Home ଜିଲ୍ଲା ପରିକ୍ରମା ତୁଳସୀ ଅପେରା ପାର୍ଟି ଗାଡି ଅଟକ, ନାଟକରେ ନାୟକ ନାୟିକା ନାହାନ୍ତି, ଚାଲିଲାନି ଏଲିଡି,ଜଳିଲାନି ଲାଇଟ୍‌,...

ତୁଳସୀ ଅପେରା ପାର୍ଟି ଗାଡି ଅଟକ, ନାଟକରେ ନାୟକ ନାୟିକା ନାହାନ୍ତି, ଚାଲିଲାନି ଏଲିଡି,ଜଳିଲାନି ଲାଇଟ୍‌, ବିଦ୍ୟୁତ୍ ସରବରାହ ଯୋଗୁ ନାଟକ ବନ୍ଦ ଅଭିଯୋଗ

66

ଭଦ୍ରକ, ୨୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଲିୟୁଡରେ ଯାତ୍ରା ପାର୍ଟିର୍ ମାଲିକ ଏବଂ କଳାକାର ସଂଘ ମଧ୍ୟରେ ଗତ କିଛି ଦିନ ଧରି ବିବାଦ ଲାଗି ରହିଛି । ଏହି ବିବାଦ ତୁଳସୀ ଅପେରାର ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ବାବୁଙ୍କୁ ନେଇ ଆରମ୍ଭ ହୋଇଛି । ହାସ୍ୟ ଅଭିନେତା ନରି ପଣ୍ଡାଙ୍କୁ ଡକାଇ ତାଙ୍କୁ ମାଡମାରିବା ପରେ ଯାତ୍ରା କଳାକାର ସଂଘ ଏବଂ ମାଲିକ ମୁହାଁ ମୁହିଁଁ ହୋଇଛନ୍ତି । କଳାକାର ସଂଘର ଉପଦେଷ୍ଟା ବାପି ପଣ୍ଡା କଳାକାରଙ୍କୁ ନେଇ ମୁହଁ ଖୋଲିଥିବା ବେଳେ ରାଜଧାନୀ ଅପେରାର ପରିଚାଳକ ସହ ତାଙ୍କର କଥା କଟାକଟି ହେବା ଏବେ ମାମଲା ଯାଇ ବାଲେଶ୍ୱର ଟାଉନ୍ ଥାନା ଓ ହାଇକୋର୍ଟରେ ପହଂଚିଛି । ଏହି ଘଟଣା ଏବେ ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ମୂଳତଃ ଯେଉଁ ଯାତ୍ରା ପାର୍ଟି ମାଲିକଙ୍କୁ ନେଇ ଏତେ ସବୁ ବିବାଦ ଦେଖାଦେଇଛି ତାଙ୍କ ଅପେରା ପାର୍ଟର୍ି ତୁଳସୀ ଗଣନାଟ୍ୟର ଟକ୍ରକୁ ପରିଚାଳନା ଗତ ତୃଟି ନେଇ ଅଟକାଇବା ପରେ ନାନା କଥା ଶୁଣିବାକୁ ମିଳୁଛି । ଖବରରୁ ପ୍ରକାଶ ଯେ ଭଦ୍ରକ ଜିଲ୍ଲା ଆଗରପଡା ଥାନା ଅଣିଜୋ ଠାରେ ସିନ୍ଧୁକେଶ୍ୱର ଯାତ୍ରା କମିଟି ପକ୍ଷରୁ ତୁଳସୀ ଗଣନାଟ୍ୟ ଗତ ୨୩ ତାରିଖରୁ ୨୬ ତାରିଖ ଚାରିଦିନ ବ୍ୟାପି ନାଟକ ମଂଚସ୍ଥ କରାଯାଇଥିଲା । ଚୁକ୍ତି ମୁତାବକ ପାର୍ଟିର୍ର ମୁଖ୍ୟ ନାୟକ ଅଶ୍ୱନୀ ଏବଂ ନାୟିକା ସୋନାଲିଙ୍କର ଅନୁପସ୍ଥିତି, କଣ୍ଠ ଶିଳ୍ପୀ ନନ୍ଦୀନିଙ୍କ ଅନୁପସ୍ଥିତି, ପ୍ରଥମ ରାତ୍ରରେ ବିଳମ୍ବରେ ନାଟକ ପରିବେଷଣ, ଏଲିଇଡି ସଠିକ୍ ଢଙ୍ଗରେ ନଚାଲିବା, ସର୍ବୋପରି ଡିଜି ମେସିନରେ ଡିଜେଲ୍ ନପଡିଥିବାରୁ ବିଦ୍ୟୁତ୍ ସରବରାହ ଯୋଗୁ ୧୫ ମିନିଟ୍ ଧରି ନାଟକ ମଂଚସ୍ଥ ବନ୍ଦ ରହିବା ପରି ଅବ୍ୟବସ୍ଥା ପରିଲକ୍ଷିତ ହୋଇଥିଲା । ଏହାକୁ ନେଇ ଯାତ୍ରା କମିଟି ଅନେକ କ୍ଷତି ସହିଥିବା ବେଳେ ଆଜି ତୁଳସୀ ଅପେରାର ଟେଣ୍ଡ ଗାଡି ଗୁଡିକୁ କମିଟି ପକ୍ଷରୁ ଅଟକ ରଖାଯାଇଛି । ଚାରି ରାତ୍ର ନିମନ୍ତେ ୧୩ ଲକ୍ଷ ୫୦ ହଜାର ଟଙ୍କାର ଚୁକ୍ତି ହୋଇଥିଲା । ତଦ୍‌ନୁଯାୟୀ କମିଟି ୧୦ ଲକ୍ଷ ଟଙ୍କା ପୈଠ କରିସାରିଥିଲା । ଉପରୋକ୍ତ ସମସ୍ତ ଅବବ୍ୟସ୍ଥାକୁ ନେଇ କମିଟି ବ୍ୟାପକ କ୍ଷତି ସହିଥିବାରୁ ଟଙ୍କା ଫେରସ୍ତ ନେଇ ଅପେରା ପାର୍ଟିର ୬ ଟି ଟ୍ରକକୁ ଅଟକ ରଖାଯାଇ ମାଲିକ ନାଣ୍ଡୁବାବୁ ଙ୍କୁ ଅବଗତ କରାଯାଇଥିଲା । କଥାଯାଇ ଆଗରପଡା ଥାନାରେ ପହଂଚିବା ପରେ ଥାନାଧିକାରୀ ଶ୍ରୀକାନ୍ତ ପତି ଉଭୟ ପକ୍ଷଙ୍କୁ ଥାନାକୁ ଡକାଇ ବୁଝାସୁଝା କରିଥିଲେ । ଅଗ୍ରୀମ ନେଇଥିବା ୧୦ ଲକ୍ଷ ଟଙ୍କା ମଧ୍ୟରୁ ୧ଲକ୍ଷ ୫୦ ହଜାର ଟଙ୍କା ଫେରାଇବା ପରେ ବିବାଦର ସମାଧାନ ହୋଇଥିବା ଯାତ୍ରା କମିଟିର ସଭାପତି ସୁବ୍ରତ କିଶୋର ପଣ୍ଡା ଜଣାଇଛନ୍ତି । ଅନ୍ୟପକ୍ଷରେ ଯାତ୍ରା ପରିଚାଳକ ପରିଚାଳନାଗତ ତୃଟିକୁ ସ୍ୱିକାର ନକରି ପ୍ରଶ୍ନକୁ ଆଡେଇ ଛତ୍ରଭଙ୍ଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.