Home ଜିଲ୍ଲା ପରିକ୍ରମା ତୈଳଦର ବୃଦ୍ଧି ପ୍ରତିବାଦରେ ଭଦ୍ରକ ବିଧାନସଭା କଂଗ୍ରେସ ପକ୍ଷରୁ ବିକ୍ଷୋଭ

ତୈଳଦର ବୃଦ୍ଧି ପ୍ରତିବାଦରେ ଭଦ୍ରକ ବିଧାନସଭା କଂଗ୍ରେସ ପକ୍ଷରୁ ବିକ୍ଷୋଭ

122

ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବିଧାନସଭା କଂଗ୍ରେସ ପକ୍ଷରୁ ଦେଶରେ ଲଗାତର ତୈଳଦର ବୃଦ୍ଧି ବିରୁଦ୍ଧରେ ସୋମବାର ଜିଲ୍ଲାପାଳଙ୍କ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଭଦ୍ରକ ବିଧାନସଭା କଂଗ୍ରେସ ନେତା ତଥା ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତିଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ଏକ ଶଗଡରେ ମୋଟରସାଇକେଲ ଲଦି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ବାହାରିଥିଲେ । ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିବା ପରେ ସେଠାରେ ସାମାଜିକ ଦୂରତା ରକ୍ଷା କରି ଏକ ପ୍ରତିବାଦ ସଭା କରାଯାଇଥିଲା । ସେଠାରେ ଶ୍ରୀ ମହାନ୍ତିଙ୍କ ସମେତ ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ଦାସ, ଭଦ୍ରକ ଲୋକସଭା ନେତ୍ରୀ ମଧୁସ୍ମିତା ସେଠୀ, ଭଦ୍ରକ ଟାଉନ କଂଗ୍ରେସ ସଭାପତି ଅବଦୁଲ ମୁକିତ୍ ଖାଁ, ଚାନ୍ଦବାଲି ବିଧାନସଭା ନେତା ଦିଗମ୍ବର ଦାସ ପ୍ରମୁଖ ଉଦ୍‌ବୋଧନ ଦେଇ କରୋନା ମହାମାରୀ ସମୟରେ ଦେଶବାସୀ ଉଭୟ ସ୍ୱାସ୍ଥ୍ୟ ଓ ଆର୍ôଥକ ସମସ୍ୟା ମଧ୍ୟରେ ଗତି କରୁଥିବା ବେଳେ କେନ୍ଦ୍ରର ମୋଦି ସରକାର ଲଗାତର ଏକମାସ ଧରି ତୈଳଦର ବୃଦ୍ଧି କରିଚାଲିଛନ୍ତି । ଆନ୍ତର୍ଜାତିକ ତୈଳଦର ବ୍ୟାରେଲ ପିଛା ବହୁ କମ୍ ଥିବା ବେଳେ ସରକାର ଟିକସ ଛାଡ କରି ଲୋକଙ୍କୁ ଏ ଦୁର୍ଦ୍ଦିନ ସମୟରେ ଶସ୍ତାରେ ତେଲ ଯୋଗାଇବା ପରିବର୍ତ୍ତେ ତୈଳଦର ବୃଦ୍ଧି କରିବା ବୋଝ ଉପରେ ଲଳିତା ବିଡା । ତୈଳଦର ବୃଦ୍ଧି କାରଣରୁ ଦେଶବାସୀ ପରିବହନର ମୂଲ ଦେବାକୁ ଯାଇ ଅତ୍ୟାବଶ୍ୟକ ଜିନିଷ ବହୁ ଚଢା ଦରରେ କିଣିବାକୁ ବାଧ୍ୟ ହେବେ । ଦରଦାମ ନିୟନ୍ତ୍ରଣରେ ଏ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇ ଦେଶବାସୀଙ୍କୁ ଶୋଷଣର ଶିକାର କରୁଛି । ତୁରନ୍ତ ସରକାର ତୈଳଦର କମାଇବା ସହିତ ଏକ୍ସାଇଜ ଡ୍ୟୁଟି ଟ୍ୟାକ୍ସ ମଧ୍ୟ କରିବା ଭଳି ୪ ଦଫା ଦାବି ସମ୍ବଳିତ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । କଂଗ୍ରେସ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ୟାମଭକ୍ତ ମିଶ୍ରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଆନ୍ଦୋଳନରେ ପୂର୍ବତନ କାଉନସିଲର ଦିଲିପ ନାୟକ, ପୀତବାସ ଧଳ, ନାରାୟଣ ଚନ୍ଦ୍ର ପାଢୀ, ସେକ ସମ୍‌ଦାନୀ, ଅସ୍‌ରଫ ଅଲ୍ଲୀ ଖାଁ, ଗୁଲାମ ମଇରୁଦ୍ଦିନ, ବିଜୟ ବାରିକ, ଇଲିୟାସ ଖାଁ, ରାଜନ ଲାହା, ଅନନ୍ତ ପଣ୍ଡା, ସେକ୍ ଜଫିରୁଦ୍ଦିନ, ଲାଲୁ ଖାଁ, ରଞ୍ଜନ ଜେନା, ସେକ୍ ଜିକୁ, ସେକ୍ ରିୟାଜ ପ୍ରମୁଖ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.