Home କୋରାପୁଟ ତେଲେଙ୍ଗାନା ରାଜ୍ୟରୁ ଦୁଇ  ନାବାଳିକା ଶିଶୁ ଉଦ୍ଧାର

ତେଲେଙ୍ଗାନା ରାଜ୍ୟରୁ ଦୁଇ  ନାବାଳିକା ଶିଶୁ ଉଦ୍ଧାର

131

କୋରାପୁଟ ୨୨-୦୭(ଓଡିଆ ପୁଅ /ରଂଜନ ଦାସ)ତେଲେଙ୍ଗାନା ରାଜ୍ୟରୁ ଦୁଇଜଣ ନାବାଳିକା ଶିଶୁଙ୍କୁ ଉଦ୍ଧାର କରାଯାଇଥିବା କୋରାପୁଟ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ଡ.ଗାୟତ୍ରୀ ଦେବୀ ସୂଚନା ଦେଇଛନ୍ତି ।କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକର ସମ୍ବାଇ ପଂଚାୟତର ଦୁଇ ଜଣ ନାବାଳିକା ଶିଶୁ ତେଲେଙ୍ଗନା ରାଜ୍ୟ ଓାରଙ୍ଗଲ ରେଳବାଇ ଷ୍ଟେସନରୁ ଚାଇଲଡ ଲାଇନ ଟିମ ଦ୍ୱାରା ଉଦ୍ଧାର କରାଯାଇ ଓାରଙ୍ଗଲ ଶିଶୁ ମଙ୍ଗଳ କମିଟି ନିକଟରେ ଉପସ୍ଥାପନା କରାଯାଇଥିଲା ବୋଲି ସେ ପ୍ରକାଶ କରିଥିଲେ ।ଗତ ୧୩ ତାରିଖ ଦିନ ଓାରଙ୍ଗଲ ଶିଶୁ ମଙ୍ଗଳ କମିଟି କୋରାପୁଟ ସିଡବ୍ଲୁସି କାର୍ଯ୍ୟାଳୟକୁ ଚିଠି ମାଧ୍ୟମରେ ଅବଗତ କରାଇଥିଲେ ।କୋରାପୁଟ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମିଙ୍କୁ ଶିଶୁମାନଙ୍କର ଉପଯୁକ୍ତ ଠିକଣା ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି ସେ ସୂଚନା ଦେଇଥିଲେ ।ସାମାଜିକ କର୍ମି ଗତ ୧୪ ତାରିଖ ଦିନ ରିପୋର୍ଟ ଦେଇଥିଲେ ।ଶିଶୁମାନଙ୍କ ପରିବାର ଅତ୍ୟନ୍ତ ଗରୀବ ହୋଇଥିବାରୁ ଓାରଙ୍ଗଲରୁ ସେମାନଙ୍କୁ ଆଣିବା ନିମନ୍ତେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯିବା ସହ ଜିଲ୍ଲାପାଳଙ୍କୁ  ଚିଠି ମାଧ୍ୟମରେ ଅବଗତ କରାଯାଇଥିଲା ।କୋରାପୁଟ ଜିଲ୍ଲା ପ୍ରଶାସନ ଚିଠି ପାଇଲା ପରେ ତୁରନ୍ତ ପଦକ୍ଷେପ ନେଇଥିଲେ ।ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମି ରାଜେଶ କୁମାର ନାୟକ ଓ ମହିଳା କନେଷ୍ଟବଲ ଗତ ୨୦ ତାରିଖରେ ଓାରଙ୍ଗଲ ଗସ୍ତ କରିଥିଲେ  ବୋଲି ସେ ସୂଚନା ଦେବା ସହ ଉଦ୍ଧାର ହୋଇଥିବା ଶିଶୁମାନେ ଆଜି ଓାରଙ୍ଗଲରୁ ବାହାରିବେ ବୋଲି ସେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.