Home କୋରାପୁଟ ତେଲେଙ୍ଗନାରୁ ଉଦ୍ଧାର ଦୁଇ ନାବାଳିକା ଶିଶୁ ପରିବାର ସହ ନିଜ ଘରକୁ ଗଲେ

ତେଲେଙ୍ଗନାରୁ ଉଦ୍ଧାର ଦୁଇ ନାବାଳିକା ଶିଶୁ ପରିବାର ସହ ନିଜ ଘରକୁ ଗଲେ

54

କୋରାପୁଟ ୨୪-୦୭(ଓଡିଆ ପୁଅ /ରଂଜନ ଦାସ) ତେଲେଙ୍ଗନା ରାଜ୍ୟରୁ ଉଦ୍ଧାର ଦୁଇ ନାବାଳିକା ଶିଶୁ ପରିବାର ସହ ନିଜ ଘରକୁ  ଯାଇଥିବା ଜଣାପଡିଛି ।କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ସମ୍ବାଇ ପଂଚୟାତର ଦୁଇ ଜଣ ନାବାଳିକା ଶିଶୁଙ୍କୁ ଓାରଙ୍ଗଲ ରେଲବାଇ ଷ୍ଟେସନରୁ ଉଦ୍ଧାର କରାଯାଇଥିଲା ।କୋରାପୁଟରୁ ଏକ ଟିମ ଦୁଇ ଜଣ ନାବାଳିକା ଶିଶୁଙ୍କୁ ଆଣିବା ପାଇଁ ଓାରଙ୍ଗଲ ଯାଇ ଥିଲେ । କୋରାପୁଟ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ରାଜେଶ ନାୟକ ଶିଶୁ ମଙ୍ଗଳ କମିଟି ନିକଟରେ ଉପସ୍ଥାପନା କରିଥିଲେ ।କମିଟିର ଅଧ୍ୟକ୍ଷା ଡ.ଗାୟତ୍ରୀ ଦେବୀ , ସଭ୍ୟା ସସ୍ମିତାରାଣୀ ସାହୁ ଓ ସଭ୍ୟ ଧର୍ମେନ୍ଦ୍ର କୁମାର ଜେନା ଉପସ୍ଥିତ ଥିଲେ ।ନାବାଳିକା ଶିଶୁଙ୍କୁ ଠିକଭାବେ ଯତ୍ନ ନେବାକୁ ପରାମର୍ଶ ଦିଆଯିବା ସହ ପରିବାର ସହ ଦୁଇ ଜଣ ନାବାଳିକା ଶିଶୁଙ୍କୁ ଛଡାଯାଇଥିବା ଅଧ୍ୟକ୍ଷା ଡ.ଗାୟତ୍ରୀ ଦେବୀ ସୂଚନା ଦେଇଛନ୍ତି ।ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ୱାରା ଦୁଇଜଣ ନାବାଳିକା ଶିଶୁ ଓ ଉପସ୍ଥିତ ପରିବାରଙ୍କୁ କାଉନସିଲିଂ କରାଯାଇଥିଲା ।ଘରେ ଗଣ୍ଡଗୋଳ ଲାଗି ଅଭିମାନରେ ଦୁଇ ସାଙ୍ଗ କଂପାନୀରେ କାମ କରିବା ନିମନ୍ତେ ୩ ସପ୍ତାହ ତଳେ ଘରୁ ଏକ ଅଟୋରେ ବାହାରି ଆରକୁ ଯାଇ ସେଠାରୁ ଏକ ବସରେ ବିଶାଖାପାଟଣା ଓ ଟ୍ରେନ ଯୋଗେ  ଓାରଙ୍ଗଲ ଯାଇଥିଲେ ବୋଲି କାଉନସିଲିଂ କରିବା ସମୟରେ ଜଣାପଡିଥିଲା ।ଷ୍ଟେସନରେ ବୁଲିବା ସମୟରେ ରେଲବାଇ ଚାଇଲଡ ଲାଇନ ଟିମ ଦ୍ୱାର ଉଦ୍ଧାର କରାଯାଇଥିଲା ।କାଉନସିଲିଂ କରିବା ସମୟରେ ସେମାନେ ପରିବାର ସହ ଘରକୁ ଯିବେ ବୋଲି କହିଥିଲେ ବୋଲି  ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.