Home ଓଡ଼ିଶା ତୁଳସୀ ପାହଡରେ ମାଓଅପରେସନ ସୂଚନା ଦେବା ସହ ମାଓସମୀକ୍ଷା କଲେ ଡିଜିପି ଶ୍ରୀ ଅଭୟ

ତୁଳସୀ ପାହଡରେ ମାଓଅପରେସନ ସୂଚନା ଦେବା ସହ ମାଓସମୀକ୍ଷା କଲେ ଡିଜିପି ଶ୍ରୀ ଅଭୟ

52

ମାଲକାନଗିରି,୧୩ା୧୦ (ଓଡିଆ ପୁଅ ) ସ୍ୱତନ୍ତ୍ର ହେଲିକେପ୍ଟରରେ ଯୋଗେ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ , ଗୁଇନ୍ଦା ବିଭାଗ ସ୍ୱତନ୍ତ୍ର ନିର୍ଦ୍ଦେଶକ ଲଳିତ ଦାସ,ଆଇଜି ଅପରେସନ ଅମିତାଭ ଠାକୁର,ଦକ୍ଷିଣାଚଂଳ ଡିଆଇଜି ରାଜେଶ ପଣ୍ଡିତ ଆଜି ଦିନିକିଆ ମାଲକାନଗିରି ଜିଲ୍ଲା କୁ ଗସ୍ତକରିଛନ୍ତି । ଗତ କାଲି ମାଥିଲି ଥାନାସ୍ଥ ତୁଳସି ପାହଡରେ ମାଓବାଦୀ ପୁଲିସ ଗୁଳି ବିନମୟରେ ତିନିଜଣ ହାର୍ଡକୋର୍ର ମାଓବାଦୀଙ୍କର ମୃତ୍ୟୁ ଘଟିଥିବା ବେଳେ ମାଓ କ୍ୟାମ୍ପରୁ ବହୁପରିମାଣର ବନ୍ଧୁକ ଗୋଳାବାରୁଦ ମାଓସାମଗ୍ରୀ ଜବତ ହୋଇଥିଲା । ଏହି ଅପରେସନରେ ଯାଇଥିବା ଏସଓଜି,ଡିଭିଏଫ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ସଫଳତା ପାଇଁ ଡିଜିପି ପ୍ରଶଂସା କରିଥିଲେ । ରୁଦ୍ଧକୋଠରୀ ମଧ୍ୟରେ ବିଏସଏଫ,ଉଚ୍ଚପୁଲିସ ଅଧିକାରୀ ମାନଙ୍କ ସହିତ ମାଓଦମନ ସହିତ ଅନ୍ୟାନ ଗୁରୁତ୍ୱପୂଣ୍ଣ ର୍ ସମୀକ୍ଷା ବୈଠକ ହୋଇଥିଲା । ଜିଲ୍ଲାପୁଲିସ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ତୁଳସି ପାହଡରେ ହୋଇଥିବା ମାଓଅପରେସନ ଓ ଗୁଳି ବିନିମୟ ସଂପର୍କରେ ତଥ୍ୟାପ୍ରଦାନ କରି ଡିଜିପି କହିଥିଲେ ତୁଳସି ପାହଡରେ ମାଓବାଦୀ ମାନଙ୍କ ଗୁପ୍ତବୈଠକ ଚାଲିଥିବାର ଖବର ପାଇ ଏସପି ଙ୍କ ନେତୃତ୍ୱରେ ଏସଓଜି,ଡିଭିଏଫ ଯବାନ ମାନେ ସେହି ପାହଡକୁ କୁମ୍ବିଂଅପରେସନରେ ଯାଇଥିଲେ । ମାଓବାଦୀ ମାନେ ଯବାନ ମାନଙ୍କ ଉପରକୁ ପ୍ରଥମେ ଗୁଳି ଚଳାଇଥିଲେ, ତାପରେ ଯବାନ ମାନେ ପାଲଟା ଜବାବରେ ଗୁଳି ଚାଳନା କରିଥିଲେ । ପ୍ରାୟ ଏକ ଘଟାଂରୁ ଉର୍ଦ୍ଦଗୁଳି ବିନିମୟ ହୋଇଥିଲା,ଏହି ଗୁଳି ବିନମୟରେ ତିନିଜଣ କ୍ୟାର୍ଡର ମାଓବାଦୀଙ୍କର ମୃତ୍ୟୁ ଘଟିବା ପରେ ଅନ୍ୟ ମାଓବାଦଗୀ ମାନେ ଯବାନ ମାନଙ୍କୁ ମୁକାବିଲା କରି ନପାରି ଭୟରେ ଜଙ୍ଗଲରେ ଛତ୍ରଭଙ୍ଗଦେଇ ପଳାଇଥିଲେ ।ମୋଷ୍ଠଓ୍ୟାଟେଂଡ ମାଓନେତ୍ରୀ ଅରୁଣା ଓ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ସୁନିଲ ମଧ୍ୟ ଖିସ ପଳାଇଥିବାର ସନ୍ଦେହ କରାଯାଉଛି । ମୃତ ତିନିଜଣ ମାଓବାଦିଙ୍କ ପରିଚୟ ମିଳି ଯାଇଛି, ସେମାନେ ହେଲେ ଅନୀଲ ଓରଫ କିଶୋର ଓରଫ ମୁକା ସୋଡି ତାଙ୍କ ନିଜଘର ମାଲକାନଗରି ଜିଲ୍ଲା କାଲିମେଳା ଥାନାସ୍ଥ ସୁଧାକୋଣ୍ଡା ଗ୍ରାମରେ , ତା ମୁଣ୍ଡଉପରେ ୫ଲକ୍ଷଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ସେହି ପରି ଅନ୍ୟଜଣେ ଛତିଶିଗଡୀ ମହିଳା ଦୁର୍ଦ୍ଦାନ୍ତ ମାଓନେତ୍ରୀ,ତାମୁଣ୍ଡଉପରେ ୪ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା । ଅନ୍ୟଜଣେ ହେଲା ପେଦାବାଇଲୁ ଗ୍ରାମର ଏଓବି ମାଓବାଦୀ ଦଳମର ସଦସ୍ୟ ଚିନା ରାଓ, ତା ମୁଣ୍ଡ ଉପରେ ୧ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଏହି ତିନିଜଣ ଓଡିଶା ଛତିଶଗଡ ସୀମାନ୍ତ ବର୍ତି ଅଚଂଳରେ ହତ୍ୟା,ଲୁଟ, ଲ୍ୟାଣ୍ଡମାଇନ ବିସ୍ପୋରଣ ଆଦି ମାଓହିଂସାକାଣ୍ଡରେ ଲିପ୍ତଥିଲେ । ତୁଳସୀ ପାହଡରେ ଓଡିଶା ଛତିଶଗଡ କ୍ୟାଡର ମାଓବାଦୀ ମାନେ ଗୁପ୍ତ ବୈଠକ କରି କୌଣସି ଏକ ବଡଧରଣର ହିଂସାକାଣ୍ଡ ଯୋଜନା କରୁଥିଲେ । ସେମାନଙ୍କ ଯୋଜନା କୁ ଯବାନ ମାନେ ପଣ୍ଡ କରିଦେଇଛନ୍ତି । ମାଓ କ୍ୟମ୍ପରୁ ୨ଟି ବନ୍ଧୁକ,ଅଫୁଟା ଗୁଳି, ଜିଲେଟିନ,ବିସ୍ପୋରକ ଦ୍ରବ୍ୟ,କିଟବ୍ୟାଗ,ମାଓପୋଷାକ,ଜୋତା,ଔଷଧ,ଅଫୁଟା ବମ,ମାଓପୁସ୍ତକ,ଆଦି ମାଓସାମଗ୍ରୀ ଜବତ ହୋଇଛି । ଏବେ ବି ସେହି ଜଙ୍ଗଲରେ ମାଓସର୍ଚଅପରେସନ ଜାରି ରହିଛି । ମୃତ ତିନି ମାଓବାଦୀଙ୍କ ଶବ ବ୍ୟାବଛେଦ ସରିଯାଇଛି,ମୃତ ଶରୀର ସେମାନଙ୍କ ପରିବାରଙ୍କୁ ନେଇ ଯିବା ପାଇଁ ଖବର ପଠାଯାଇଛି, ମୃତ ଶରୀରକୁ ସୁରକ୍ଷିତ କରି ରଖା ଯାଇଛି,୭୨ଘଟାଂ ମଧ୍ୟରେ ସେମାନଙ୍କ ପରିବାର ଆସି ନ ନେଲା ବାଧ୍ୟହୋଇ ପୁଲିସ ପ କ୍ଷରୁ ସେମାନଙ୍କ ଶବସଂସ୍କାର କରିଦିଆଯିବ ବୋଲି ଡିଜିପି ସୁଚନା ଦେଇଛନ୍ତି । ଜିଲ୍ଲାପୁଲିସ କାର୍ଯ୍ୟାଳୟ ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ମାଓସମୀକ୍ଷା ବୈଠକରେ ଯୋଗଦେଇ ଜିଲ୍ଲାସ୍ତରୀୟ ପୁଲିସ ଅଧିକାରୀ ବିଏସଏଫ ଅଧିକାରୀ ମାନଙ୍କ ସହିତ ମାଓଦମନ ନେଇ ରଣନିତି ପ୍ରସ୍ତୁତି କରିଥିବାର ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ବିଏସଏଫ ବାଟାଲିୟନ ଉଚ୍ଚଅଧିକାରୀ, ମାଲକାନଗିରି ଏସପି ପ୍ରହ୍ଲାଦ ସାଇମୀନା ପ୍ରମୁଖ ପୁଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ । ମାଓଦମନ କ୍ଷେତ୍ରରେ ମାଲକାନଗିରି ଜିଲ୍ଲାପୁଲିସ ଓ ବିଏସଏଫ ଯବାନ ମାନେ ଉଲେଖ୍ୟନୀୟ ସଫଳତା ହାସଲ କରିଛନ୍ତି । ମାଲକାନଗିରି ଜିଲ୍ଲା ଆଜି ସବୁ କ୍ଷେତ୍ରରେ ଉନ୍ନତିଘଟିଛି, ବିଛିନ୍ନାଚଂଳ ସ୍ୱାଭିମାନ ଅଚଂଳ ଭାବେ ପରିଚିତ ହୋଇ ଗୁରୁପ୍ରୀୟା ସେତୁ ନିର୍ମାଣ ହେବାଦ୍ୱାରା ସଡକପଥରେ ବିଛିନ୍ନାଚଂଳ ବାସୀ ଯତାୟତର ସୁବିଧା ପାଇପାରିଛନ୍ତି, ମାଓସମସ୍ୟା ଦୂର ହୋଇଛି, ଅଳ୍ପସଂଖ୍ୟକ ରହିଯାଇଥିବା ମାଓବାଦୀ ମାନେ ହିଂସା ଛାଡି ଆତ୍ମସମର୍ପଣ କରି ସରକାରଙ୍କ ବିଭିନ୍ନ ଯୋଜନାର ସୁବିଧା ସୁଯୋଗ ନିଅନ୍ତୁ,ନଚେତ ଆଗକୁ ମାଓଦମନ ପାଇଁ ଅପରେସନକୁ ଯୋରଦାର କରାଯିବ ଓ ସୀମାନ୍ତ ବର୍ତି ମାଓପ୍ରବଣ ଅଚଂଳରେ ଅପରେସନ ଜାରିରହିବ ବୋଲି ଡିଜିପି ଶ୍ରୀ ଅଭୟ ଗଣମାଧ୍ୟମକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.