନଗୁଡିକ ଉଛେଦ କରାଯିବ ବୋଲି ପ୍ରଚାର କରିଥିବା ବେଳେ ଘରଗୁଡିକ କାହିଁକି ଭଙ୍ଗାଗଲା ବୋଲି ପୂର୍ବତନ କାଉନସିଲର ଅମ୍ବିକା ଷଣ୍ଢ ପ୍ରଶ୍ନ କରିଛନ୍ତି । ଯୋଗ୍ୟତା ପତ୍ର ଦେଇ କାହିଁକି ଘର ଉଛେଦ କରାଗଲା ବୋଲି ସେ ଆହୁରୀ ପ୍ରଶ୍ନ କରି ସରକାରଙ୍କ  ଯେ କୈାଣସି କାର୍ଯ୍ୟରେ ସହଯୋଗ କରାଯିବ ବୋଲି ପ୍ରକାଶ କରିଛନ୍ତି ।ଉଛେଦ ପ୍ରକ୍ରୀୟା ଆଇନ ଅନୁଯାୟୀ କରାଯାଇଛି ବୋଲି ନିର୍ବାହୀ ଅଧିକାରୀ ଭେଦ ଭୂଷଣ (ଆଇଏଏସ) ପ୍ରକାଶ କରିଛନ୍ତି ।ସରକାରୀ ଜାଗା ଚିହ୍ନଟ କରାଯାଇ ଉଛେଦ କରାଯାଉଛି ।କୋରାପୁଟ ମ୍ୟୁନସିପାଲଟି ତରଫରୁ ମାଇକ ଯୋଗେ ଦୋକାନ, ଘର ଓ ଜିନିଷପତ୍ର କାଢିବାକୁ ପ୍ରଚାର କରାଯାଇଥିଲା ବୋଲି ସେ ସୂଚନା ଦେଇଛନ୍ତି ।ସେମାନେ ଯେଉଁ ଅଭିଯୋଗ କରିଛନ୍ତି ତାହା ଭିତିହୀନ ବୋଲି ସେ ପ୍ରକାଶ କରିଛନ୍ତି ।ଉଛେଦ ପରେ ସଂଧ୍ୟା ହୋଇଯାଇଥିବାରୁ ମାନବିକତା ଦୃଷ୍ଟିରୁ କଲ୍ୟାଣମଣ୍ଡରେ ଲୋକମାନଙ୍କୁ ଥଇଥାନ କରାଯାଇଥିଲା ବୋଲି ସେ ପ୍ରକାଶ କରିଛନ୍ତି । ଯେଉଁମାନଙ୍କର ଜାଗା ଦରକାର ସେମାନେ ତହସିଲଦାରଙ୍କ ସହ ଦେଖା କରିବାକୁ ପରାମର୍ଶ ଦିଆଯାଇଥିଲା ବୋଲି ସେ ସୂଚନା ଦେଇଛନ୍ତି ।ଜୀବଜୀବିକା ନିମନ୍ତେ କୋରାପୁଟ ସହରରେ ପିଣ୍ଡି ଖାଲିପଡିଛି ।ଯେଉଁମାନେ ଆବେଦନ କରିବେ ସେମାନଙ୍କୁ ଅଗ୍ରାଧିକାର ଭିତିରେ ପିଣ୍ଡି କିମ୍ବା ଷ୍ଟଲ ଯୋଗାଇ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି ।କୋରାପୁଟ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରୀପାଠୀ ଦାବିପତ୍ର ଗ୍ରହଣ କରିଥିଲେ ।କୋରାପୁଟ ଅତିରିକ୍ତ ତହସିଲଦାର ସୁସ୍ମିତା କୁମାରୀ ଜେନାଙ୍କୁ ଦାବିପତ୍ର ଦେଇଥିବା ବେଳେ କୋରାପୁଟ ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ଏକ ଦାବିପତ୍ର ଦେଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.